ETV Bharat / bharat

ମାନହାନୀ ମକଦ୍ଦମାରେ ଦୋଷମୁକ୍ତ ହେଲେ କେଜ୍ରିଓ୍ୱାଲ, ସିସୋଦିଆ - ଅରବିନ୍ଦ କେଜ୍ରିଓ୍ବାଲଙ୍କୁ କୋର୍ଟରୁ ଆସ୍ବସ୍ତି

ଏକ ମାନହାନୀ ମକଦ୍ଦମାରେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ, ମନୀଷ ସିସୋଦିଆ (Delhi Court acquits Kejriwal, Sisodia) ଓ ଯୋଗେନ୍ଦ୍ର ଯାଦବଙ୍କପ ଦୋଷମୁକ୍ତ କଲେ କୋର୍ଟ । ୨୦୧୩ ରେ ମାମଲା ରୁଜୁ କରିଥିଲେ ଜଣେ ଆଇନଜୀବୀ । ଅଧିକ ପଢନ୍ତୁ

ଏକ ମାନହାନୀ ମୋକଦ୍ଦମାରେ ଦୋଷମୁକ୍ତ ହେଲେ କେଜ୍ରିଓ୍ବାଲ, ସିସୋଦିଆ

author img

By

Published : Aug 20, 2022, 7:15 PM IST

ନୂଆଦିଲ୍ଲୀ: ଏକ ମାନହାନୀ ମକଦ୍ଦମାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ, ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ପୂର୍ବତନ ବରିଷ୍ଠ ଆପ ନେତା ଯୋଗେନ୍ଦ୍ର ଯାଦବଙ୍କୁ ଦୋଷମୁକ୍ତ କରିଛନ୍ତି ଦିଲ୍ଲୀର ରୋଜ୍ ଆଭିନ୍ୟୁ କୋର୍ଟ (Delhi Court acquits Kejriwal Delhi Court acquits Kejriwal) । ସୁରେନ୍ଦ୍ର ଶର୍ମା ନାମକ ଜଣେ ଆଇନଜୀବୀ ଏହି ମାନହାନୀ ମକଦ୍ଦମା ଦାଏର କରିଥିଲେ । ମମଲାଟି ୨୦୧୩ ଦିଲ୍ଲୀ ବିଧାନସଭା ନିର୍ବାଚନ ସମ୍ପର୍କିତ । ସେତେବେଳେ ତାଙ୍କୁ AAP ପକ୍ଷରୁ ପାର୍ଥୀ ଘୋଷଣା କରାଯାଇ ଶେଷ ମୁହୂର୍ତ୍ତରେ ତାଙ୍କ ପାର୍ଥୀତ୍ବ ନାକଜ କରାଯାଇଥିବା ଅଭିଯୋଗରେ ସେ କୋର୍ଟରେ ଏହି ୩ ବରିଷ୍ଠ ଦଳୀୟ ନେତାଙ୍କ ନାମରେ ମାନହାନୀ ମକଦ୍ଦମା ଦାଏର କରିଥିଲେ ।

ଆଜି ଏହି ମାମଲାର ଶୁଣାଣି କରି ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟିଆନ ବିଚାରପତି (ACMM) ବିଧି ଗୁୁପ୍ତା କହିଥିଲେ, ଅଭିଯୋଗ ଅନୁସାରେ ଏହା ଏକ ମାନହାନୀ ମକଦ୍ଦୋମା ପରି ମାମଲା ହୋଇଥିବା ଅନୁଭବ ହେଉନି । ତେଣୁ ମାମଲାକୁ ଏହି ଶ୍ରେଣୀଭୁକ୍ତ ଭାବେ ବିଚାର କରାଯାଇ ପାରିବ ନାହିଁ (Delhi Court acquits Kejriwal Delhi Court acquits Kejriwal )। ତେବେ ସ୍ବାସ୍ଥ୍ୟଗତ ସମସ୍ୟାରେ ଆବେଦନକାରୀ ସୁରେନ୍ଦ୍ରଙ୍କର ମୃତ୍ୟୁ ଘଟିସାରିଛି । ତାଙ୍କର ଜଣେ ସମ୍ପର୍କୀୟ ଏହି ମାମଲାର ପରିଚାଳନା ଜାରି ରଖିଛନ୍ତି ।

ଆବେଦନକାରୀଙ୍କ ଅଭିଯୋଗ ଅନୁସାରେ, ତାଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନୀ ମୈଦାନକୁ ଓହ୍ଲାଇବା ପାଇଁ ସେ ନିଜେ ନୁହନ୍ତି ବରଂ ଆମ ଆଦମୀ ପାର୍ଟି ଆଗ୍ରହ ପ୍ରକାଶ କରିଥିଲା । AAP ର ଅନେକ କାର୍ଯ୍ୟକର୍ତ୍ତା ତାଙ୍କୁ ସାକ୍ଷାତ କରି ପ୍ରାର୍ଥୀ ହେବା ପାଇଁ ନିବେଦନ କରିବା ପରେ ସେ ସହମତି ପ୍ରକାଶ କରିଥିଲେ । ସେ ସାମାଜିକ କାର୍ଯ୍ୟରେ ନିୟୋଜିତ ଥିବାରୁ ଦଳର ପ୍ରତିଷ୍ଠାତା ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ତାଙ୍କ ସହଯୋଗ ଚାହୁଁଥିବା ଆପ କର୍ମକର୍ତ୍ତା ତାଙ୍କୁ କହିଥିଲେ । ପରେ ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇ ପୁଣି ଶେଷ ମୁହୂର୍ତ୍ତରେ ତାଙ୍କ ପ୍ରାର୍ଥୀତ୍ବ ନାକଜ କରାଯାଇଥିଲା ।

ଏପରି ଏକାଧିକ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ଫଳରେ ତାଙ୍କ ସମ୍ମାନରେ ଆଞ୍ଚ ଆସିଥିବା ଆବେଦନରେ ଦର୍ଶାଇଥିଲେ ସେ । ସେ ଏନେଇ ଆପର ପ୍ରତିଷ୍ଠାତା ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ, ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଆପର ତତ୍କାଳୀନ ବରିଷ୍ଠ ନେତା ଯୋଗେନ୍ଦ୍ର ଯାଦବଙ୍କୁ ଦାୟୀ କରିବା ସହ କୋର୍ଟରେ ମାନହାନୀ ମୋକଦ୍ଦମା ଦାଏର କରିଥିଲେ (defamation case against Manish Sisodia )। ଆଜି ଏହି ମାମଲାରେ ଅଭିଯୋଗକୁ ଖଣ୍ଡନ କରିବା ସହ ଏହି ତିନି ନେତାଙ୍କୁ ଦୋଷମୁକ୍ତ କିରଛନ୍ତି କୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.