ETV Bharat / bharat

ବିଷାକ୍ତ ହେଲା ଦିଲ୍ଲୀ, ଅଣନିଶ୍ବାସୀ ରାଜଧାନୀବାସୀ - ଦିଲ୍ଲୀରେ ବାୟୁ ଗୁଣବତ୍ତା

ଚିନ୍ତାରେ ଦିଲ୍ଲୀବାସୀ । ଜାତୀୟ ରାଜଧାନୀ ବାୟୁ ପ୍ରଦୂଷଣର ମାତ୍ରା ପୁଣି ବୃଦ୍ଧି ହେଉଥିବା ବେଳେ ଚିନ୍ତାରେ ଦିଲ୍ଲୀବାସୀ । ବାୟୁ ଗୁଣବତ୍ତା 337 ରେକର୍ଡ । ଅଧିକ ପଢନ୍ତୁ

ବିଷାକ୍ତ ହେଲା ଦିଲ୍ଲୀ
ବିଷାକ୍ତ ହେଲା ଦିଲ୍ଲୀ
author img

By

Published : Dec 11, 2022, 3:00 PM IST

ନୂଆଦିଲ୍ଲୀ: ପୁଣି ବିଷାକ୍ତ ହେଲା ରାଜଧାନୀ ଦିଲ୍ଲୀ । ବିଷ ବଳୟରେ ଜର୍ଜରିତ ଦିଲ୍ଲୀବାସୀ । ଜାତୀୟ ରାଜଧାନୀ ବାୟୁ ପ୍ରଦୂଷଣର ମାତ୍ରା ପୁଣି ବୃଦ୍ଧି ହେଉଥିବା ବେଳେ ଚିନ୍ତାରେ ଦିଲ୍ଲୀବାସୀ । ଆଜି ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ଥିବା ଜଣାପଡିଛି । ଏନେଇ ସିଷ୍ଟମ ଅଫ ଏୟାର କ୍ବାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ(SAFAR) ପକ୍ଷରୁ ସୂଚନା ମିଳିଛି । ଦିଲ୍ଲୀରେ ବାୟୁର ଗୁଣବତ୍ତା 337 ରେକର୍ଡ କରାଯାଇଛି । କ୍ରୀଡାବିତ ମାନଙ୍କ ଉପରେ ଏହା ପ୍ରଭାବ ପକାଇପାରେ ।

ଏନେଇ ଦିଲ୍ଲୀର ଜଣେ ଯୁବକ କହିଛନ୍ତି ଯେ, ''ଯେଉଁ ମାନେ ସକାଳ ସମୟରେ ସାଇକେଲ ଚଳାଉଛନ୍ତି ଓ ଦୌଡିଛନ୍ତି, ସେହି ସମୟରେ ସେମାନଙ୍କ ପକ୍ଷେ ନିଶ୍ବାସ ନେବା କଷ୍ଟର ହୋଇପଡିବ । ପ୍ରତ୍ୟେକ ବର୍ଷ ଦୀପାବଳି ପରେ ଦିଲ୍ଲୀରେ ପ୍ରଦୂଷଣ ମାତ୍ର ବୃଦ୍ଧି ପାଉଛି । କିନ୍ତୁ ଦିଲ୍ଲୀ ସରକାର କୌଣସି ଆବଶ୍ୟକୀୟ ପଦକ୍ଷେପ ନେଉନାହାଁନ୍ତି । ମୁଁ ସାତ ବର୍ଷ ପରେ ଦିଲ୍ଲୀ ଆସିଛି, ବର୍ତ୍ତମାନ ପ୍ରଦୂଷଣ ବହୁତ ଅଧିକ ରହିଛି । ଏଥିପାଇଁ ସରକାରୀ ଓ ଜନସାଧାରଣ ସଚେତନ ହେବା ଆବଶ୍ୟକ । ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଉଚିତ ।''

ପୂର୍ବରୁ ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ହ୍ରାସ କରିବାକୁ ଏନସିଆରରେ ନିର୍ମାଣ ଏବଂ ଭାଙ୍ଗିବା କାର୍ଯ୍ୟ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଯାଇଥିଲା । ଗତ ବୁଧବାର ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (Commission for Air Quality Management) ଏହି ପ୍ରତିବନ୍ଧକକୁ ହଟାଇ ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ-MCD ନିର୍ବାଚନ ହାରିବା ପରେ ଇସ୍ତଫା ଦେଲେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ

ସରକାରୀ ଏଜେନ୍ସି ଅନୁଯାୟୀ, ବାୟୁ ଗୁଣବତ୍ତା ସୂଚକାଙ୍କ 0-5 ପରିସର ମଧ୍ୟରେ ରହିଲେ ଉତ୍ତମ ବୋଲି କୁହାଯାଇପାରିବ । 51-100 ମଧ୍ୟରେ ରହିଲେ ସନ୍ତୋଷଜନକ ଓ 101-200 ମଧ୍ୟରେ ରହିଲେ ମଧ୍ୟମ ଧରଣର ବୋଲି କୁହାଯାଇପାରିବ । 201-300 ଖରାପ ଏବଂ 301-400 ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଓ 401-500 ମଧ୍ୟରେ ରହିଲେ ସ୍ଥିତି ଗମ୍ଭୀର ବୋଲି ବିବେଚନା କରାଯାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.