ETV Bharat / bharat

ABORTION: ଦିଲ୍ଲୀ ହାଇକୋର୍ଟଙ୍କ ବଡ ରାୟ, ୩୩ସପ୍ତାହର ଗର୍ଭବତୀଙ୍କୁ ଗର୍ଭପାତ ଅନୁମତି

author img

By

Published : Dec 6, 2022, 9:23 PM IST

ଦିଲ୍ଲୀ ହାଇକୋର୍ଟ ଆଜି ବଡ଼ ରାୟ ଶୁଣାଇଛନ୍ତି । ୩୩ ସପ୍ତାହର ଗର୍ଭବତୀଙ୍କୁ ଗର୍ଭପାତ ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ଅଧିକ ପଢନ୍ତୁ

ABORTION: ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ରାୟ, ୩୩ ସପ୍ତାହ ଗର୍ଭବତୀଙ୍କୁ ଗର୍ଭପାତ ପାଇଁ ଦେଲେ ଅନୁମତି

ନୂଆଦିଲ୍ଲୀ: ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ (Delhi High Court on Abortion) ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ୩୩ ସପ୍ତାହ ତଥା ୮ ମାସର ଗର୍ଭବତୀ ମହିଳାଙ୍କୁ ଗର୍ଭପାତ ପାଇଁ ଅନୁମତି ଦେଇଛନ୍ତି (Medical Termination of Pregnancy Act)) ।

ଏହି ମାମଲାର ଶୁଣାଣି ସମୟରେ ବିଚାରପତି ପ୍ରତିଭା ଏମ ସିଂହ କହିଥିଲେ ଯେ, କୋର୍ଟ ସର୍ବଶେଷରେ ମା'ର ନିଷ୍ପତ୍ତିକୁ ଅନ୍ତିମ ନିଷ୍ପତ୍ତି ଭାବେ ପରିଗଣିତ କରୁଛନ୍ତି । ଗର୍ଭବତୀଙ୍କୁ ଡାକ୍ତରୀ ଗର୍ଭପାତ (Medical Abortion) ପାଇଁ ଅନୁମତି ଦେଇଛନ୍ତି । ଆବେଦନକାରୀଙ୍କୁ ତୁରନ୍ତ ଏଲଏନଜେପି ହସ୍ପିଟାଲ ବା ତାଙ୍କ ପସନ୍ଦ ଅନୁଯାୟୀ ହସ୍ପିଟାଲରେ ଗର୍ଭପାତ କରିବା ପାଇଁ କୋର୍ଟ ଅନୁମତି ଦେଇଛନ୍ତି ।

ବିଚାରପତି ପ୍ରତିଭା ଏମ ସିଂ ଶୁଣାଣି ବେଳେ କହିଛନ୍ତି, "ଭାରତୀୟ ଆଇନ ଅନୁସାରେ ଜଣେ ମହିଳା ଗର୍ଭାବସ୍ଥାକୁ ଜାରି ରଖିବ କି ନାହିଁ ଏହା ଉକ୍ତ ମହିଳାଙ୍କ ନିଷ୍ପତ୍ତି ହୋଇଥାଏ । ଏଭଳି ଅବସ୍ଥାରେ ଗର୍ଭପାତ ନିଶ୍ଚିତ ଚିନ୍ତାଜନକ । ଏହି ଘଟଣାରେ ମହିଳାଙ୍କୁ ଅନେକ ସମସ୍ୟା ଦେଇ ଗତି କରିବାକୁ ପଡିଥାଏ । ଆଧୁନିକ ଜ୍ଞାନକୌଶଳରେ ଜରୁରୀକାଳୀନ ପରିସ୍ଥିତି ସହିତ ଗର୍ଭପାତ ଏବଂ ଗର୍ଭପାତ ଭଳି ସମସ୍ୟା ଅଧିକ କଷ୍ଟସାଧ୍ୟ ହୋଇପଡିଛି। କାରଣ ଜନ୍ମ ହୋଇନଥିବା ଶିଶୁ ବିକଳାଙ୍ଗ ଥିବା ଆଧୁନିକ ଜ୍ଞାନକୌଶଳରୁ ଜଣାପଡ଼ୁଛି । ଯାହାଦ୍ବାରା ପିତାମାତା ବିକଳାଙ୍ଗ ଶିଶୁ ଜାଣି ଗର୍ଭପାତ ପାଇଁ ନିଷ୍ପତ୍ତି ନେଉଛନ୍ତି । ଏହା ଏବେ ଚିନ୍ତାଜନକ ବିଷୟ ।"

ଏହା ବି ପଢନ୍ତୁ- ଆସନ୍ତା ୧୧ରେ କବିତାଙ୍କ ହେବ ବୟାନ ରେକର୍ଡ: ସିବିଆଇ

କୋର୍ଟ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲ (LNJP Hospital)ର ମେଡିକାଲ ରିପୋର୍ଟକୁ ନେଇ ମଧ୍ୟ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି । ବିଚାରପତି କହିଛନ୍ତି ଯେ ରିପୋର୍ଟରେ କେବଳ ଶିଶୁ ସମ୍ପର୍କରେ ନୁହେଁ, ବରଂ ଗର୍ଭପାତ ବା ଗର୍ଭଧାରଣ ଜାରି ରଖିବା ବେଳେ ମହିଳାର ମାନସିକ ଓ ଶାରୀରିକ ଅବସ୍ଥା ସମ୍ପର୍କରେ ମଧ୍ୟ ବର୍ଣ୍ଣନା କରିବା ଆବଶ୍ୟକ । ସୂଚନା ଥାଉ କି ଆଜି କୋର୍ଟରେ ଜଣେ ୨୬ ବର୍ଷୀୟ ମହିଳାଙ୍କ ଆବେଦନ ଉପରେ ଶୁଣାଣି ହୋଇଥିଲା । ଯିଏକି ୩୩ ସପ୍ତାହ ବା ୮ ମାସର ଗର୍ଭବତୀ । ଜିଟିବି ହସ୍ପିଟାଲ (GTB Hospital) ଗର୍ଭପାତ ନେଇ ମହିଳାଙ୍କ ଅନୁରୋଧକୁ ଗ୍ରହଣ ନ କରିବା ପରେ ଆବେଦନକାରୀ ମହିଳା ଡାକ୍ତରୀ ଗର୍ଭପାତ ପାଇଁ ଅନୁମତି ଦେବା ଲାଗି କୋର୍ଟରେ ଆବେଦନ କରିଥିଲେ ।

ଆବେଦନକାରୀ ଗର୍ଭବତୀଙ୍କ କହିବାନୁସାରେ ଯେତେବେଳେ ସେ ଗର୍ଭବତୀ ହୋଇଥିଲେ ଏହାର ୧୬ ସପ୍ତାହ (ସାଢେ ୩ମାସ) ପର୍ଯ୍ୟନ୍ତ ତାଙ୍କ ପେଟରେ ଥିବା ଶିଶୁ ବିକଳାଙ୍ଗ ବୋଲି ଜଣାପଡ଼ିନଥିଲା । ମାତ୍ର ଗତ ନଭେମ୍ବର ୧୨ ତାରିଖରେ ଶିଶୁଟି ବିକଳାଙ୍ଗ ବୋଲି ଜଣାପଡ଼ିଥିଲା । ଏହାପରେ ଦମ୍ପତି ଗର୍ଭପାତ ପାଇଁ ନିଷ୍ପତ୍ତି ନେଇଥିଲେ । ମାତ୍ର ଭାରତରେ ଗର୍ଭପାତ ଏକ ବେଆଇନ । ଏଣୁ ତାଙ୍କ ଗର୍ଭପାତ ପାଇଁ ହସ୍ପିଟାଲ ରାଜି ହୋଇନଥିଲେ । ଯଦି ସେମାନେ ଗର୍ଭପାତ ପାଇଁ ଚାହାନ୍ତି ତେବେ କୋର୍ଟରୁ ଅନୁମତି ଆଣିବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ । ଏହାପରେ ଗର୍ଭବତୀ କୋର୍ଟଙ୍କ ଅନୁମତି ପାଇଁ ଆବେଦନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.