ETV Bharat / bharat

3 ସପ୍ତାହ ପରେ ଦିଲ୍ଲୀରେ ମେଟ୍ରୋ ସେବା ସ୍ବାଭାବିକ, 50% ଯାତ୍ରୀଙ୍କୁ ନେଇ ଚାଲିବ ଟ୍ରେନ

ଜାତୀୟ ରାଜଧାନୀ ଦିଲ୍ଲୀରେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରାୟ ତିନି ସପ୍ତାହ ବ୍ୟବଧାନ ପରେ ଆଜିଠୁ (ସୋମବାର) ମେଟ୍ରୋ ସେବା ଆରମ୍ଭ ହୋଇଛି । ମେଟ୍ରୋ ଟ୍ରେନରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଏହି ସେବା ଆରମ୍ଭ ହେବ । ତେବେ ୫ରୁ ୧୫ ମିନିଟ ବ୍ୟବଧାନରେ ଟ୍ରେନ୍‌ଗୁଡ଼ିକ ଚାଲିବ ବୋଲି DMRC ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

3 ସପ୍ତାହ ପରେ ଦିଲ୍ଲୀରେ ଆରମ୍ଭ ହେଲା ମେଟ୍ରୋ ସେବା, ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଚାଲିବ ଟ୍ରେନ

author img

By

Published : Jun 7, 2021, 8:00 AM IST

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରାୟ ତିନି ସପ୍ତାହ ବ୍ୟବଧାନ ପରେ ଆଜିଠୁ (ସୋମବାର) ମେଟ୍ରୋ ସେବା ଆରମ୍ଭ ହୋଇଛି । ଦୀର୍ଘ ଦିନ ପର୍ଯ୍ୟନ୍ତ ବନ୍ଦ ରହିବା ପରେ ଆଜିଠାରୁ ଦିଲ୍ଲୀ ମେଟ୍ରୋ ପୁଣି ଥରେ ଆରମ୍ଭ ହୋଇଛି । ମେଟ୍ରୋ ଟ୍ରେନରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଏହି ସେବା ଆରମ୍ଭ ହେବ । ୫ରୁ ୧୫ ମିନିଟ ବ୍ୟବଧାନରେ ଟ୍ରେନ୍‌ଗୁଡ଼ିକ ଚାଲିବ ବୋଲି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ (DMRC) ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।

ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ସେବାଗୁଡିକ 20 ମେରୁ କୋଭିଡ ଲକଡାଉନକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ସ୍ଥଗିତ ରଖାଯାଇଥିଲା ଯାହା ପ୍ରଥମେ ଏପ୍ରିଲ 19 ରେ ଲାଗୁ କରାଯାଇଥିଲା ଏବଂ ପରେ କ୍ରମାଗତ ଭାବରେ ନଗର ସରକାରଙ୍କ ଦ୍ବାରା ଏହା ବୃଦ୍ଧି କରାଯାଇଥିଲା।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ, ମେଟ୍ରୋ ଟ୍ରେନରେ ୫୦ ପ୍ରତିଶତ ଯାତ୍ରୀ ଯାଇପାରିବେ । ସେହିପରି ଦିଲ୍ଲୀରେ ଅଡ-ଇଭେନ ନମ୍ବର ମାଧ୍ୟମରେ ୭ ତାରିଖ ଠାରୁ ଦୋକାନ, ବଜାର ଓ ସପିଂ ମଲ ଖୋଲିବାକୁ ଅନୁମତି ମିଳିବ । ସେ କହିଛନ୍ତି ଯେ, ଜାତୀୟ ରାଜଧାନୀରେ କୋଭିଡ ପରିସ୍ଥିତିରେ ସୁଧାର ଆସିଛି । ଗତ ସପ୍ତାହ ଠାରୁ ଅନ୍‌ଲକ୍ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚାଲିଛି ।

ରବିବାର ଏଠାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଦିଲ୍ଲୀରେ 381 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଯାହା ଅଢେଇ ମାସ ମଧ୍ୟରେ ସର୍ବନିମ୍ନ ଏବଂ 34 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପଜିଟିଭିଟି ହାର 0.5% କୁ ହ୍ରାସ ପାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.