ETV Bharat / bharat

ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତିଙ୍କୁ କୋରୋନା - ମୁଖ୍ୟ ବିଚାରପତିଙ୍କୁ କୋରୋନା

ଦିଲ୍ଲୀ ଉଚ୍ଚ ନ୍ୟାୟଳୟ ମୁଖ୍ୟ ବିଚାରପତି ଡିଏନ ପଟେଲ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅଧିକ ପଢନ୍ତୁ...

ମୁଖ୍ୟ ବିଚାରପତି ଡିଏନ ପଟେଲ
ମୁଖ୍ୟ ବିଚାରପତି ଡିଏନ ପଟେଲ
author img

By

Published : Apr 18, 2021, 7:44 AM IST

ନୂଆଦିଲ୍ଲୀ: ଦିଲ୍ଲୀ ଉଚ୍ଚ ନ୍ୟାୟଳୟ ମୁଖ୍ୟ ବିଚାରପତି ଡିଏନ ପଟେଲ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ନିଜକୁ ଆଇସୋଲେସନରେ ରଖିଥିବା ସୂଚନା ମିଳିଛି ।

ସୂଚନାଅନୁସାରେ, ଡିଏନ ପଟେଲ ପ୍ରଥମେ ଅସ୍ବାଭିକ ଅନୁଭବ କରିଥିଲେ । ଏହା ପରେ ସେ ପରୀକ୍ଷା କରିଥିଲେ । ସେ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଦିଲ୍ଲୀ ଉଚ୍ଚ ନ୍ୟାୟଳୟର ତିନି ଜଣ ଜଜ୍ କୋରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ସେମାନେ ସମସ୍ତେ ନିଜକୁ ଆଇସୋଲେସନରେ ରଖିଛନ୍ତି ।

ଜାତୀୟ ରାଜଧାନୀରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଦିଲ୍ଲୀ କୋର୍ଟ ବାର ଆସୋସିଏସନ । ପୁଣି ଥରେ ଏପ୍ରିଲ 23 ତାରିଖ ପର୍ଯ୍ୟନ୍ତ ଭର୍ଚୁଆଲ ଜରିଆରେ ଶୁଣାଣି ହେବ ।

ପୂର୍ବରୁ ମାର୍ଚ୍ଚ 23ରେ ସରକାରଙ୍କ ନିଷ୍ପତ୍ତି ଅନୁସାରେ କୋର୍ଟ ତାର କାର୍ଯ୍ୟକାଳ ସ୍ଥଗିତ ରଖିଥିଲା । କେବଳ ଜରୁରୀକାଳୀନ ଘଟଣାରେ ଭିଡିଓ କନଫରେନ୍ସି ଜରିଆରେ ଶୁଣାଣି କରାଯାଉଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.