ETV Bharat / bharat

ରାକେଶ ଟିକାୟତଙ୍କୁ ଉଠାଇ ନେଲା ଦିଲ୍ଲୀ ପୋଲିସ

ଦିଲ୍ଲୀ ଉତ୍ତର ପ୍ରଦେଶ ସୀମାନ୍ତ ଗାଜିପୁରରେ ଆନ୍ଦୋଳନ ପାଇଁ ପହଞ୍ଚିଥିବା ରାକେଶ ଟିକାୟତଙ୍କୁ(farmer leader Rakesh Tikait) ଉଠାଇ ନେଲା ଦିଲ୍ଲୀ ପୋଲିସ । ଆସନ୍ତାକାଲି କରିଥାନ୍ତେ ଆନ୍ଦୋଳନ । ଅଧିକ ପଢନ୍ତୁ

କୃଷକ ନେତା ରାକେଶ ଟିକାୟତଙ୍କୁ ଉଠାଇ ନେଲା ଦିଲ୍ଲୀ ପୋଲିସ

author img

By

Published : Aug 21, 2022, 7:53 PM IST

ନୂଆଦିଲ୍ଲୀ: କୃଷକ ନେତା ତଥା ଭାରତୀୟ କିଷାନ ୟୁନିୟନ(BKU) ରାଷ୍ଟ୍ରୀୟ ପ୍ରବକ୍ତା ରାକେଶ ଟିକାୟତ(farmer leader rakesh tikait)ଙ୍କୁ ଅଟକ ରଖିଲା ଦିଲ୍ଲୀ ପୋଲିସ । ଆସନ୍ତାକାଲି ଦିଲ୍ଲୀ-ଉତ୍ତର ପ୍ରଦେଶ ସୀମାନ୍ତ ଗାଜିପୁର ବର୍ଡରରେ ସମର୍ଥକଙ୍କ ସହ ଆନ୍ଦୋଳନ ଆରମ୍ଭ କରିବା ପାଇଁ ପହଞ୍ଚିଥିବା ଟିକାୟତ ଓ ତାଙ୍କର କିଛି ସମର୍ଥକଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଛି ।

  • सरकार के इशारे पर काम कर रही दिल्ली पुलिस किसानों की आवाज को नहीं दबा सकती। यह गिरफ्तारी एक नई क्रांति लेकर आएगी।
    यह संघर्ष अंतिम सांस तक जारी रहेगा।#ना रुकेंगे #ना थकेंगे #ना झुकेंगे।@CPDelhi@ani@PTI_News pic.twitter.com/gw4WnFkZHM

    — Rakesh Tikait (@RakeshTikaitBKU) August 21, 2022 " class="align-text-top noRightClick twitterSection" data=" ">

ଟିକାୟତ ଓ ତାଙ୍କ ସମର୍ଥକ ଗାଜିପୁର ପୋଷ୍ଟରେ ପହଞ୍ଚିବା ପରେ ପୋଲିସ (Delhi police)ତାଙ୍କୁ ବାରଣ କରିଥିଲା । ପରେ ସେ ସେଠାରୁ ଜନ୍ତରମନ୍ତର ଅଭିମୁଖେ ଯାତ୍ରା କରିବାରୁ ତାଙ୍କ ସହ ପ୍ରାୟ 50ଜଣ ସମର୍ଥକଙ୍କୁ ଅଟକ ରଖି ମଧୁ ବିହାର ଥାନାକୁ ନେଇଛି ପୋଲିସ । ସେଠାରେ ସେ ପୋଲିସ ବିରୋଧରେ ବର୍ଷିଛନ୍ତି । ସେମାନେ ଦେଶରେ ଦେଖାଯାଇଥିବା ବେରୋଜଗାରୀ ଓ ଲଖିମପୁର ଖେରୀ କାଣ୍ଡରେ ପ୍ରାଣ ହରାଇଥିବା କୃଷକଙ୍କ ପାଇଁ ଆନ୍ଦୋଳନ କରିବାକୁ ଚାହୁଁଥିଲେ । ଏହା କୌଣସି ରାଜନୈତିକ କାର୍ଯ୍ୟକ୍ରମ ନୁହେଁ, ତଥାପି ପୋଲିସ ତାଙ୍କୁ କାହିଁକି ବାଧା ଦେବା ସହ ଅଟକ ରଖିଲା ଟିକାୟତ ପ୍ରଶ୍ନ କରିଛନ୍ତି ।

ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି, ଆଇନ ଶୃଙ୍ଖଳା ସ୍ଥିତି ନେଇ ତାଙ୍କୁ ଗାଜିପୁର ବର୍ଡରରେ ପ୍ରତିବାଦ ପାଇଁ ବାରଣ କରାଯାଇଥିଲା । ତେବେ ସେ ସେଠାରେ କିଛି ସମୟ ଧାରଣାରେ ବସିବା ପରେ ଆନ୍ଦୋଳନ କରିବା ପାଇଁ ଦିଲ୍ଲୀର ଜନ୍ତରମନ୍ତର ଅଭିମୁଖେ ବାହାରିଥିଲେ । ତେଣୁ ତାଙ୍କୁ ସମର୍ଥକଙ୍କ ସହ ଅଟକ ରଖା ଯାଇଛି (Delhi police detained Rakesh Tikait)। ସେ ଆନ୍ଦୋଳନରୁ ନିବୃତ୍ତ ରହିବା ପାଇଁ ପୋଲିସ ନିବେଦନ କରିଛି । ଏହାକୁ ନେଇ ତାଙ୍କ ସହ ଆଲୋଚନା ଜାରି ରହିଥିବା ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.