ETV Bharat / bharat

ମୋଷ୍ଟ ଓ୍ବାଣ୍ଟେଡ୍ ଶାହନବାଜ ଗିରଫ, ଦିଲ୍ଲୀରେ ବଡ ଆତଙ୍କୀ ଆକ୍ରମଣର କରୁଥିଲା ଯୋଜନା

author img

By ETV Bharat Odisha Team

Published : Oct 2, 2023, 2:16 PM IST

Updated : Oct 2, 2023, 3:18 PM IST

ଦିଲ୍ଲୀ ପୋଲିସକୁ ବଡ ସଫଳତା । ପୋଲିସ କବ୍ଜାରେ ମୋଷ୍ଟ ଓ୍ବାଣ୍ଟେଡ୍ ଶାହନବାଜ ଓରଫ ଉଜ୍ଜମା । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଆଜି(ସୋମବାର) ଦିଲ୍ଲୀରୁ ଶାହନବାଜକୁ ଗିରଫ କରିଛି । ଦେଶରେ ଏକ ବଡ ଆତଙ୍କୀ ହମଲାର ଯୋଜନା ଚଳାଇଥିଲା ଏହି ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ । ପଢନ୍ତୁ ପୁରା ଖବର

ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ଶାହନବାଜ ଗିରଫ
ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ଶାହନବାଜ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସକୁ ବଡ ସଫଳତା । ପୋଲିସ କବଜାରେ ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ଶାହନବାଜ ଓରଫ ସାଫି ଉଜ୍ଜମା । ଦିଲ୍ଲୀ ପୋଲିସର ସ୍ପେଶାଲ୍‌ ସେଲ୍‌ ଆଜି(ସୋମବାର) ଦିଲ୍ଲୀରୁ ଶାହନବାଜକୁ ଗିରଫ କରିଛି । ଏହି ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀ ତା ସହଯୋଗୀମାନଙ୍କ ସହ ମିଶି ଦିଲ୍ଲୀରେ ଏକ ବଡ଼ ଆତଙ୍କୀ ହମଲାର ଯୋଜନା ଚଳାଉଥିବା ସନ୍ଦେହ କରାଯାଉଛି । ଶାହନବାଜକୁ ମିଶାଇ 3 ଜଣଙ୍କୁ ଗିରଫ କରିଛି ଦିଲ୍ଲା ପୋଲିସ ସ୍ପେଶାଲ ସେଲ । ସେମାନଙ୍କ ଲିଙ୍କ ଆତଙ୍କୀ ସଂଗଠନ ଆଇଏସଆଇଏସ ଥିବା ନେଇ ଅନୁମାନ କରାଯାଉଛି ।

  • Delhi Police Special Cell arrests NIA's most wanted terrorist Shahnawaz alias Shafi Uzzama. NIA had placed a reward of Rs 3 lakhs on the arrested terrorist Shahnawaz, he was wanted in the Pune ISIS case. Shahnawaz, an engineer by profession, is a resident of Delhi, had escaped…

    — ANI (@ANI) October 2, 2023 " class="align-text-top noRightClick twitterSection" data=" ">

ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ପଞ୍ଝାରେ ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ଶାହନବାଜ । ତେବେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ଦ୍ବାରା ଜାରି କରାଯାଇଥିବା ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କୀ ଲିଷ୍ଟରେ ସାମିଲ ଥିଲା ଶାହନବାଜ । ଶାହନବାଜକୁ ଧରାଇଦେଲେ ତିନି ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବା ନେଇ ଘୋଷଣା କରିଥିଲା ଏନଆଇଏ । ତେବେ ଆଜି(ସୋମବାର) ଦିଲ୍ଲୀରୁ ଆତଙ୍କବାଦୀ ଶାହନବାଜ ଓରଫ ଉଜ୍ଜମାକୁ ଗିରଫ କରିଛି ଦିଲ୍ଲୀ ପୋଲିସ ସ୍ପେଶାଲ୍‌ ସେଲ । ଏଥିସହ ଏକ ବଡ଼ ଧରଣର ଆତଙ୍କୀ ହମଲାର ଯୋଜନାକୁ ମଧ୍ୟ ପଣ୍ଡ କରିଦେଇଛି ପୋଲିସ ।

ତେବେ ଏହି ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀର ଦିଲ୍ଲୀ ସାଉଥ-ଇଷ୍ଟରେ ଘର ହୋଇଥିବା ବେଳେ ସେ ଇଞ୍ଜିନିୟର ଭାବେ କାର୍ଯ୍ୟ କରେ । ପୁନେରେ ଏକ ବିସ୍ଫୋରଣ ମାମଲାରେ ଗିରଫ ହୋଇଥିବା ବେଳେ ପୁନେ ପୋଲିସ ହେପାଜତରେ ଥିବା ବେଳେ ସେ ଫେରାର ହୋଇଯାଇଥିଲା । ତେବେ ଦିଲ୍ଲୀରେ ଲୁଚିରହି ISIS ସହ ଯୋଗାଯୋଗରେ ରହିଥିବା ସହ ଏକ ବଡ଼ ଆକ୍ରମଣର ପ୍ରସ୍ତୁତିରେ ଲାଗିଥିବା ସନ୍ଦେହ କରାଯାଉଛି ।

ଏହାମଧ୍ୟ ପଢନ୍ତୁ.. ଆତଙ୍କୀ ଆକ୍ରମଣ ଯୋଜନା ପଣ୍ଡ, ବାରମୂଲା ହାଇୱେରେ IED ଠାବ

ସୂଚନା ଅନୁଯାୟୀ, କିଛି ଦିନ ତଳେ ପୋଲିସକୁ ଦିଲ୍ଲୀରେ 3 ଜଣ ISIS ଆତଙ୍କବାଦୀ ଲୁଚି ରହିଥିବାର ଖବର ମିଳିଥିଲା । ତେବେ ସେମାନଙ୍କୁ ଖୋଜିବାକୁ ଜୋରଦାର ଉଦ୍ୟମ ଜାରି ରଖିଥିଲା ପୋଲିସ । ତେବେ ତଦନ୍ତ ବେଳେ ଆଜି(ସୋମବାର) ଆତଙ୍କବାଦୀ ଶାହନବାଜକୁ ପୋଲିସ ଗିରଫ କରିଛି । ଏଥିସହ 2 ସହଯୋଗୀ ମଧ୍ୟ ଗିରଫ କରିଛି । ଶାହନବାଜକୁ ପଚରାଉଚରା ପରେ ଦିଲ୍ଲୀର ସ୍ପେଶାଲ ସେଲ ଆଉ 3ରୁ 4 ଜଣ ସନ୍ଦିଗ୍ଧକୁ ହେପାଜତରେ ନେଇ ପଚରାଉଚରା କରିଛି । ସମସ୍ତଙ୍କୁ ଦିଲ୍ଲୀରୁ ଗିରଫ କରିଥିବା ବେଳେ ଜଣଙ୍କୁ ଦିଲ୍ଲୀ ବାହାରୁ ଗିରଫ କରାଯାଇଥିବା ନେଇ ସୂଚନା ରହିଛି । ତେବେ ଏବେସୁଦ୍ଧା 3 ଜଣ ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ କରାଯାଇ ସେମାନଙ୍କୁ 7 ଦିନିଆ ପୋଲିସ ହେପାଜତକୁ ପଠାଯାଇଛି ।

ଏହାମଧ୍ୟ ପଢନ୍ତୁ.. LOCରେ ଅନୁପ୍ରବେଶ ପଣ୍ଡ: ସେନା ଗୁଳିରେ ଟଳିଲେ 2 ଆତଙ୍କୀ, ମାରଣାସ୍ତ୍ର ଜବତ

ସୂଚନା ଯୋଗ୍ୟ, ଇସଲାମିକ୍‌ ଷ୍ଟେଟ୍‌ ଅଫ୍‌ ଇରାକ(ISIS) ଦୁନିଆର ସବୁଠୁ ଧନୀ ତଥା ଭୟଙ୍କର ଆତଙ୍କବାଦୀ ସଂଗଠନ ଅଟେ । ଏହାର ବଜେଟ ପାଖାପାଖି 2 ଆରବ ଡଲାର ହୋଇଥିବା ସୂଚନା ରହିଛି । 2013ରେ ଏହି ଆତଙ୍କୀ ସଂଗଠନ ସାମ୍ନାକୁ ଆସିଥିବା ବେଳେ ସବୁ ବଡ଼ବଡ଼ ଆତଙ୍କୀ ହାମଲାରେ ଏହାର ହାତ ଥିବାର ଦେଖାଯାଏ । ତେବେ ଇରାକ ଓ ସିରିଆରେ ଅଧିକାଂଶ ଅଞ୍ଚଳ ଏହି ଆତଙ୍କୀ ସଂଗଠନର କବ୍‌ଜାରେ ରହିଛି । ଏହି ଅଞ୍ଚଳଗୁଡ଼ିକରେ ଆତଙ୍କୀ ସଂଗଠନ ପୁରୁଣା ଇସଲାମିକ ଆଇନକାନୁନ ଚଳାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 2, 2023, 3:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.