ETV Bharat / bharat

କାହା ନିୟନ୍ତ୍ରଣରେ ଦିଲ୍ଲୀ ପ୍ରଶାସନ ? ରାୟର ପୁନଃବିଚାର ପାଇଁ ସୁପ୍ରିମକୋର୍ଟ ଗଲା କେନ୍ଦ୍ର

ପ୍ରଶାସନିକ ନିୟନ୍ତ୍ରଣକୁ ନେଇ ଦିଲ୍ଲୀ ଓ କେନ୍ଦ୍ର ମଧ୍ୟରେ ତୁଟୁନି ବିବାଦ । ଗତ ସପ୍ତାହରେ ଦିଲ୍ଲୀ ସପକ୍ଷରେ ଦିଆଯାଇଥିବା ରାୟର ପୁନଃସମୀକ୍ଷା କରିବା ପାଇଁ ପିଟିସନ ଦାଏର କଲା କେନ୍ଦ୍ର । ଅଧିକ ପଢନ୍ତୁ

କାହା ନିୟନ୍ତ୍ରଣରେ ପ୍ରଶାସନ ? ପୁଣି ସୁପ୍ରିମକୋର୍ଟ ଗଲେ ଦିଲ୍ଲୀ ଓ କେନ୍ଦ୍ର

author img

By

Published : May 20, 2023, 5:24 PM IST

ନୂଆଦିଲ୍ଲୀ: ପ୍ରଶାସନିକ ନିୟନ୍ତ୍ରଣ ମାମଲାରେ ଗତ ସପ୍ତାହରେ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ପ୍ରଦାନ କରିଥିଲେ ସର୍ବୋଚ୍ଚ କୋର୍ଟ । ହେଲେ ଏହାକୁ ସହଜରେ ଗ୍ରହଣ କରିପାରିନି କେନ୍ଦ୍ର । ପ୍ରଦାନ କରାଯାଇଥିବା ରାୟର ପୁନଃସମୀକ୍ଷା କରିବା ପାଇଁ କେନ୍ଦ୍ର ପକ୍ଷରୁ ଏକ ଆବେଦନ କରାଯାଇଛି । ରାଜଧାନୀ ଦିଲ୍ଲୀରେ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି ଦିଲ୍ଲୀ ସରକାର କରିପାରିବେ ବୋଲି ସୁପ୍ରିମକୋର୍ଟ ରାୟ ପ୍ରକାଶ କରିଥିଲେ । ଯାହାର ମାତ୍ର ଦିନକ ପରେ କେନ୍ଦ୍ର ଏକ ସ୍ବତନ୍ତ୍ର ଅଧ୍ୟାଦେଶ ଜାରି କରି ଏହି ପ୍ରସଙ୍ଗରେ ଦିଲ୍ଲୀର ଉପରାଜ୍ୟପାଳ ହିଁ ଚୂଡାନ୍ତ ନିର୍ଣ୍ଣୟକାରୀ ହେବେ ବୋଲି ପଦକ୍ଷେପ ନେଇଥିଲା । ତେବେ କେନ୍ଦ୍ର ପକ୍ଷରୁ ଅଣାଯାଇଥିବା ଏହି ଅଧ୍ୟାଦେଶକୁ ସର୍ବୋଚ୍ଚ କୋର୍ଟରେ ଦିଲ୍ଲୀ ସରକାର ଚ୍ୟାଲେଞ୍ଜ କରିବେ ବୋଲି ସୂଚନା ମିଳିସାରିଲାଣି । ଏଥିରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଭି ମାମଲା ପରିଚାଳନା କରିବେ ।

5 ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ବିବାଦର ଶୁଣାଣି କରି ଦିଲ୍ଲୀ ସରକାର ସପକ୍ଷର ରାୟ ଶୁଣାଇଥିଲେ । ନିର୍ବାଚିତ ସରକାର ନିକଟରେ ଅଧିକାରୀଙ୍କୁ ପୋଷ୍ଟିଂ ଓ ବଦଳି କରିବାର କ୍ଷମତା ରହିଛି । କେନ୍ଦ୍ର ସରକାରଙ୍କ ପ୍ରତିନିଧି ଉପରାଜ୍ୟପାଳ ସମସ୍ତ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ଉଚିତ ନୁହେଁ । ଏପରି ହେଲେ ସଂଘୀୟ ବ୍ୟବସ୍ଥାରେ ନିର୍ବାଚିତ ସରକାର କିପରି ତା’ର କାର୍ଯ୍ୟ କରିପାରିବ ବୋଲି ସର୍ବୋଚ୍ଚ କୋର୍ଟ ଯୁକ୍ତି ଦର୍ଶାଇଥିଲେ । ତାର ମାତ୍ର ଦିନକ ପରେ କେନ୍ଦ୍ର ପକ୍ଷରୁ ଏକ ସ୍ବତନ୍ତ୍ର ଅଧ୍ୟାଦେଶ ଆଣାଯାଇଥିଲା । ଯେଉଁଥିରେ ଦିଲ୍ଲୀ ସିଭିଲ ସର୍ଭିସ ଅଥରିଟି ନିକଟରେ ଏହି ପ୍ରଶାସନିକ କ୍ଷମତା ନ୍ୟସ୍ତ କରାଯାଇଥିଲା । ଏହି ପ୍ରାଧିକରଣରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ରହିବା ବେଳେ ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବ ଏହାର ସଦସ୍ୟ ରହିବେ ।

ତେବେ ଏହି ଅଥରିଟି କେବଳ ସଦସ୍ୟଙ୍କ ବହୁମତ ଆଧାରରେ ହିଁ କୌଣସି ନିଷ୍ପତ୍ତି ଗ୍ରହଣ କରିପାରିବ । ଯଦି ଅଥରିଟିର ସଦସ୍ୟଙ୍କ ମଧ୍ୟରେ କୌଣସି ନିଯୁକ୍ତି ପ୍ରସଙ୍ଗକୁ ନେଇ ବହୁମତ ଆଧାରରେ ନିଷ୍କର୍ସ ନବାହାରିପାରେ, ତେବେ ଉପରାଜ୍ୟପାଳଙ୍କ ନିଷ୍ପତ୍ତି ହିଁ ନିର୍ଣ୍ଣାୟକ ହେବ । ଅର୍ଥାତ ବିଶ୍ଳେଷଣାତ୍ମକ ଭାବେ ଦେଖିଲେ ଏହି ପ୍ରାଧିକରଣରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଥିଲେ ସୁଦ୍ଧା ସେ ଏକତରଫା ନିଷ୍ପତ୍ତି ଗ୍ରହଣ କରିପାରିବେ ନାହିଁ । ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଉପରାଜ୍ୟପାଳ ହିଁ ପ୍ରକୃତ କ୍ଷମତା ଉପଭୋଗ କରିବେ ।

ତେବେ କେନ୍ଦ୍ର ଆଣିଥିବା ଏହି ଅଧ୍ୟାଦେଶ ବିରୋଧରେ ଦିଲ୍ଲୀ ସରକାର ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହେବାକୁ ଯାଉଥିବା ବେଳେ ସୁପ୍ରିମକୋର୍ଟର ରାୟକୁ ପୁନଃସମୀକ୍ଷା କରିବା ପାଇଁ କେନ୍ଦ୍ର ସରକାର ପିଟିସନ ଦାଏର କରିଛନ୍ତି । ଗତସପ୍ତାହରେ ଏହି ପ୍ରଶାସନିକ ନିୟନ୍ତ୍ରଣ ମାମଲା ଦିଲ୍ଲୀ ସରକାରଙ୍କ ପକ୍ଷରେ ଯାଇଥିବା ବେଳେ ଏବେ ପୁଣି ଏହାର ଶୁଣାଣି ହେବାକୁ ଯାଉଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.