ETV Bharat / bharat

kanjhawala Case: ପୂର୍ବରୁ ଗଞ୍ଜେଇ ବିକ୍ରି ମାମଲାରେ ଗିରଫ ହୋଇଥିଲା ନିଧି, ସମସ୍ତ ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା

author img

By

Published : Jan 7, 2023, 7:53 PM IST

ଦିଲ୍ଲୀ ସୁଲତାନପୁରୀ କାଞ୍ଝାଓ୍ବଲା କାର ଟ୍ରାଜେଡି ମାମଲାରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ଏକମାତ୍ର ପ୍ରତ୍ୟେକ୍ଷଦର୍ଶୀ ନିଧି ଗଞ୍ଜେଇ କାରବାର ମାମଲାରେ ଗିରଫ ହୋଇ ଯାଇଥିଲେ ଜେଲ (kanjhawala case witness nidhi) । ସମସ୍ତ ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା କରିବ ଦିଲ୍ଲୀ ପୋଲିସ । ଏପଟେ ସପ୍ତମ ଅଭିଯୁକ୍ତକୁ ମିଳିଛି ବେଲ । ଅଧିକ ପଢନ୍ତୁ

ପୂର୍ବରୁ ଗଞ୍ଜେଇ କାରବାର ମାମଲାରେ ଗିରଫ ହୋଇଥିଲେ ଏକମାତ୍ର ପ୍ରତ୍ୟେକ୍ଷଦର୍ଶୀ ନିଧି

ହାଇଦ୍ରାବାଦ: ଦିଲ୍ଲୀ ସୁଲତାନପୁରୀ କାଞ୍ଝାଓ୍ବଲା କାର ଟ୍ରାଜେଡି ମାମଲାରେ(kanjhawala hit and run case) ତଦନ୍ତର ଦିଗ ବଢିବା ସହ ନୂଆ ନୂଆ ଚାଞ୍ଚଲ୍ୟକର ତଥ୍ୟ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଘଟଣାର ଏକମାତ୍ର ପ୍ରତ୍ୟେକ୍ଷଦର୍ଶୀ ତଥା ସେଦିନ ମୃତ ଅଞ୍ଜଳିଙ୍କ ସହ ସ୍କୁଟିରେ ଦୁର୍ଘଟଣାର ଶିକାର ହୋଇଥିବା ନିଧିଙ୍କ ସମ୍ପର୍କରେ ମିଳିଛି ଚାଞ୍ଚଲ୍ୟକର ତଥ୍ୟ । ଯାହା ଏହି ଘଟଣାକୁ ନିଶା କାରବାର ମୋଡ ଦେବା ପରି ସ୍ଥିତି ସୃଷ୍ଟି କରିଛି । ପୂର୍ବରୁ ଗଞ୍ଜେଇ କାରବାର ମାମଲାରେ ନିଧି (kanjhawala case witness nidhi) ଗିରଫ ହୋଇ ଜେଲ ମଧ୍ୟ ଯାଇସାରିଥିବା ପୋଲିସ ତଦନ୍ତରୁ ଜଣାପଡିଛି ।

ଘଟଣାର ତଦନ୍ତର ଅଗ୍ରଗତି ସହ ଏହି ତଥ୍ୟ ଲୋକଲୋଚନକୁ ଆସିଛି । ନିଧି 2020 ଡିସେମ୍ବର 6 ତାରିଖରେ ଏକ ଗଞ୍ଜେଇ କାରବାର ମାମଲାରେ ଗିରଫ ହୋଇଥିଲେ । ସେତେବେଳେ ଆଗ୍ରା କ୍ୟାଣ୍ଟନମେଣ୍ଟ ରେଳବାଇ ପୋଲିସ ଏହି ଗିରଫଦାରୀ କରିଥିଲା । ରେଳବାଇ ପୋଲିସ ଏସପି ମୋ.ମୁସ୍ତାକ ଦେଇଥିବା ସୂଚନା ଅନୁସାରେ, 2020ରେ ନିଧିଙ୍କ ସମେତ 2ଯୁବକଙ୍କୁ ମିଶାଇ ମୋଟ 3 ଜଣଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ନିକଟରୁ ପ୍ରାୟ 30 କେ.ଜି ଗଞ୍ଜେଇ ମଧ୍ୟ ଜବତ କରାଯାଇଥିଲା ।

ନିଧିଙ୍କ ସମତେ ଉତ୍ତର-ପଶ୍ଚିମ ଦିଲ୍ଲୀ ନିବାସୀ ରବି କୁମାର ଓ ଭାଗ୍ୟବିହାର ନିବାସୀ ସମୀର ଓରଫ ମାହିକୁ ଗିରଫ କରାଯାଇଥିଲା । ପୋଲିସର ଜେରାରୁ ଏହା ସ୍ପଷ୍ଟ ହୋଇଥିଲା ଯେ, ଏହି ତିନି ଅଭିଯୁକ୍ତ ତେଲେଙ୍ଗାନାରୁ ଗଞ୍ଜେଇ ନେଇ ଦିଲ୍ଲୀ ଯାଉଥିବା ବେଳେ ଆଗ୍ରା କ୍ୟାଣ୍ଟେନମେଣ୍ଟ ଷ୍ଟେସନରେ ରେଳବାଇ ପୋଲିସ ହାତରେ ଧରାପଡି ଗିରଫ ହୋଇଥିଲେ । ସମସ୍ତ 3ଅଭିଯୁକ୍ତଙ୍କୁ କୋର୍ଟ ଫରଓ୍ବାର୍ଡ କରିବା ପରେ ଜେଲକୁ ପଠାଇ ଦିଆଯାଇଥିଲା ।

ପ୍ରଥମରୁ ନିଧିଙ୍କ ବୟାନରେ ତାଳମେଳ ନରହିବା ତାଙ୍କ ଭୂମିକାକୁ ସନ୍ଦେହ ଘେରକୁ ଟାଣିଥିଲା । ମୃତ ଅଞ୍ଜଳି ମଦ୍ୟପାନ କରିଥିବା ନେଇ ସେ ଅଭିଯୋଗ କରିଥିଲେ ହେଁ ବ୍ୟବଚ୍ଛେଦ ରିପୋର୍ଟରେ ସେପରି କିଛି ପ୍ରମାଣ ମଳିନଥିଲା । ଅନ୍ୟପଟେ ଦୁର୍ଘଟଣା ପୂର୍ବରୁ ନିଧି ଓ ଅଞ୍ଜଳିଙ୍କର ଏକ ଝଗଡା ଓ ଧସ୍ତାଧସ୍ତିର ସିସିଟିଭି ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ଏବେ ଘଟଣାର ଏକମାତ୍ର ପ୍ରତ୍ୟେକ୍ଷଦର୍ଶୀ ଥିବା ନିଧିଙ୍କର ନିଶା କାରବାର ଲିଙ୍କ ଥିବା ଓ ଗିରଫ ହୋଇ ଜେଲ ଯାଇଥିବା ନେଇ ଜଣାପଡିବା ପରେ ଘଟଣା ପୁଣି ଜଟିଳ ମୋଡ ନେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.