ETV Bharat / bharat

ବିଷାକ୍ତ ବାୟୁରେ ଅଣନିଶ୍ବାସୀ ଦିଲ୍ଲୀବାସୀ; ଆଜି AQI 400 ପାର୍

author img

By ETV Bharat Odisha Team

Published : Nov 14, 2023, 9:28 AM IST

ଦିଲ୍ଲୀରେ ଥମିବାର ନା ନେଉନି ବାୟୁ ପ୍ରଦୂଷଣ । ଆଜି ବି ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ରହିଛି । ଅଧିକ ପଢନ୍ତୁ

Delhi Air quality
Delhi Air quality

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବଢୁଛି ବାୟୁ ପ୍ରଦୂଷଣ । ବିଷାକ୍ତ ବାୟୁରେ ପେଶି ହେଉଛନ୍ତି ଦିଲ୍ଲୀବାସୀ । ଦୀପାବଳି ପରେ ପ୍ରଦୂଷଣର ମାତ୍ରା ବଢିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆଜି ମଧ୍ୟ ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ରହିଛି । ବାୟୁ ଗୁଣାବତ୍ତା ସୂଚକାଙ୍କ 400 ପାର୍ କରିଛି । ଏନେଇ ସେଣ୍ଟ୍ରାଲ ପଲ୍ୟୁସନ ସେଣ୍ଟ୍ରାଲ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଆଜି(ମଙ୍ଗଳବାର) ସକାଳ ସମୟରେ ଆରକେ ପୁରମରେ ବାୟୁ ଗୁଣାବତ୍ତା ସୂଚକାଙ୍କ 417 ରହିଥିବା ବେଳେ ପଞ୍ଜାବ ବାଗରେ 410, ଆଇଟିଓ 430 ଓ ଜାହାଙ୍ଗିରପୁରରେ ଗୁଣାବତ୍ତା ସୂଚାକାଙ୍କ 428 ରହିଛି ।

ଏହା ମଧ୍ୟ ପଢନ୍ତୁ-Delhi pollution: ଦିଲ୍ଲୀକୁ ପ୍ରକୃତିରାଣୀର ଆର୍ଶୀବାଦ, ବର୍ଷା ପାଇଁ ପ୍ରଦୂଷଣରୁ ସାମାନ୍ୟ ଆଶ୍ବସ୍ତି

ସକାଳ ଠାରୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ କୁହୁଡି ଚାଦରରେ ଢାଙ୍କି ହୋଇ ରହୁଛି ସହର । ଏମିତିକି ରାସ୍ତାଘାଟ ମଧ୍ୟ ଦୃଶ୍ୟମାନ ହେଉନାହିଁ । ଅକ୍ଟୋବରର ଶେଷ ସପ୍ତାହରୁ ଜାତୀୟ ରାଜଧାନୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀ ଦେଇ ଗତି କରୁଛି । କ୍ରମାଗତ ଭାବେ ଏହା ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର କୃତ୍ରିମ ବର୍ଷା କରାଯିବା ନେଇ ନିଷ୍ପତ୍ତି ନେଇଛନ୍ତି । ଗତ 10 ତାରିଖରେ ଦିଲ୍ଲୀରେ ବର୍ଷା ହୋଇଥିଲା । ଯାହା ଦିଲ୍ଲୀବାସୀଙ୍କୁ ଆଶ୍ବସ୍ତି ଦେଇଥିଲା । ବର୍ଷା ପରେ ପ୍ରଦୂଷଣର ମାତ୍ରା ସାମାନ୍ୟ ହ୍ରାସ ପାଇଥିଲା । କିନ୍ତୁ ଦୀପାବଳି ପରେ ପ୍ରଦୂଷଣ ପୁଣି ବଢିଛି । କଟକଣାକୁ ଅବମାନନା କରି ବାଣ ଫୁଟାଇଥିଲେ ଦିଲ୍ଲୀବାସୀ । ଯାହା ଫଳରେ ସୋମବାର ବାୟୁ ଗୁଣବତ୍ତା ଦିଲ୍ଲୀରେ ନିମ୍ନସ୍ତରରେ ରହିଥିଲା ।

ଗତକାଲି (ସୋମବାର) ଆନନ୍ଦ ବିହାରରେ ବାୟୁ ଗୁଣାବତ୍ତା ସୂଚକାଙ୍କ 296 ରହିଥିବା ବେଳେ ଆରକେ ପୁରମରେ 290, ପଞ୍ଜାବ ବାଗରେ 280 ଓ ଆଇଟିଓରେ ବାୟୁ ଗୁଣାବତ୍ତା ସୂଚାକାଙ୍କ 263 ରହିଥିଲା । ଆଜି ତାହା 400 ପାର କରିଛି । କୁହୁଡି ସାଙ୍ଗକୁ ବିଷାକ୍ତ ଧୂଆଁ ଲୋକଙ୍କୁ ଅଣନିଶ୍ବାସୀ କରିଦେଇଛି । ରାସ୍ତାଘାଟ ଦୃଶ୍ୟମାନ ହେଉନଥିବାରୁ ଯାତାୟତରେ ବାଧା ଉପୁଜୁଛି । ବାୟୂ ପ୍ରଦୂଷଣ ଯୋଗୁଁ ଦିଲ୍ଲୀରେ ସମସ୍ତ ପ୍ରାଥମିକ ସ୍କୁଲ ବନ୍ଦ ରହିଛି । ଆସନ୍ତା 20 କିମ୍ବା 21 ତାରିଖରେ ଦିଲ୍ଲୀରେ କୃତ୍ରିମ ବର୍ଷା କରାଯିବା ନେଇ ସୂଚନା ମିଳିଛି । ଦିଲ୍ଲୀ ଓ ଏନସିଆରରେ ଏହି ବର୍ଷା କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.