ETV Bharat / bharat

ପୁଣି ଇଡି ସମନକୁ ଅଣଦେଖା, ଆଜି ବି ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ - ଅବକାରୀ ମଦ ନୀତି ଦୁର୍ନୀତି

Arvind Kejriwal Skips ED Summons: ଇଡିର ନୋଟିସକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଣଦେଖା । ଆଜି ବି ହେବେନି ହାଜର । ଅଧିକ ପଢନ୍ତୁ

Delhi Excise Policy
Delhi Excise Policy
author img

By ETV Bharat Odisha Team

Published : Jan 3, 2024, 11:01 AM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ମଦ ନୀତି ଦୁର୍ନୀତି ମାମଲା । ଆଜି ବି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ତୃତୀୟ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ହାଜର ହେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ନୋଟିସ୍ ପଠାଯାଇଥିବା ବେଳେ ଆଜି ମଧ୍ୟ ଏହାକୁ ସେ ଅଣଦେଖା କରିଛନ୍ତି । ଏନେଇ ଆମ ଆଦମୀ ପାର୍ଟି(AAP) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ଇଡିର ଚିଠିକୁ ନେଇ ପ୍ରଶ୍ନ ଉଠାଇଲା ପାର୍ଟି:

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଡାକରାରେ ହାଜର ହେବେ ନାହିଁ ବୋଲି ଦଳ ପକ୍ଷରୁ ସଫା ସଫା ମନା କରିଦିଆଯାଇଛି । ଇଡିର ସମନକୁ ନେଇ ପାର୍ଟି ପକ୍ଷରୁ ପ୍ରଶ୍ନ କରାଯାଇଛି । ଆପର ବିଜ୍ଞପ୍ତିରେ କୁହାଯାଇଛି ଯେ, "ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଇଡିକୁ ତଦନ୍ତରେ ସହଯୋଗ କରିବା ପାଇଁ ପ୍ରସ୍ତୁତ ଅଛନ୍ତି କିନ୍ତୁ ନୋଟିସ ବେଆଇନ ଅଟେ । କେଜ୍ରିଓ୍ବାଲଙ୍କୁ ନିର୍ବାଚନ ପ୍ରଚାରରୁ ନିବୃତ୍ତ କରିବା ପାଇଁ ଏହା ଏକ ପ୍ରକାର ଷଡଯନ୍ତ୍ର ।" କେଜ୍ରିଓ୍ବାଲଙ୍କୁ ଗିରଫ କରିବା ପାଇଁ ଏହା ଏକ ପ୍ରକାର ଚକ୍ରାନ୍ତ ହୋଇଥିବା ଅଭିଯୋଗ କରିବା ସହ ନିର୍ବାଚନ ପୂର୍ବରୁ କାହିଁକି ନୋଟିସ ପଠାଯାଇଛି ବୋଲି ପ୍ରଶ୍ନ କରିଛି ଦଳ ।

ଏହା ମଧ୍ୟ ପଢନ୍ତୁ: Delhi Excise Policy Case: ଆଜି ଇଡିରେ ହାଜର ହେବେନି କେଜ୍ରିଓ୍ବାଲ

ପ୍ରକାଶ ଥାଉକି, ଏହା ପୂର୍ବରୁ ଗତ ନଭେମ୍ବର 2 ଏବଂ ଡିସେମ୍ବର 21 ତାରିଖରେ ଇଡିରେ ହାଜର ହେବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲକୁ ସମନ କରାଯାଇଥିଲା । କିନ୍ତୁ ସେତେବେଳେ ଦୁଇ ଦୁଇ ଥର ଇଡି ନୋଟିସକୁ ଅଣଦେଖା କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଗତ ନଭେମ୍ବର 2 ତାରିଖରେ ଇଡି ପଠାଇଥିବା ନୋଟିସରେ କେଜ୍ରିଓ୍ବାଲ କହିଥିଲେ, "ଏଥିରେ ରାଜନୈତିକ ଉଦ୍ଦେଶ୍ୟ ଥିବା ପ୍ରମାଣିତ ହେଉଛି । ଏହି ନୋଟିସ ବିଜେପିର ନିର୍ଦ୍ଦେଶରେ ପଠାଯାଇଛି, ତେଣୁ ଇଡି ତୁରନ୍ତ ନୋଟିସ ପ୍ରତ୍ୟାହାର କରିବା ଉଚିତ୍ ।"

ଅ୍ୟପଟେ ଡିସେମ୍ବର 21 ତାରିଖରେ ହୋଇଥିବା ନୋଟିସକୁ ମଧ୍ୟ କେଜ୍ରିଓ୍ବାଲ ଅଣଦେଖା କରି କହିଥିଲେ, "2024 ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ସ୍ବରକୁ ଚପାଇବା ପାଇଁ ଚେଷ୍ଟା କରାଯାଉଛି । ଇଡିର ସମନ ଏକ ପ୍ରକାର ରାଜନୈତିକ ଅଟେ ।"ତେବେ ଦ୍ବିତୀୟ ସମନରେ ହାଜର ହେବା ପରିବର୍ତ୍ତେ କେଜ୍ରିଓ୍ବାଲ ଏକ ଅଜ୍ଞାତ ସ୍ଥାନରେ ରହି ଡିସେମ୍ବର 30 ତାରିଖରେ ଫେରିଥିବା ନେଇ ସୂଚନା ରହିଛି ।

ମଦ ଦୁର୍ନୀତି ମାମଲାରେ ଗତ ବର୍ଷ 2022 ଅଗଷ୍ଟ 17 ତାରିଖରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ପଞ୍ଜୀକରଣ କରିଥିବା ଏଫଆଇଆରରେ କେଜ୍ରିଓ୍ବାଲଙ୍କ ନାମ ଉଲ୍ଲେଖ କରାଯାଇନଥିଲା । କିନ୍ତୁ ପରେ ତାଙ୍କୁ ଅନ୍ତର୍ଭୁକ୍ତ କରାଯାଇ ପ୍ରଥମେ ସିବିଆଇ ଜେରା କରିଥିଲା । ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ସମନ ଜାରି କରାଯାଉଥିବା ବେଳେ ହାଜର ହେଉନାହାନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.