ETV Bharat / bharat

ଅଗଷ୍ଟ ପହିଲାରୁ ବନ୍ଦ ହେବ ବେସରକାରୀ ମଦ ଦୋକାନ - ମହଙ୍ଗା ହେବ ମଦ

ମହଙ୍ଗା ହେବ ମଦର ମୂଲ୍ୟ । ମଦ ଦୋକାନ ଆଗରେ ଲାଗିପାରେ ଲମ୍ବା ଧାଡ଼ି । ଅଗଷ୍ଟ ପହିଲାରୁ ଦିଲ୍ଲୀରେ ମଦ ଅଭାବ ଦେଖାଦେଇପାରେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନୂତନ ଅବକାରୀ ନୀତି 2021-22 ପ୍ରତ୍ୟାହାର କରିବା ପରେ ଏଭଳି କିଛି ପରିସ୍ଥିତି ସୃଷ୍ଟି ହୋଇପାରେ । ଅଧିକ ପଢ଼ନ୍ତୁ

delhi government withdraws news excise policy
ଅଗଷ୍ଟ 1ରୁ ବନ୍ଦ ହେବ ବେସରକାରୀ ମଦ ଦୋକାନ
author img

By

Published : Jul 31, 2022, 11:20 AM IST

ନୂଆଦିଲ୍ଲୀ: ମହଙ୍ଗା ହେବ ମଦର ମୂଲ୍ୟ । ପୁଣି ଦେଖାଦେଇପାରେ ଲକଡାଉନ ଭଳି ସ୍ଥିତି । ମଦ ଦୋକାନ ଆଗରେ ଲାଗିପାରେ ଲମ୍ବା ଧାଡ଼ି। ଅଗଷ୍ଟ ପହିଲାରୁ ଦିଲ୍ଲୀରେ ମଦ ଅଭାବ ଦେଖାଦେଇପାରେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନୂତନ ଅବକାରୀ ନୀତି 2021-22 ପ୍ରତ୍ୟାହାର କରିବା ପରେ ଏଭଳି କିଛି ପରିସ୍ଥିତି ସୃଷ୍ଟି ହୋଇପାରେ । ଏହି ନୀତି ପ୍ରତ୍ୟାହାର ହେବାପରେ ଅଗଷ୍ଟ 1ରୁ ଦିଲ୍ଲୀର 468 ବେସରକାରୀ ମଦ ଦୋକାନକୁ ବନ୍ଦ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ନୂତନ ଅବକାରୀ ନିୟମ ଅନୁଯାୟୀ, ବେସରକାରୀ ମଦ ଦୋକାନ ଗୁଡ଼ିକର ଲାଇସେନ୍ସ ସମାପ୍ତ ହେତୁ ଏହାକୁ ବନ୍ଦ କରାଯିବ । ଏହାର ଅବଧି ଆଜି (ଜୁଲାଇ 31)ରେ ଶେଷ ହୋଇଯିବ । ଶନିବାର ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି ଯେ, ‘ଦିଲ୍ଲୀ ସରକାର ନୂଆ ଅବକାରୀ ନିୟମକୁ ପ୍ରତ୍ୟାହର କରିବା ସହ କେବଳ ସରକାରୀ ମଦ ଦୋକାନରେ ମଦ ବିକ୍ରି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟକୁ ଭ୍ରଷ୍ଟାଚାରରୁ ଦୂର ରଖିବା ପାଇଁ ଏହି ନୀତି ଅଣାଯାଇଛି । ପୂର୍ବରୁ ସରକାରଙ୍କୁ 850 ମଦ ଦୋକାନରୁ ପ୍ରାୟ 6000 କୋଟି ଟଙ୍କା ରାଜସ୍ବ ମିଳୁଥିଲା। କିନ୍ତୁ ବର୍ତ୍ତମାନ 9000 କୋଟିରୁ ଅଧିକ ମିଳିଛି "। ଅନ୍ୟପଟେ ବିଜେପିକୁ ଟାର୍ଗେଟ କରି ମନିଷ କହିଛନ୍ତି, "ଗୁଜରାଟରେ ଖୋଲାଖୋଲି ଭାବେ ମଦ ବିକ୍ରି ଚାଲିଛି। ସେମାନଙ୍କ ଦଳୀୟ ଲୋକମାନେ ହିଁ ମଦ ତିଆରି କରୁଛନ୍ତି । ଫଳରେ ବିଷାକ୍ତ ମଦ ପିଇ ଅନେକ ଲୋକ ପ୍ରାଣ ହରାଉଛନ୍ତି" ।

ନୂତନ ଅବକାରୀ ନିୟମ ପ୍ରତ୍ୟାହାର ଘୋଷଣା ପରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଥିବା ବେସରକାରୀ ମଦ ଦୋକାନରୁ ଷ୍ଟକ ସାରିବା ଦୋକାନୀଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି । ଷ୍ଟକ ସାରିବା ପାଇଁ ପ୍ରତି ଦୋକାନରେ ଅଫର ଦିଆଯାଉଛି । ବିଶେଷ କଥା ହେଉଛି ଅବକାରୀ ନିୟମ ସମାପ୍ତ ପରେ ହୋଟେଲ, କ୍ଲବ ଏବଂ ରେସ୍ତୋରାଁରେ ମଦ ଅଭାବ ଦେଖା ଦେଇପାରେ । କାରଣ ଏହି ସ୍ଥାନମାନଙ୍କୁ ବେସରକାରୀ ହୋଲସେଲରଙ୍କ ଦ୍ବାରା ମଦ ଯୋଗାଇ ଦିଆଯାଉଥିଲା। ତେଣୁ ସିଧାସଳଖ ଭାବେ ମଦ ଗ୍ରାହକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.