ETV Bharat / bharat

କାରରେ ଏକୁଟିଆ ଥିଲେ ବି ମାସ୍କ ବାଧ୍ୟତାମୂଳକ

author img

By

Published : Apr 7, 2021, 12:52 PM IST

ଏଣିକି କାରରେ ଏକୁଟିଆ ବସି ଥିଲେ ମଧ୍ୟ ମାସ୍କ ପିନ୍ଧିବା ଅନିବାର୍ଯ୍ୟ । କୋରୋନା ବିରୁଦ୍ଧରେ ମାସ୍କ ହେଉଛି ‘ସୁରକ୍ଷା କବଚ’ । ଅଧିକ ପଢନ୍ତୁ...

କାରରେ ଏକୁଟିଆ ଥିଲେ ବି ମାସ୍କ ପିନ୍ଧିବା ଅନିବାର୍ଯ୍ୟ

ନୂଆଦିଲ୍ଲୀ: ବଢୁଥିବା କୋରୋନା ସଂକ୍ରମଣକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଏଣିକି କାରରେ ଏକୁଟିଆ ବସି ଥିଲେ ମଧ୍ୟ ମାସ୍କ ପିନ୍ଧିବା ଅନିବାର୍ଯ୍ୟ । କୋରୋନା ବିରୁଦ୍ଧରେ ମାସ୍କ ଏକ ‘ସୁରକ୍ଷା କବଚ’ ଓ କାରକୁ ‘ସର୍ବସାଧାରଣ ସ୍ଥାନ’ ବୋଲି କୋର୍ଟ କହିଛନ୍ତି ।

ହାଇକୋର୍ଟର ଜଜ ପ୍ରତିଭା ଏମ ସିଂ ଏକ ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି । କାରରେ ଏକୁଟିଆ ଥିଲେ କାହିଁକି ମାସ୍କ ପିନ୍ଧିବା ଜରୁରୀ ନୁହେଁ ? ଏହା ନିଜର ସୁରକ୍ଷା । ବୈଜ୍ଞାନିକ ଓ ସରକାର ମଧ୍ୟ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି । ଏପରି ଚ୍ୟାଲେଞ୍ଜିଂ ସମୟରେ ଜଣେ ଟିକା ନେଇଥିବା ବ୍ୟକ୍ତି ମାସ୍କ ପିନ୍ଧିବା ଜରୁରୀ ବୋଲି ସେ କହିଛନ୍ତି । ଏହାସହ ଯଦି ଘରେ କୌଣସି ବୟସ୍କ ତଥା ବୃଦ୍ଧ ବ୍ୟକ୍ତି ରହୁଛନ୍ତି ସେ ସମୟରେ ମଧ୍ୟ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଆଇନଜୀବୀ ସୌରଭ ଶର୍ମା କାରରେ ଯାଉଥିବା ସମୟରେ ମାସ୍କ ପିନ୍ଧିନଥିଲେ । ଦିଲ୍ଲୀ ପୋଲିସ ତାଙ୍କୁ 500 ଟଙ୍କା ଜୋରିମାନା ଦେବାକୁ କହିଥିଲେ । ହେଲେ ସେ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.