ETV Bharat / bharat

ଦିଲ୍ଲୀରେ ବାୟୁ ପ୍ରଦୂଷଣ ଗମ୍ଭୀର, ଅଣନିଶ୍ବାସୀ ରାଜଧାନୀବାସି

author img

By

Published : Nov 3, 2022, 10:12 AM IST

Updated : Nov 3, 2022, 10:17 AM IST

ଦିଲ୍ଲୀରେ ଗମ୍ଭୀର ବାୟୁ ପ୍ରଦୂଷଣ । ଅତି ଖରାପ ସ୍ଥିତିରେ ରହିଛି ଦିଲ୍ଲୀର ବାୟୁ ଗୁଣାବତ୍ତା । ଆଜି ସକାଳ ୭ଟାରେ ଦିଲ୍ଲୀର ବାୟୁ ଗୁଣାବତ୍ତା ୪୦୮ ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ

ଦିଲ୍ଲୀରେ ଗମ୍ଭୀର ବାୟୁ ପ୍ରଦୂଷଣ
ଦିଲ୍ଲୀରେ ଗମ୍ଭୀର ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ଅତି ଖରାପ ସ୍ଥିତିରେ ଦିଲ୍ଲୀର ବାୟୁ ଗୁଣାବତ୍ତା (Delhi Air Quality index dips to severe ) । ବିଷାକ୍ତ ହେଉଛି ଦିଲ୍ଲୀ ବାୟୁ । ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ଗୁଣାବତ୍ତା ଅଧିକ ହେଉଥିବା ବେଳେ ଅଣନିଶ୍ବାସୀ ହେଉଛନ୍ତି ସ୍ଥାନୀୟବାସୀ । ଆଜି(ଗୁରୁବାର) ଜାତୀୟ ରାଜଧାନୀରେ ବାୟୁ ଗୁଣବତ୍ତା ଅତି ଖରାପ(very poor) ଶ୍ରେଣୀରେ ରହିଛି । ଆଜି ସକାଳ ୭ ଟାରେ ବାୟୁ ଗୁଣବତ୍ତା ସୂଚକାଙ୍କ(Air Quality Index) ୪୦୮ ରେକର୍ଡ ହୋଇଛି । ତେବେ ସକାଳ ୮ଟାରେ ସମୟରେ ଏହି ସୂଚକାଙ୍କ ୩୬୪ ରେକର୍ଡ କରାଯାଇଛି । ଯାହାକି ଦିଲ୍ଲୀ ପାଇଁ ଅତ୍ୟନ୍ତ ଜଟିଳ ସ୍ଥିତି ସୃଷ୍ଟି କରିଛି । ପବନର ଗତି, ଚାଷଜମିରେ ଅଗ୍ନିକାଣ୍ଡ ଯୋଗୁଁ ସ୍ଥିତି ଜଟିଳ ହୋଇଛି । ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୧ରୁ ୫୦୦ ଭିତରେ ରହିଲେ ସ୍ଥିତି ଜଟିଳ ବୋଲି ଧରାଯାଏ ।

ସିଷ୍ଟମ ଅଫ ଏୟାର କ୍ବାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ(SAFAR)ର ସୂଚନାଅନୁସାରେ ନୋଏଡାରେ ବାୟୁ ଗୁଣାବତ୍ତା ୩୯୩, ଗୁରୁଗ୍ରାମରେ ୩୧୮ରେ ରେକର୍ଡ କରାଯାଇଛି । ଦିଲ୍ଲୀର ବିଭିନ୍ନ ସ୍ଥାନରେ ବାୟୁ ଗୁଣାବତ୍ତା ୪୦୦ରୁ ଅଧିକ ରେକର୍ଡ କରାଯାଇଛି । IGI ଏୟାରପୋର୍ଟରେ ବୁଧବାର ଦିନ ୩୫୦ ରେକର୍ଡ କରାଯାଇଛି । ତେବେ ଦିଲ୍ଲୀର ବାୟୁ ଗୁଣାବତ୍ତା ଖରାପକୁ ଦୃଷ୍ଟିରେ ରଖି ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ(NCPCR) ସ୍କୁଲ ବନ୍ଦ ରଖିବାକୁ ଦିଲ୍ଲୀ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ସରକାରୀ ଏଜେନ୍ସି ଅନୁଯାୟୀ, ବାୟୁ ଗୁଣବତ୍ତା ସୂଚକାଙ୍କ ୦-୫ ପରିସର ମଧ୍ୟରେ ରହିଲେ ଉତ୍ତମ ବୋଲି କୁହାଯାଇପାରିବ । ୫୧-୧୦୦ ମଧ୍ୟରେ ରହିଲେ ସନ୍ତୋଷଜନକ ଓ ୧୦୧-୨୦୦ ମଧ୍ୟରେ ରହିଲେ ମଧ୍ୟମ ଧରଣର ବୋଲି କୁହାଯାଇପାରିବ । ୨୦୧-୩୦୦ ଖରାପ ଏବଂ ୩୦୧-୪୦୦ ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଓ ୪୦୧-୫୦୦ ମଧ୍ୟରେ ରହିଲେ ସ୍ଥିତି ଗମ୍ଭୀର ବୋଲି ବିବେଚନା କରାଯାଏ ।

Last Updated : Nov 3, 2022, 10:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.