ETV Bharat / bharat

କେଜ୍ରିଓ୍ବାଲଙ୍କ ଆଖିରେ ଲୁହ, ସିସୋଦିଆଙ୍କ କଥା ମନେ ପକାଇ ହେଲେ ଭାବପ୍ରବଣ

author img

By

Published : Jun 7, 2023, 8:24 PM IST

କେଜ୍ରିଓ୍ବାଲଙ୍କ ଆଖିରେ ଲୁହ । ସ୍କୁଲ୍‌ ବିଲ୍ଡିଂ ଲୋକାର୍ପଣ ସମାରୋହରେ ସିସୋଦିଆ ଅବଦାନ ମନେ ପକାଇ ଭାବୁକ ହେଲେ କେଜ୍ରିଓ୍ବାଲ । କହିଲେ ସେ ଖୁବଶୀଘ୍ର ଫେରିବେ । ଅଧିକ ପଢନ୍ତୁ

କେଜ୍ରିଓ୍ବାଲଙ୍କ ଆଖିରେ ଲୁହ, ସିସୋଦିଆଙ୍କ କଥା ମନେ ପକାଇ ଭାବୁକ ହେଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ପୂର୍ବତନ କ୍ୟାବିନେଟ ସହଯୋଗୀ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ କଥା ମନେ ପକାଇ ଭାବୁକ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଆଜି ଏକ ସ୍କୁଲ୍‌ ବିଲ୍ଡିଂ ଲୋକାର୍ପଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ କେଜ୍ରିଓ୍ବାଲ ସିସୋଦିଆଙ୍କ ଅବଦାନକୁ ମନେ ପକାଇ ଭାବୁକ ହୋଇପଡିଥିବା ଦେଖିବାକୁ ମିଳିଛି ।

ଦିଲ୍ଲୀର ଶିକ୍ଷା କ୍ଷେତ୍ରରେ ସିସୋଦିଆଙ୍କ ଅବଦାନକୁ ମନେ ପକାଇବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସେ ବିଜେପି ସରକାର ଉପରେ ବର୍ଷିଥିଲେ । ଦିଲ୍ଲୀର ଶିକ୍ଷା ବ୍ୟବସ୍ଥାରେ ଯେଉଁ ବିପ୍ଳବ ଜାରି ରହିଛି, ବିଜେପି ସରକାର ତାକୁ ବାଧା ଦେବାକୁ ପ୍ରୟାସ କରୁଛି ବୋଲି କେଜ୍ରିଓ୍ବାଲ କହିଥିଲେ । ସେହିପରି ସେ ସିସୋଦିଆ ଦେଖିଥିବା ସ୍ବପ୍ନକୁ ଆଗକୁ ବଢାଇବାକୁ ହେବ ବୋଲି ମଧ୍ୟ ଆହ୍ବାନ ଦେଇଥିଲେ । କୌଣସି ପରିସ୍ଥିତିରେ ଦିଲ୍ଲୀ ପାଇଁ ସିସୋଦିଆ ଦେଖିଥିବା ସ୍ବପ୍ନର କାର୍ଯ୍ୟ ବନ୍ଦ ହେବାକୁ ଦିଆଯିବ ନାହିଁ ଓ ସେ ଖୁବଶିଘ୍ର ବାହାରକୁ ଆସିବେ । ସତ୍ୟକୁ କେବେ ହେଲେ ଲୁଚାଯାଇ ପାରିବ ନାହିଁ । ଦିଲ୍ଲୀର ଏକ ସ୍କୁଲ୍‌ ବିଲ୍ଡିଂ ଲୋକାର୍ପଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେଜ୍ରିଓ୍ବାଲ ଏପରି ଭାବୁକ ହେବା ସହ ସିସୋଦିଆଙ୍କ ଅବଦାନକୁ ମନେ ପକାଇଛନ୍ତି ।

କେଜ୍ରିଓ୍ବାଲଙ୍କ ଘନିଷ୍ଠ ସହଯୋଗୀ ମନୀଷ ସିସୋଦିଆ ଅବକାରୀ ନୀତି ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଏକାଧିକ ଥର ଜେରା ହେବା ପରେ ଗିରଫ ହୋଇଥିଲେ । ଗିରଫଦାରି ପରେ ସେ ଏପର୍ଯ୍ୟନ୍ତ ବେଲ ପାଇନାହାନ୍ତି । ଗିରଫ ହୋଇ ଜେଲ ଯିବା ପରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏବେ ନିକଟରେ ତାଙ୍କ ବେଲ ଆବେଦନ ଖାରଜ ହେବା ସହ ତାଙ୍କୁ ମାତ୍ର ଗୋଟିଏ ଦିନ ପାଇଁ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ସାକ୍ଷାତ କରିବା ପାଇଁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି ।

ନିକଟରେ ମନିଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇ ଜେଲରେ ଥିବା ଅନ୍ୟତମ ପୂର୍ବତନ ମନ୍ତ୍ରୀ ସତ୍ୟନ୍ଦ୍ର ଜୈନଙ୍କୁ ହସ୍ପିଟାଲରେ ସାକ୍ଷାତ କରିଥିଲେ କେଜ୍ରିଓ୍ବାଲ । ଅସୁସ୍ଥତା କାରଣରୁ ଜୈନ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଏହି ସାକ୍ଷାତକାର ସମୟରେ କେଜ୍ରିଓ୍ବାଲ ମଧ୍ୟ ଭାବୁକ ନଜର ଆସିବା ସହ ଜୈନଙ୍କୁ ଜଣେ ହିରୋ ବୋଲି ସମ୍ବୋଧନ କରି ଟ୍ବିଟ କରିଥିଲେ ।

ଜୈନ ମଧ୍ୟ ଗିରଫ ହେବା ପରଠୁ ବେଲ୍‌ ପାଇନାହାନ୍ତି । ଏବେ ସେ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି କର୍ଯ୍ୟାନୁଷ୍ଠାନକୁ ଆମ ଆଦମୀ ପାର୍ଟି ପକ୍ଷରୁ ରାଜନୈତିକ ଆକ୍ରୋଶମୂଳକ ବୋଲି ଦର୍ଶାଯାଇଛି । କେନ୍ଦ୍ରରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟି ସରକାର ଆମ ଆଦମୀ ପାର୍ଟିର ସରକାର ଭାଙ୍ଗିବା ପାଇଁ ଉଦ୍ୟମ କରି ବିଫଳ ହେବା ପରେ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଅଭିଯୋଗ ହୋଇଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.