ETV Bharat / bharat

Conversion Row: ଦିଲ୍ଲୀ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମଙ୍କୁ ପୋଲିସ ସମନ - former AAP Minister Summoned By police

ବଢିଲା ଦିଲ୍ଲୀ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମଙ୍କ ଅଡୁଆ । ଧର୍ମ ପରିବର୍ତ୍ତନ କରାଇବା ମାମଲାରେ ପୋଲିସର ସମନ (former AAP Minister Summoned By police)। ଗତକାଲି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ରାଜେନ୍ଦ୍ର । ଅଧିକ ପଢନ୍ତୁ

Conversion Row: ଦିଲ୍ଲୀ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମଙ୍କୁ ସମନ

author img

By

Published : Oct 10, 2022, 10:40 PM IST

ନୂଆଦିଲ୍ଲୀ: ଧର୍ମାନ୍ତରୀକରଣ ବିବାଦରେ ଇସ୍ତଫା ଦେଇଥିବା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମକୁ ହାଜର ହେବା ପାଇଁ ସମନ ଜାରି କରିଛି ଦିଲ୍ଲୀ ପୋଲିସ । ଗତକାଲି (ରବିବାର) ବିଜେପି ପ୍ରବଳ ବିରୋଧ କରିବା ପରେ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ ରାଜେନ୍ଦ୍ର ପାଲ ଗୌତମ । ତେବେ ଆଜି ତାଙ୍କୁ ହାଜର ହେବା ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ସମନ ଜାରି କରାଯାଇଛି (former AAP Minister Summoned By police)।

  • "मैं हिंदू धर्म के देवी देवताओं ब्रह्मा, विष्णु, महेश, श्रीराम, श्रीकृष्ण को भगवान नहीं मानूंगा, न ही उनकी पूजा करूंगा।"

    Arvind Kejriwal’s minister Rajendra Pal executing the “Breaking India” project. Make no mistake, Kejriwal is the prime sponsor of this Hindu hate propaganda… pic.twitter.com/SZNBE2TJNC

    — Amit Malviya (@amitmalviya) October 7, 2022 " class="align-text-top noRightClick twitterSection" data=" ">

ନିଜ ପୂର୍ବଜଙ୍କୁ ବୌଦ୍ଧ ଧର୍ମାବଲମ୍ବୀ କହୁଥିବା ଦିଲ୍ଲୀ ସରକାରର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ (Minister in Kejriwal Government) ରାଜେନ୍ଦ୍ର ପାଲ ଗୌତମ (Minister Rajendra Pal Gautam) ଦିଲ୍ଲୀରେ ଏକ ସାମୁହିକ ଧର୍ମ ପରିବର୍ତ୍ତନ ସମାରୋହରେ (Mass Conversion in Delhi)ରେ ସାମିଲ ହୋଇଥିଲେ । ଉକ୍ତ ସମାରୋହରେ ଉପସ୍ଥିତ ଜନତାଙ୍କୁ ହିନ୍ଦୁ ଦେବାଦେବୀଙ୍କୁ ପୂଜା ନକରିବା ଓ ଇଶ୍ବର ବୋଲି ବିଶ୍ବାସ ନକରିବା ପାଇଁ ଶପଥ ପାଠ କରାଯାଇଥିଲେ । ଏହି କାର୍ଯ୍ୟକ୍ରମ ମଞ୍ଚରେ ନିଜେ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ମଧ୍ୟ ଶପଥ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା ।

ଏପରି ଏକ ଭିଡିଓ ଭାଇରାଲ ହେବା ପରେ ରାଜନୀତି ଜୋର ଧରିଥିଲା । ବିଜେପି ଆମ ଆଦମୀ ପାର୍ଟିକୁ ହିନ୍ଦୁ ବିରୋଧୀ କହିବା ସହ ମନ୍ତ୍ରୀ ଗୌତମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ଦାବି କରିଥିଲା । ପରେ ଏନେଇ ରାଜେନ୍ଦ୍ର ଗୌତମଙ୍କ ବିରୋଧରେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା ଏତଲା ମଧ୍ୟ ଦେଇଥିଲେ । ଗତକାଲି (ରବିବାର) ଏହି ବିବାଦ ମଧ୍ୟରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ରାଜେନ୍ଦ୍ର ପାଲ ଗୌତମ ।

କଣ ଥିଲା ସମ୍ପୂର୍ଣ୍ଣ ଘଟଣା ?

ଦିଲ୍ଲୀର ଆମ୍ବେଦକର ଭବନରୁ ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଭାଇରାଲ ଭିଡ଼ିଓରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଲୋକଙ୍କୁ ଧର୍ମ ପରିବର୍ତ୍ତନ କରାଯାଉଥିବା ଦେଖିବାକୁ ମିଳିଥିଲା । ହିନ୍ଦୁ ଦେବାଦେବୀଙ୍କୁ ପୂଜା ନ କରିବାକୁ ଶପଥ ଗ୍ରହଣ କରୁଥିଲେ ସଭାରେ ଉପସ୍ଥିତ ଜନତା । କାର୍ଯ୍ୟକ୍ରମ ମଞ୍ଚରେ ନିଜେ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ମଧ୍ୟ କିଛି ବୌଦ୍ଧ ସାଧୁଙ୍କ ଉପସ୍ଥିତିରେ ଧର୍ମ ପରିବର୍ତ୍ତନ ଶପଥ ଗ୍ରହଣ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.