ETV Bharat / bharat

ଦେଶରେ ସିରିଜ ବିସ୍ଫୋରଣ ଷଡଯନ୍ତ୍ର: ୪ ଆତଙ୍କୀଙ୍କୁ ରିମାଣ୍ଡରେ ନେଲା ଦିଲ୍ଲୀ ପୋଲିସ

author img

By

Published : Sep 15, 2021, 3:46 PM IST

୪ ଜଣ ଆତଙ୍କବାଦୀଙ୍କୁ ରିମାଣ୍ଡରେ ନେଇଛି ଦିଲ୍ଲୀ ପୋଲିସ । ମଙ୍ଗଳବାର ଗିରଫ ହୋଇଥିଲେ ୬ ଆତଙ୍କବାଦୀ । ଅଧିକ ପଢନ୍ତୁ...

ଦେଶରେ ସିରିଜ ବିସ୍ଫୋରଣ ଷଡଯନ୍ତ୍ର: ୪ ଆତଙ୍କୀଙ୍କୁ ରିମାଣ୍ଡରେ ନେଲା ଦିଲ୍ଲୀ ପୋଲିସ
ଦେଶରେ ସିରିଜ ବିସ୍ଫୋରଣ ଷଡଯନ୍ତ୍ର: ୪ ଆତଙ୍କୀଙ୍କୁ ରିମାଣ୍ଡରେ ନେଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ପାକିସ୍ତାନ ଓ ଅଣ୍ଡରୱାର୍ଲଡ ଆତଙ୍କୀ ଷଡଯନ୍ତ୍ରର ପର୍ଦ୍ଦାଫାଶ ପରେ ୪ ଜଣ ଆତଙ୍କବାଦୀଙ୍କୁ ରିମାଣ୍ଡରେ ନେଇଛି ଦିଲ୍ଲୀ ପୋଲିସ । ମଙ୍ଗଳବାର ଗିରଫ ହୋଇଥିଲେ ୬ ଆତଙ୍କବାଦୀ । ତେବେ ଦିଲ୍ଲୀ ପୋଲିସକୁ ଏମାନଙ୍କ ମଧ୍ୟରୁ ୪ ଜଣ ସନ୍ଦିଗ୍ଧ ଆତଙ୍କୀଙ୍କର ୧୪ ଦିନ ରିମାଣ୍ଡ ମିଳିଛି ।

ଯେଉଁ ୪ ଜଣ ସନ୍ଦିଗ୍ଧ ଆତଙ୍କୀକୁ ଦିଲ୍ଲୀ ପୋଲିସ ରିମାଣ୍ଡରେ ନେଇଛି, ସେମାନଙ୍କ ମଧ୍ୟରେ ଜାନ ମହମ୍ମଦ, ଓସାମା, ମୁଲଚନ୍ଦ ଓ ମହମ୍ମଦ ଅବୁବକର ସାମିଲ ରହିଛନ୍ତି । ଅନ୍ୟ ୨ ସନ୍ଦିଗ୍ଧ ଆତଙ୍କୀ ଜୀଶାନ କମର ଓ ଆମିର ଜାଭଏଦକୁ ବୁଧବାର କୋର୍ଟରେ ହାଜର କରାଯିବ ।

୬ ଆତଙ୍କବାଦୀଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ । ଏମାନଙ୍କ ମଧ୍ୟରୁ ୨ ଆତଙ୍କୀ ପାକିସ୍ତାନରେ ଟ୍ରେନିଂ ନେଇଥିବା ପୋଲିସ ପକ୍ଷରୁ ଦାବି କରାଯାଇଛି । ଗୁପ୍ତ ସୂଚନା ଆଧାରରେ କାର୍ଯ୍ୟାନୁଷ୍ଠାନ ନେଇ ସମସ୍ତଙ୍କୁ ଗିରଫ କରିଥିଲା ପୋଲିସ ।

ମଙ୍ଗଳବାର ଦେଶର ରାଜଧାନୀ ଦିଲ୍ଲୀରେ ବଡଧରଣର ଆକ୍ରମଣ ଯୋଜନା ପଣ୍ଡ ସହ ପାକିସ୍ତାନର ଆତଙ୍କୀ ଷଡଯନ୍ତ୍ରର ପର୍ଦ୍ଦଫାଶ କରିଥିଲା ଦିଲ୍ଲୀ ପୋଲିସ । ଆତଙ୍କୀଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋଟକ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ୍‌ ଏହି ଆତଙ୍କୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ।

ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ୍‌କୁ ଗୁଇନ୍ଦା ସୂଚନା ମିଳିଥିଲା ଯେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଏକ ଗ୍ରୁପ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ବିସ୍ଫୋରଣ କରିବାକୁ ଷଡଯନ୍ତ୍ର ରଚିଛନ୍ତି । ଜନବହୁଳ ଅଞ୍ଚଳ ଆତଙ୍କୀଙ୍କ ଟାର୍ଗେଟରେ ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.