ETV Bharat / bharat

Monsoon Session: ଆଜି ସଂସଦରେ ଉପସ୍ଥାପନ ହେବ ଦିଲ୍ଲୀ ଅଧ୍ୟାଦେଶ ବିଲ - ଦିଲ୍ଲୀ ଅଧ୍ୟାଦେଶ ବିଲ

ଆଜି ଲୋକସଭାରେ ଆଗତ ହେବ ଦିଲ୍ଲୀ ପ୍ରଶାସନିକ ନିଯୁକ୍ତି ଓ ବଦଳି ସଂକ୍ରାନ୍ତ ଅଧ୍ୟାଦେଶ ବିଲ । ଅଧିକ ପଢନ୍ତୁ

delhi ordinance bill presented in lok sabha

author img

By

Published : Jul 31, 2023, 8:11 AM IST

ନୂଆଦିଲ୍ଲୀ: ସଂସଦ ମୌସୁମୀ ଅଧିବେଶନ ଆରମ୍ଭରୁ ମଣିପୁର ପ୍ରସଙ୍ଗ ନେଇ ଗୃହରେ ଅଚଳାବସ୍ଥା ଜାରି ରହିଛି । ଶୁକ୍ରବାର ବିରୋଧୀଙ୍କ ହଟଗୋଳ ଯୋଗୁଁ ଗୃହ ମୁଲତବୀ ଘୋଷଣା ପରେ ଆଜି ଠାରୁ ପୁଣି ଆରମ୍ଭ ହେବ ଗୃହ କାର୍ଯ୍ୟ । ଦିଲ୍ଲୀର ପ୍ରଶାସନିକ ନିଯୁକ୍ତି ଓ ବଦଳି ସଂକ୍ରାନ୍ତ ଅଧ୍ୟାଦେଶ ନେଇ ଲୋକସଭାରେ ଆଜି ଏକ ବିଲ ଆଗତ କରାଯିବ । ଯାହାକୁ ପୂର୍ବରୁ ମୋଦିଙ୍କ କ୍ୟାବିନେଟରେ ଅନୁମୋଦନ ଦେଇଥିଲା । ଆପ ଏହି ବିଲକୁ ତୀବ୍ର ବିରୋଧ କରୁଥିବାରୁ ଏହାକୁ ନେଇ ଆଜି ଗୃହରେ ଜୋରଦାର ହଙ୍ଗାମା କରିପାରନ୍ତି ବିରୋଧୀ ।

ଏହା ମଧ୍ୟ ପଢନ୍ତୁ-Monsoon Session: ଅଚଳାବସ୍ଥା ଜାରି, ସୋମବାର ପର୍ଯ୍ୟନ୍ତ ଉଭୟ ସଦନ ମୁଲତବୀ

ରବିବାର (ଜୁଲାଇ 30) ଲୋକସଭାର ସମସ୍ତ ସାଂସଦଙ୍କୁ ଏହି ବିଲ୍‌ର ଏକ କପି ଦିଆଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ବିଲ୍ ଲୋକସଭାରେ ଉପସ୍ଥାପନ କରିବେ । ଆପ୍ ଏହି ବିଲକୁ ବିରୋଧ କରିବାକୁ ଗୋଟିଏ ପରେ ଗୋଟିଏ ଦଳ ସହିତ ଆଲୋଚନା କରିସାରିଥିବା ବେଳେ ନିକଟରେ କଂଗ୍ରେସ ମଧ୍ୟ ଆପକୁ ସମର୍ଥନ ଦେଇଛି । ଆଜି ଦିଲ୍ଲୀ ଅଧ୍ୟାଦେଶ ବିଲ ଲୋକସଭାରେ ଉପସ୍ଥାପନ ବେଳେ ଏହାକୁ ଜୋରଦାର ବିରୋଧ କରିପାରନ୍ତି ବିରୋଧି ଦଳ ଗୁଡିକ । ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏହି ଅଧ୍ୟାଦେଶକୁ ସଂସଦରେ ବିରୋଧ କରିବା ନେଇ ଅନ୍ୟ ଦଳ ଗୁଡିକର ସମର୍ଥନ ପାଇଁ ବିଭିନ୍ନ ରାଜ୍ୟ ଗସ୍ତ କରିଥିଲେ । ଜେଡିୟୁ ଟିଏମସି ଓ କଂଗ୍ରେସ ବ୍ୟତିତ ଅନେକ ଦଳ ଏହି ଅଧ୍ୟାଦେଶ ନେଇ ଆପକୁ ସମର୍ଥନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଦିଲ୍ଲୀର ପ୍ରଶାସନିକ ନିଯୁକ୍ତି ଓ ବଦଳି ସଂକ୍ରାନ୍ତ କ୍ଷମତା ଉପ ରାଜ୍ୟପାଳଙ୍କୁ ଦେବା ନିମନ୍ତେ ମେ’ ୧୯ରେ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଆଣିଥିଲେ । ଯାହାକୁ ବିରୋଧ କରୁଛି ଆପ ।

ଏହା ମଧ୍ୟ ପଢନ୍ତୁ-Monsoon Session of Parliament: ଆଜିଠୁ ମୌସୁମୀ ଅଧିବେଶନ, ଦିଲ୍ଲୀ ଅଧ୍ୟାଦେଶ ଉପରେ ନଜର

ଜୁଲାଇ 20 ତାରିଖରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ। କିନ୍ତୁ ବର୍ତ୍ତମାନ ସୁଦ୍ଧା ସ୍ବାଭାବିକ ହୋଇପାରିନାହିଁ ଗୃହ କାର୍ଯ୍ୟ । ମଣିପୁର ହିଂସା ଘଟଣାକୁ ନେଇ ପୁରା ବିରୋଧୀ ତଥା ନୂଆ ଗଠବନ୍ଧନ (ଇଣ୍ଡିଆ)ର ସାଂସଦ ମାନେ ହଙ୍ଗାମା ହଟ୍ଟଗୋଳ ଜାରି ରଖିଛନ୍ତି । ଶୁକ୍ରବାର ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ପରେ ଚାଲିପାରିନି ଗୃହ କାର୍ଯ୍ୟ । ବିରୋଧୀ ମହାମେଣ୍ଟ ମଣିପୁର ପ୍ରସଙ୍ଗରେ ଆଲୋଚନା ଦାବି କରି ହଟ୍ଟଗୋଳ ପରେ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଲୋକସଭା ଓ ରାଜ୍ୟସଭାକୁ ମୁଲତବୀ ରଖାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.