ETV Bharat / bharat

ଜଜଙ୍କ ବିରୋଧରେ ମୃତ୍ୟୁଦଣ୍ଡ ପାଇଁ ମାମଲା କରିଥିବା ଆବେଦନକାରୀଙ୍କୁ 6 ମାସ ଜେଲ - ବିଚାରପତିଙ୍କୁ ଦଣ୍ଡାଦେଶ ଦାବି

ମାମଲା ଖାରଜ କରିଥିବା ଜଜଙ୍କ ବିରୋଧରେ ମୃତ୍ୟୁଦଣ୍ଡ ପାଇଁ ମାମଲା କରିଥିବା ଆବେଦନକାରୀଙ୍କୁ 6 ମାସ ଜେଲ । ଦୁଇ ଜଣିଆ ଖଣ୍ଡପୀଠ କହିଲେ ଆବେଦନ ସମୟରେ ନ୍ୟାୟିକ ମର୍ଯ୍ୟାଦା ରହିବା ଉଚିତ । ଅଧିକ ପଢନ୍ତୁ

ଜଜଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ପାଇଁ ମାମଲା କରିଥିବା ଆବେଦନକାରୀଙ୍କୁ 6 ମାସ ଜେଲ

author img

By ETV Bharat Odisha Team

Published : Nov 1, 2023, 10:05 PM IST

ନୂଆଦିଲ୍ଲୀ: ନିଜ ଆବେଦନ ଖାରଜ କରିଦେଇଥିବା ହାଇକୋର୍ଟର ଜଣେ ଜଜଙ୍କ ବିରୋଧରେ ମୃତ୍ୟୁଦଣ୍ଡ ଦାବିରେ ମାମଲା ଦାଏର କରିଥିଲେ ଯୁବକ । ମାତ୍ର ଦିଲ୍ଲୀ ହାଇକୋର୍ଟ ଏହି ବିଚିତ୍ର ଆବେଦନକୁ ଅଦାଲତ ଅବମାନନା ଅପରାଧ ବୋଲି ବିବେଚନା କରିଛନ୍ତି । ସମ୍ପୃକ୍ତ ଆବେଦନକାରୀଙ୍କୁ ଆର୍ଥିକ ଜରିମାନା ସହ 6 ମାସ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ଏହି ଅଭିଯୋଗକାରୀଙ୍କ ନାମ ନରେଶ ଶର୍ମା ବୋଲି ଜଣାପଡିଛି । ଦିଲ୍ଲୀ ହାଇକୋର୍ଟଙ୍କ ଜଷ୍ଟିସ ସୁରେଶ କାଇତ ଓ ଜଷ୍ଟିସ ଶୈଳନ୍ଦ୍ର କୌରଙ୍କୁ ନେଇ ଗଠିତ 2 ଜଣିଆ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି ଏହି ଦୃଷ୍ଟାନ୍ତମୂଳକ ରାୟ ଶୁଣାଇଛନ୍ତି । ତୁରନ୍ତ ସମ୍ପୃକ୍ତ ଅଭିଯୁକ୍ତଙ୍କୁ କଷ୍ଟଡିକୁ ନେବା ସହ ଜେଲରେ ହାଜର କରିବା ପାଇଁ ପୋଲିସକୁ ଖଣ୍ଡପୀଠ କହିଛନ୍ତି ।

ଏହି ଆବେଦନକାରୀ ନିଜ ମାମଲାକୁ ଖାରଜ କରିଦେଇଥିବା ହାଇକୋର୍ଟର ଜଣେ ଏକକ ଜଜଙ୍କ ବିରୋଧରେ ମୃତ୍ୟୁଦଣ୍ଡ ଆବେଦନ କରି ଅନ୍ୟ ଏକ ମାମଲା ଦାଏର କରିଥିଲେ । ଆବେଦନ ପେପରରେ ସେ ଉକ୍ତ ଜଜଙ୍କୁ ଜଣେ ଚୋର ବୋଲି ଚିତ୍ରଣ କରିଥିଲେ । ଏହା ସହ କୋର୍ଟ ଦିଲ୍ଲୀରେ ଅପରାଧକୁ ବୃଦ୍ଧି କରିବା ପରି ସ୍ଥିତି ସୃଷ୍ଟି କରୁଥିବା ମଧ୍ୟ ଆବେଦନରେ ଦର୍ଶାଇଥିଲେ ଆବେଦନକାରୀ । ଏହା ପରେ ଅଗଷ୍ଟରେ ତାଙ୍କ ବିରୋଧରେ ଅପରାଧିକ ମାମଲା ଦାଏର ହୋଇଥିଲା ।

ଆଜି ଏହି ମାମଲାର ଶୁଣାଣି ସମୟରେ କୋର୍ଟ କହିଛନ୍ତି, ଏହାକୁ 1971 ଅଦାଲତ ଅବମାନନା ଅଧିନିୟମର ଉଲ୍ଲଙ୍ଘନ ବୋଲି ଧରାଯାଉଛି । ଅଭିଯୁକ୍ତଙ୍କୁ 2000 ଟଙ୍କାର ଫାଇନ ସହ 6 ମାସର ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଫାଇନ ପଇଠ ନକରିଲେ ଅଧିକ ସପ୍ତାହେ କାରାଦଣ୍ଡ ବୃଦ୍ଧି କରିବାକୁ କୋର୍ଟ ରାୟରେ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- Ram Mandir: ବିଜେପିକୁ ପାର କରାଇବ କି ମନ୍ଦିର ପ୍ରତିଷ୍ଠା ? ନା କଂଗ୍ରେସ ରଣନୀତି ପଡିବ ଭାରି

ତେବେ ଏହି ରାୟ ସହ ଖଣ୍ଡପୀଠ ଆଜି ଶୁଣାଣିରେ ଏପରି ବିଚିତ୍ର ଆବେଦନ ପାଇଁ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ଏପରି ଆବେଦନ ନ୍ୟାୟାଳୟର ଗରିମା ନଷ୍ଟ କରୁଛି ବୋଲି ମଧ୍ୟ କୋର୍ଟ ଟିପ୍ପଣୀ କରିଥିଲେ । କୌଣସି ଆବେଦନ କରାଯିବା ସମୟରେ ସଠିକ ତରିକା ଓ ନ୍ୟାୟିକ ପ୍ରକ୍ରିୟାର ସର୍ବନିମ୍ନ ଗାରିମା ବଜାୟ ରଖି କରାଯିବା ଉଚିତ ବୋଲି କହିଥିଲେ । ତଳକୋର୍ଟଙ୍କ ରାୟରେ ସନ୍ତୁଷ୍ଟ ନହେଲେ ଉପର କୋର୍ଟରେ ଏହାକୁ ଚ୍ଯାଲେଞ୍ଜ କରିବାର ଅଧିକାର ନ୍ୟାୟିକ ପ୍ରକ୍ରିୟାରେ ରହିଛି । ମାତ୍ର ଜଜଙ୍କ ବିରୋଧରେ ଏପରି ଆବେଦନ କରିବା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.