ETV Bharat / bharat

ଦିଲ୍ଲୀ HCଙ୍କ ଉଦବେଗ, ଅକ୍ସିଜେନ ଯୋଗାଣରେ ବାଧା ଦେଲେ ମିଳିବ ଫାଶୀ

author img

By

Published : Apr 24, 2021, 4:36 PM IST

ଦିଲ୍ଲୀରେ ଦେଖାଯାଇଥିବା ଅକ୍ସିଜେନ ସଙ୍କଟ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଉଦବେଗ । ଯଦି କେହି ଅକ୍ସିଜେନ୍ ପରିବହନରେ ବାଧା ସୃଷ୍ଟି କରୁଛି ତାଙ୍କୁ ଫାଶୀ ମିଳିବ ବୋଲି କୋର୍ଟ କହିଛନ୍ତି । ଅଧିକ ପଢନ୍ତୁ....

ଅକ୍ସିଜେନ ସଂଙ୍କଟ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଉଦବେଗ, ଅକ୍ସିଜେନ ପରିବହନରେ ବାଧାସୃଷ୍ଟିକାରୀଙ୍କୁ ମିଳିବ ଫାସୀ

ନୂଆଦିଲ୍ଲୀ: ଦେଶରେ ଦେଖାଦେଇଥିବା କୋରୋନା ତାଣ୍ଡବ ସାଙ୍ଗକୁ ବିଭିନ୍ନ ହସ୍ପିଟାଲରେ ଦେଖାଦେଇଥିବା ଅକ୍ସିଜେନ ଅଭାବ ଏବେ କୋରୋନା ଆକ୍ରନ୍ତଙ୍କ ଚିକିତ୍ସା ପାଇଁ ସବୁଠୁ ବଡ ଆହ୍ବାନ ସୃଷ୍ଟି ହୋଇଛି । ଏପର ସ୍ଥଳେ ଦେଶର ବିଭିନ୍ନ ସ୍ଥାନରୁ ବିଭିନ୍ନ ହସ୍ପିଟାଲକୁ ଅକ୍ସିଜେନ ଯୋଗାଇବା ଜାରି ରହିଛି । କିଛି ସ୍ଥାନରେ ଅକ୍ସିଜେନ ପରିବହନ ପାଇଁ ସମସ୍ୟା ଦେଖାଦେଇଛି । ତେବେ ଏହାକୁ ନେଇ କଠୋର ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ । ଅକ୍ସିଜେନ୍ ଯୋଗାଣରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ତଥା ମୃତ୍ୟୁ ଦଣ୍ଡରେ ମଧ୍ୟ ଦଣ୍ଡିତ କରିବା ନେଇ କୋର୍ଟ ଚେତାବନୀ ଦେଇଛନ୍ତି ।

ଦେଶରେ ଦେଖାଯାଇଥିବା କୋରୋନାର ଦ୍ବିତୀୟ ଷ୍ଟ୍ରେନକୁ ଲହର ପରିବର୍ତ୍ତେ ସୁନାମୀ ବୋଲି କିହିଛନ୍ତି ଦିଲ୍ଲୀ ହାଇକୋର୍ଟ । ତେବେ ଏବେ ଦେଶରେ ଦେଖାଯାଇଥିବା ପରିସ୍ଥିତିରେ ଅକ୍ସିଜେନର ଯୋଗାଣ ଉପରେ ଗୁରୁତ୍ବ ଦେବା ପାଇଁ କୋର୍ଟ କହିଛନ୍ତି , ଯଦି ରାଜଧାନୀ ଦିଲ୍ଲୀରେ 480 ମେଟ୍ରିକ୍ ଟନ୍ ଅମ୍ଳଜାନ ଗଚ୍ଛିତ ହୋଇ ପାରିବ ନାହିଁ ତେବେ ରାଜଧାନୀର ସ୍ବାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଭାବେ ଅକାମୀ ହୋଇପଡିବ । ଅମ୍ଳଜାନର ଚିନ୍ତାଜନକ ଅଭାବକୁ ଅନେକ ବିଭିନ୍ନ ହସ୍ପିଟାଲ ମଧ୍ୟ ହାତ ଟେକିବା ଆରମ୍ଭ କଲେଣି ।

ବିଭିନ୍ନ ହସ୍ପିଟାଲରେ ଏବେ ରୋଗୀ ଆଡମିଟ ହେବା ମଧ୍ୟ ବନ୍ଦ ହୋଇ ସାରିଲାଣି । ତେବେ ଏହି ଘଟଣା ଦିଲ୍ଲୀ କୋର୍ଟରେ ପହଞ୍ଚିବା ପରେ କୋର୍ଟ କଠୋର ଆଭିମୁଖ୍ୟ ଦେଖାଇଥିବା ଦେଖିବାକୁ ମିଳିଛି । କୋର୍ଟ ବର୍ତ୍ତମାନ ସ୍ଥିତି ନେଇ କେନ୍ଦ୍ର ସରକାର ଉପରେ ମଧ୍ୟ ବର୍ଷିଥିବା ଦେଖିବାକୁ ମିଳିଛି । ଦିଲ୍ଲୀରେ ସ୍ବାସ୍ଥ୍ୟାବସ୍ଥାର ଭିତ୍ତିଭୂମି, ଡାକ୍ତରଖାନା, ଡାକ୍ତରୀ କର୍ମଚାରୀ, ଔଷଧ, ଟିକା ଏବଂ ଅମ୍ଳଜାନ ପରି ପ୍ରସ୍ତୁତି ବିଷୟରେ ମଧ୍ୟ କେନ୍ଦ୍ରକୁ ପଚାରିଥିବା ଦେଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.