ETV Bharat / bharat

କେଜ୍ରିୱାଲଙ୍କୁ ISI ଏଜେଣ୍ଟ କହିଲେ ଉତ୍ତର ପ୍ରଦେଶର BJP ବିଧାୟକ - ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ନେଇ ବିଜେପି ବିଧାୟକଙ୍କ ବିବାଦୀୟ ବୟାନ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ଜଣେ ବିଜେପି ବିଧାୟକ । ଉତ୍ତର ପ୍ରଦେଶର ଲୋନି ବିଜେପି ବିଧାୟକ ନନ୍ଦକିଶୋର ଗୁର୍ଜର ଏଭଳି ବୟାନ ବାଜି କରିଛନ୍ତି । ଅଧିକ ପଢ଼ନ୍ତୁ

କେଜ୍ରିୱାଲଙ୍କୁ ISI ଏଜେଣ୍ଟ କହିଲେ ଉତ୍ତର ପ୍ରଦେଶର BJP ବିଧାୟକ

author img

By

Published : Apr 3, 2022, 9:13 PM IST

ଲକ୍ଷ୍ନୌ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ଜଣେ ବିଜେପି ବିଧାୟକ । ଉତ୍ତର ପ୍ରଦେଶର ଲୋନି ବିଜେପି ବିଧାୟକ ନନ୍ଦକିଶୋର ଗୁର୍ଜର କେଜ୍ରିୱାଲ୍‌ଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି । ରବିବାର ଲୋନିରେ ହିନ୍ଦୁ ଯୁବ ବାହିନୀ ପକ୍ଷରୁ ଆୟୋଜିତ ୫୧ତମ କୁଣ୍ଡୀୟ ମାନବ କଲ୍ୟାଣ ବିଶ୍ବ ଶାନ୍ତି ମହାଯଜ୍ଞରେ ଯୋଗ ଦେଇଥିଲେ ବିଧାୟକ ନନ୍ଦକିଶୋର ଗୁର୍ଜର ।

ଏହି ଅବସରରେ ସେ ଏକ ପ୍ରଶ୍ନର ଉତ୍ତର ଦେଇ ଅରବିନ୍ଦ କେଜ୍ରିୱାଲଙ୍କୁ ଆଇଏସ୍‌ଆଇର ଏଜେଣ୍ଟ ବୋଲି ବୟାନ ଦେଇଛନ୍ତି । ଖାଲି ସେତିକି ନୁହେଁ, ତାଙ୍କ କଥାରେ ସତ୍ୟତା ରହିଛି ଯାଞ୍ଚ ହେଲେ ଜଣା ପଡ଼ିବ ବୋଲି ବିଜେପି ବିଧାୟକ କହିଛନ୍ତି । ଏଥିସହ କେଜ୍ରିୱାଲ ଲୋକଙ୍କୁ ଭ୍ରମିତ କରୁଥିବା ସେ ଅଭିଯୋଗ କରିଛନ୍ତି ।

ନିର୍ବାଚନ ସମୟରେ କେଜ୍ରିୱାଲ ହନୁମାନ ମୁର୍ତ୍ତି ଧରି ଭୋଟ ମାଗୁଛନ୍ତି, କିନ୍ତୁ ଥରେ ନିର୍ବାଚନ ଶେଷ ହେବାପରେ ସେ ଦେଶ ବିରୋଧୀ କାମ କରୁଛନ୍ତି ବୋଲି କହିଛନ୍ତି ଲୋନି ବିଜେପି ବିଧାୟକ ନନ୍ଦକିଶୋର ଗୁର୍ଜର । ପେଟ୍ରୋଲ ଡିଜେଲ ଦରବୃଦ୍ଧିକୁ ନେଇ ବିଧାୟକ କହିଛନ୍ତି ଯେ, ଏହା ଅନ୍ତର୍ଜାତୀୟ ବଜାରର ପ୍ରଭାବ । ଅନ୍ତର୍ଜାତୀୟ ବଜାରରେ ତୈଳ ଦର କମିଲେ ଦେଶରେ ମଧ୍ୟ ଦରଦାମ କମିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.