ETV Bharat / bharat

ଏୟାର ଇଣ୍ଡିଆକୁ ଝଟକା, ଇସ୍ତଫା ଦେଇଥିବା ପାଇଲଟଙ୍କ ପୁନଃନିଯୁକ୍ତି ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ - ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଏୟାର ଇଣ୍ଡିଆ ସେବାକୁ ବନ୍ଦ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ପାଇଲଟଙ୍କ ଦ୍ବାରା କୋର୍ଟରେ ହୋଇଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଅଧିକ ପଢନ୍ତୁ....

ଏୟାର ଇଣ୍ଡିଆକୁ ଝଟକା, ଇସ୍ତଫା ଦେଇଥିବା ପାଇଲଟଙ୍କ ପୁନଃ ନିଯୁକ୍ତି ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Jun 1, 2021, 8:50 PM IST

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ବିମାନ ସେବା ବନ୍ଦ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ପାଇଲଟଙ୍କ ଦ୍ବାରା କୋର୍ଟରେ ହୋଇଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଏକ ଗୁରୁତ୍ବପୂର୍ଣ୍ଣ ରାୟ ଘୋଷଣା କରିଛନ୍ତି । ଏହା ସହ ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ମଧ୍ୟ ରଖିଛନ୍ତି କୋର୍ଟ ।

ଜଷ୍ଟିସ୍ ଜ୍ୟୋତି ସିଂ ଙ୍କ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରି ଏହାର ରାୟରେ 13 ଅଗଷ୍ଟ 2020 ରେ ଏୟାର ଇଣ୍ଡିଆର ବନ୍ଦ ନିଷ୍ପତ୍ତିକୁ ଖାରଜ କରିବା ସହ ସମସ୍ତ ପାଇଲଟଙ୍କ ପୁନଃ ଅବସ୍ଥାପିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୁନଃସ୍ଥାପିତ ପାଇଲଟମାନଙ୍କୁ ପୂର୍ବ ମଞ୍ଜୁରୀ ଦେବାକୁ ପଡିବ ବୋଲି କୋର୍ଟ ତାଙ୍କ ନିର୍ଦ୍ଦେଶ ସ୍ପଷ୍ଟ କରିଥିବା ଦେଖିବାକୁ ମିଳିଛି ।

ଏହାପୂର୍ବରୁ ଅନେକ ପାଇଲଟ୍ ଏୟାର ଇଣ୍ଡିଆକୁ ଇସ୍ତଫା ଗ୍ରହଣ ନ କରିବାକୁ ନିର୍ଦ୍ଦେଶ ମାଗି କୋର୍ଟକୁ ଘୁଞ୍ଚାଇ ଦେଇଥିଲେ । କାରଣ ସେମାନେ ପୂର୍ବରୁ ଇସ୍ତଫା ଦେଇଥିଲେ କିନ୍ତୁ ଅବଶ୍ୟ ପରେ ଏହାକୁ ପ୍ରତ୍ୟାହାର କରି ନେଇଥିଲେ। ପ୍ରଥମେ ଦରମା ଏବଂ ଭତ୍ତା ଦେବାରେ ବିଳମ୍ବ ହେତୁ ସେମାନେ ଇସ୍ତଫା ଦେଇଥିବା ପିଟିସନରେ ଦର୍ଶାଇଥିଲେ ପାଇଲଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.