ETV Bharat / bharat

'ଅନଲକରେ କୋଭିଡ ନିୟମ ମାନନ୍ତୁ, ଅର୍ଥନୀତି ସୁଦୃଢ ପାଇଁ ସହଯୋଗ କରନ୍ତୁ'

author img

By

Published : Jun 7, 2021, 2:06 PM IST

ଦିଲ୍ଲୀରେ ସୋମବାରଠାରୁ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସମସ୍ତଙ୍କୁ କୋଭିଡ ନିୟମ ମାନି ଅର୍ଥନୀତିକୁ ସୁଦୃଢ କରିବାରେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ କେଜିରୱାଲ କହିଛନ୍ତି । ଅଧିକ ପଢନ୍ତୁ...

'ଅନଲକରେ କୋଭିଡ ନିୟମ ମାନନ୍ତୁ, ଅର୍ଥନୀତିକୁ ପୁନଃସୁଦୃଢ କରିବାରେ ସହଯୋଗ କରନ୍ତୁ'

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କୋରୋନା ସଂକ୍ରମଣ ହ୍ରାସ ପାଇବା ପରେ ଦିଲ୍ଲୀ ସରକାର ଲକଡାଉନ କଟକଣାକୁ କୋହଳ କରିଛନ୍ତି । କିନ୍ତୁ ସମ୍ପୂର୍ଣ୍ଣ ଭାବେ ଲକଡାଉନକୁ ହଟାଇ ନାହାନ୍ତି । ଆଜି(ସୋମବାର) ଠାରୁ ଦିଲ୍ଲୀରେ କଟକଣା କୋହଳ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କୋଭିଡ ନିୟମକୁ ମାନି ଅର୍ଥନୀତିକୁ ସୁଦୃଢ କରିବାରେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ ସହରବାସୀଙ୍କୁ ଆହ୍ବାନ ଦେଇଛନ୍ତି ।

କୋରୋନା ମହାମାରୀରେ ସଟଡାଉନ, ଲକଡାଉନ ଯୋଗୁଁ ଦୋକାନ ବଜାର ବନ୍ଦ ହୋଇଥିଲା । ଫଳରେ ଦେଶରେ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପଡିଛି । ଦିଲ୍ଲୀରେ ବର୍ତ୍ତମାନ କୋରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ସରକାର କଟକଣା କୋହଳ କରି ଦୋକାନ ବଜାର ଖୋଲିବାକୁ ଅନୁମତି ଦେଇଛନ୍ତି । ଏଣୁ ସଠିକ ଭାବେ କୋରୋନା କଟକଣା ନିୟମକୁ ମାନିବାକୁ ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ନିୟମକୁ ନ ମାନିଲେ ସଂକ୍ରମଣ ବଢିବାର ଆଶଙ୍କା ରହିଛି । ପରେ ପୁଣି ଦୋକାନ ବଜାର ବନ୍ଦ କରିବାର ପରିସ୍ଥିତି ଆସିପାରେ । ଏଣୁ ସଠିକ ଭାବେ କଟକଣାକୁ ନିୟମ ମାନିବାକୁ ମୁଖ୍ୟମନ୍ତ୍ରୀ ସହରବାସୀଙ୍କୁ ଆହ୍ବାନ ଦେଇଛନ୍ତି ।

ସୋମବାରଠାରୁ ଦିଲ୍ଲୀରେ ଅନେକ କାର୍ଯ୍ୟକୁ ପୁଣି ଆରମ୍ଭ କରାଯାଇଛି । ଏଣୁ ସଂକ୍ରମଣକୁ ନିଜକୁ ରକ୍ଷା କରିବା ପାଇଁ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବା, ହାତ ସାନିଟାଇଜ କରିବା ପାଇଁ କେଜିରୱାଲ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି । ଦିଲ୍ଲୀରେ ସୋମବାରଠାରୁ ସପିଂମଲ, ମାର୍କେଟ କମ୍ପ୍ଲେକ୍ସ, ଷ୍ଟାଣ୍ଡ ଏଲୋନ ସପ୍ ଆଦି ଖୋଲାଯାଇଛି । ଦୋକାନ ବଜାରଗୁଡିକ ଯୁଗ୍ମ-ଅଯୁଗ୍ମ ପଦ୍ଧତିରେ ଖୋଲାଯିବ ସରକାର ଘୋଷଣା କରିଛନ୍ତି । କିନ୍ତୁ ସିନେମା ହଲ, ରେଷ୍ଟୁରାଣ୍ଟ, ଜିମ, ସ୍ପା, ବାର, ସାଲୋନ, ବ୍ୟୁଟି ପାର୍ଲର ଆଦି ଖୋଲିବାକୁ ଅନୁମତି ମିଳିନାହିଁ ।

ସେପଟେ ଦିଲ୍ଲୀରେ ପୁଣି ମେଟ୍ରୋ ସେବା ଆରମ୍ଭ କରାଯାଇଛି । 50 ପ୍ରତିଶତ ଯାତ୍ରୀଙ୍କୁ ନେଇ ମେଟ୍ରୋ ଆରମ୍ଭ ହୋଇଛି । କୋରୋନା ସଂକ୍ରମଣ ବୃଦ୍ଧି ପରେ ଦିଲ୍ଲୀରେ ଗତ ମେ 10 ତାରିଖଠାରୁ ମେଟ୍ରୋ ସେବାକୁ ବନ୍ଦ କରାଯାଇଥିଲା । ଘରୋଇ କାର୍ଯ୍ୟାଳୟକୁ ମଧ୍ୟ 50 ପ୍ରତିଶତ କର୍ମଚାରୀଙ୍କ ସହିତ ଚାଳନ କରିବାକୁ ସରକାର ଅନୁମତି ଦେଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.