ETV Bharat / bharat

କେରଳ ନର୍ସଙ୍କୁ ମୃତ୍ୟୁ ଦଣ୍ଡାଦେଶ ଘଟଣା: ୟେମେନ ଯିବାକୁ ମା’ଙ୍କୁ କୋର୍ଟଙ୍କ ଅନୁମତି - ଦିଲ୍ଲୀ ହାଇକୋର୍ଟ

(Kerala Nurse death sentence in Yemen) କେରଳ ନର୍ସଙ୍କୁ ୟେମେନରେ ମୃତ୍ୟୁ ଦଣ୍ଡାଦେଶ ଘଟଣାରେ ନର୍ସଙ୍କ ମା’ଙ୍କୁ ନିଜ ଦାୟିତ୍ବରେ ୟେମେନ ଯିବାକୁ ଦିଲ୍ଲୀ ହାଇକୋର୍ଟ ଦେଲେ ଅନୁମତି । ପୂର୍ବରୁ ମନା କରିସାରିଛି କେନ୍ଦ୍ର । ଅଧିକ ପଢନ୍ତୁ

କେରଳ ନର୍ସଙ୍କୁ ମୃତ୍ୟୁ ଦଣ୍ଡାଦେଶ ଘଟଣା: ୟେମେନ ଯିବାକୁ ମା’ଙ୍କୁ କୋର୍ଟଙ୍କ ଅନୁମତି

author img

By ETV Bharat Odisha Team

Published : Dec 12, 2023, 10:43 PM IST

ନୂଆଦିଲ୍ଲୀ: ୟେମେନରେ ମୃତ୍ୟୁ ଦଣ୍ଡାଦେଶ ହୋଇଥିବା କେରଳର ନର୍ସ ନିମିଷା ପ୍ରିୟାଙ୍କ ମା’ଙ୍କୁ ତିନିଜଣ ଭାରତୀୟ ନାଗରିକଙ୍କ ସହ ୟେମେନ ଯିବାକୁ ଦିଲ୍ଲୀ ହାଇକୋର୍ଟ ଅନୁମତି ଦେଇଛନ୍ତି । ଏହି ଅନୁମତି ପାଇଁ କେନ୍ଦ୍ର ସରକାର ତାଙ୍କୁ ପୂର୍ବରୁ ମନା କରିଥିଲେ । ନିମିଷା ପ୍ରିୟାଙ୍କ ମା’ ଅନୁମତି ପାଇଁ କୋର୍ଟରେ ଆବେଦନ କରିଥିଲେ । ଆଜି ଏହି ଆବେଦନର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ୍ ସୁବ୍ରମଣ୍ୟମ୍ ପ୍ରସାଦ ନିମିଶା ପ୍ରିୟାଙ୍କ ମା’ଙ୍କୁ ନିଜ ଦାୟିତ୍ବରେ ୟେମେନ ଯିବାକୁ ଅନୁମତି ପ୍ରଦାନ କରିଛନ୍ତି । କୋର୍ଟ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି, ଏହି ଯାତ୍ରା ପାଇଁ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଉତ୍ତରଦାୟୀ ହେବେନାହିଁ । ନିମିଷାଙ୍କ ମା’ଙ୍କ ସହ କୁହ୍ନାମଦ ନାଡୁଭିଲାକ୍କାଣ୍ଡି, ସାମୁଏଲ୍ ଜେରୋମ ଭାସ୍କରନ୍ ଓ କେ.ସଞ୍ଜୀବ କୁମାରଙ୍କୁ ମଧ୍ୟ ୟେମେନ ଯିବା ପାଇଁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି ।

ତେବେ 2 ତାରିଖରେ କୋର୍ଟ ଏହି ଆବେଦନର ଶୁଣାଣି କରିବା ସମୟରେ କେନ୍ଦ୍ର ସରକାରଙ୍କୁ ଅନୁମତି ପ୍ରଦାନ ସମ୍ପର୍କରେ ପ୍ରଶ୍ନ କରିଥିଲେ । କେନ୍ଦ୍ର ସରକାର ଅନୁମତି ଦେଇନଥିଲେ । ୟେମେନରେ ଥିବା ଭାରତୀୟ ଦୂତାବାସ ଏବେ ବନ୍ଦ ହୋଇସାରିଛି । ସେଠାରେ ଭାରତ ସରକାରଙ୍କ କୌଣସି ପ୍ରତିନିଧି କିମ୍ବା କୂଟନୈତିକ ଅଧିକାରୀ ନାହାନ୍ତି । ତେଣୁ କୌଣସି ପରିସ୍ଥିତିରେ ରାଜନୈତିକ କିମ୍ବା କୂଟନୈତିକ ସହାୟତା ପ୍ରଦାନ କରାଯିବା ସମ୍ଭବ ହେବ ନାହିଁ ବୋଲି ଦର୍ଶାଇ କେନ୍ଦ୍ର ଏହି ଅନୁମତିକୁ ଖାରଜ କରିଦେଇଥିଲେ । ଏବେ ଦିଲ୍ଲୀ ହାଇକୋର୍ଟ ନର୍ସଙ୍କ ମା’ଙ୍କୁ ନିଜସ୍ବ ଦାୟିତ୍ବରେ ୟେମେନ ଯାତ୍ରା କରିବାକୁ ଅନୁମତି ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- CEC, ECsଙ୍କ ନିଯୁକ୍ତି ସମ୍ପର୍କିତ ବିଲ୍‌ ରାଜ୍ୟସଭାରେ ପାରିତ

କ’ଣ ଥିଲା ଅପରାଧିକ ମାମଲା:-

କେରଳର ନିମିଶା ଜଣେ ପ୍ରଶିକ୍ଷିତ ନର୍ସ ଓ ସେ ୟେମେନରେ ତାଲାଲ ଅବଦୋ ମହଦି ନାମକ ଜଣେ ଜଣେ ସ୍ଥାନୀୟ ନାଗରିକଙ୍କ ସହଯୋଗରେ ସେଠାରେ ଏକ କ୍ଲିନିକ ଚଲାଉଥିଲେ । ତେବେ ସେଠାରେ କେବଳ ସ୍ଥାନୀୟ ୟେମନୀ ନାଗରିକଙ୍କୁ ବ୍ୟବସାୟିକ ସଂସ୍ଥାନ ଖୋଲିବାର ଅନୁମତି ଥାଏ । ତେଣୁ 2014 ରେ ନିମିଶା ତାଙ୍କର ସାହାଯ୍ୟ ନେଇଥିଲେ । ପରେ କୌଣସି କାରଣରୁ ଉଭୟଙ୍କ ମଧ୍ଯରେ ତିକ୍ତତା ସୃଷ୍ଟି ହୋଇଥିଲେ । ସମ୍ପୃକ୍ତ ସ୍ଥାନୀୟ ନାଗରିକ ଜଣକ ନିମିଶାଙ୍କ ପାସପୋର୍ସ ନିଜ ନିକଟରେ ରଖିଥିଲେ । ଏହି କାରଣରୁ 2017 ରେ ନିମିଶା ଅନ୍ୟ ଜଣେ ନର୍ସଙ୍କ ସହ ମିଶି ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିଶା ଇନଜେକ୍ସନ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ତାଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରାଯିବା ପରେ ୟେମେନର ଏକ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ମୃତ୍ୟୁଦଣ୍ଡରେ ଦେଣ୍ଡିତ କରିଛନ୍ତି । ସେ ଏବେ ସ୍ଥାନୀୟ ଏକ ଜେଲରେ ରହିଛନ୍ତି । ଏବେ ଝିଅ ପାଇଁ ସେଠାକାର କୋର୍ଟରେ ଆଇନଗତ ଲଢେଇ ଲଢିବା ପାଇଁ ମା’ ୟେମେନ ଗସ୍ତ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.