ETV Bharat / bharat

Delhi Murder Case: ପୀଡ଼ିତା ପରିବାରକୁ ୧୦ଲକ୍ଷ ସହାୟତା ରାଶି ଦେବ AAP

author img

By

Published : May 30, 2023, 6:02 PM IST

ପ୍ରେମିକାକୁ ୨୧ଥର ଛୁରୀ ଭୁସି ହତ୍ୟା ଘଟଣା । ପୀଡ଼ିତାଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ରାଶି ଘୋଷଣା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ପାଲଟିଛି ଏବେ କ୍ରାଇମ ହବ୍‌ । ଗୋଟିଏ ପରେ ଗୋଟିଏ ଛାତିଥରା ଘଟଣା ସାମ୍ନାକୁ ଆସୁଥିବା ବେଳେ ରବିବାର ପ୍ରେମିକାକୁ ଛୁରୀ ଭୁସି ହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ହତ୍ୟାକାଣ୍ଡରେ ୧୬ ବର୍ଷୀୟ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ବେଳେ ପୀଡ଼ିତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ସର୍ବସମ୍ମୁଖରେ ଛୁରୀ ଭୁସିବା ପରେ ପଥରରେ ଛେଚି ପ୍ରେମିକାକୁ ହତ୍ୟା କରିଥିବା ନୃଶଂସ ପ୍ରେମିକ ସାହିଲ ।

ରବିବାର ବିଳମ୍ବିତ ରାତ୍ରିରେ ଦିଲ୍ଲୀର ଶାହବାଦ ଅଞ୍ଚଳରେ ଘଟିଥିଲା ଏହି ହତ୍ୟାକାଣ୍ଡ । ନାବାଳିକା ପ୍ରେମିକାକୁ ୨୧ ଥର ଛୁରୀ ଭୁସି ହତ୍ୟା କରିଥିଲା ନୃଶଂସ ପ୍ରେମିକ ସାହିଲ । କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ଘଟିଥିବା ବେଳେ ଏଭଳି ଭାବେ ପ୍ରେମିକାକୁ ସାହିଲ ଆକ୍ରମଣ କରିଥିଲା । ଏହାପରେ ଦିଲ୍ଲୀ ପୋଲିସ ସୋମବାର ସାହିଲକୁ ଉତ୍ତରପ୍ରଦେଶ ବୁଲନ୍ଦସହରରୁ ଗିରଫ କରିଥିଲା । ମଙ୍ଗଳବାର ସାହିଲକୁ କୋର୍ଟରେ ହାଜର କରାଯାଇଥିବା ବେଳେ ପୋଲିସ ତାକୁ ୨ ଦିନିଆ ହେପାଜତରେ ନେଇଛି । ବିଚ ରାସ୍ତାରେ ସାହିଲର ଏହି ହତ୍ୟାକାଣ୍ଡର ସିସିଟିଭି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଏହା ବି ପଢନ୍ତୁ- Delhi Murder Case: ୨ଦିନିଆ ପୋଲିସ ରିମାଣ୍ଡରେ ହତ୍ୟାକାରୀ ପ୍ରେମିକ ସାହିଲ

ଏନେଇ ଆଜି ପ୍ରତିକ୍ରିୟା ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, "ଏହି ଘଟଣା ଅତ୍ୟନ୍ତ୍ର ଯନ୍ତ୍ରଣାଦାୟକ । ଦିଲ୍ଲୀ ସରକାର ପୀଡ଼ିତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବେ ।" ଏହାସହିତ ହତ୍ୟାକାରୀ କଠୋର ଦଣ୍ଡ ଦିଆଯିବ ବୋଲି ସେ କହିଛନ୍ତି । ଏହାସହିତ ସେ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ଦିଲ୍ଲୀରେ ଆଇନ ଶୃଙ୍ଖଳା ବଜାୟ ରଖିବା ତାଙ୍କ ଦାୟିତ୍ବ । ହେଲେ ସେ ଠିକ ଭାବେ ନିଜ ଦାୟିତ୍ବ ତୁଲାଉନଥିବା କେଜ୍ରିୱାଲ ଅଭିଯୋଗ ମଧ୍ୟ କରିଛନ୍ତି । ସେପଟେ ମନ୍ତ୍ରୀ ଅତିଶି ପୀଡ଼ିତାଙ୍କ ପରିବାରକୁ ଭେଟି ଆଶ୍ବାସନା ଦେଇଥିବା ସେ କହିଛନ୍ତି ।

ପୀଡ଼ିତା ସାକ୍ଷୀଙ୍କ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ସାହିଲ ତାଙ୍କୁ ପ୍ରାୟ ୨୦ ଥର ଛୁରୀ ଭୁସିଛି । ସାକ୍ଷୀଙ୍କ ଶରୀରରେ ୩୪ଟି କ୍ଷତ ଚିହ୍ନ ରହିଛି । ଏହି ଆକ୍ରମଣରେ ସାକ୍ଷୀର ଖପୁରୀ ବାହାରିଆସିଥିବା ବେଳେ ପଥର ମଧ୍ୟ ଦୁଇ ଫାଳ ହୋଇଯାଇଛି । ଅନ୍ୟପଟେ ଏହି ହତ୍ୟାକାଣ୍ଡକୁ ନେଇ ସାହିଲ ପୋଲିସ ନିକଟରେ ପ୍ରତିକ୍ରିୟା ରଖିଛି । ସେ ପ୍ରେମିକା ସାକ୍ଷୀକୁ ହତ୍ୟା କରି କୌଣସି ପଶ୍ଚାତାପ କରୁନାହିଁ ବୋଲି ମଧ୍ୟ କହିଛି । ସେପଟେ ସାହିଲର କହିବା ଅନୁସାରେ ସେମାନେ ପ୍ରାୟ ୩ବର୍ଷ ଧରି ରିଲେସନସିପରେ ରହିଥିଲେ । ହେଲେ ତାଙ୍କ ସମ୍ପର୍କରେ ତିକ୍ତତା ଆସିବା ପରେ ସେମାନେ ଅଲଗା ହେବା ଲାଗି ନିଷ୍ପତ୍ତି ନେଇଥିଲେ । ଏହାପରେ ସାକ୍ଷୀ ତା ସହ କଥାବାର୍ତ୍ତା ବନ୍ଦ କରିଦେଇଥିବା କହିଛି ସାହିଲ । ଏହାସହ ସାକ୍ଷୀ ତାର ପୁରୁଣା ବୟଫ୍ରେଣ୍ଡ ସହ କଥାବାର୍ତ୍ତା କରୁଥିବା ସନ୍ଦେହ କରି ଏହି ହତ୍ୟା କରିଥିବା ସାହିଲ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.