ETV Bharat / bharat

ଧର୍ମ ପରିବର୍ତ୍ତନ କାର୍ଯ୍ୟକ୍ରମ ବିବାଦ, ଇସ୍ତଫା ଦେଲେ କେଜ୍ରିୱାଲଙ୍କ ମନ୍ତ୍ରୀ - ଇସ୍ତଫା ଦେଲେ କେଜ୍ରିୱାଲଙ୍କ ମନ୍ତ୍ରୀ

ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀପଦରୁ ଇସ୍ତଫା ଦେଲେ ରାଜେନ୍ଦ୍ର ପାଲ୍‌ ଗୌତମ । ଏକ ଧର୍ମ ପରିବର୍ତ୍ତନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଜେନ୍ଦ୍ର ପାଲ୍‌ ଗୌତମ । ଅଧିକ ପଢ଼ନ୍ତୁ

delhi-aap-minister-rajendra-pal-gautam-resigns-over-conversion-event-row
ଧର୍ମ ପରିବର୍ତ୍ତନ କାର୍ଯ୍ୟକ୍ରମରେ ଯୋଗଦେବା ବିବାଦ: ମନ୍ତ୍ରୀପଦରୁ ରାଜେନ୍ଦ୍ର ପାଲ୍‌ ଗୌତମଙ୍କ ଇସ୍ତଫା
author img

By

Published : Oct 9, 2022, 9:36 PM IST

Updated : Oct 9, 2022, 10:48 PM IST

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀପଦରୁ ଇସ୍ତଫା ଦେଲେ ରାଜେନ୍ଦ୍ର ପାଲ୍‌ ଗୌତମ । ଦିଲ୍ଲୀରେ ଏକ ଧର୍ମ ପରିବର୍ତ୍ତନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଜେନ୍ଦ୍ର ପାଲ୍‌ ଗୌତମ । ଏହାପରେ ବିଜେପି ପକ୍ଷରୁ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଧାରଣା ପ୍ରଦର୍ଶନ କରାଯାଉଥିଲା । ବର୍ତ୍ତମାନ ସାମାଜିକ ସୁରକ୍ଷା ଓ ବିକାଶ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

ଦିଲ୍ଲୀରେ ଏକ ସାମୁହିକ ଧର୍ମ ପରିବର୍ତ୍ତନ ସମାରୋହ (Mass Conversion in Delhi)ରେ ଯୋଗ ଦେଇଥିଲେ ରାଜେନ୍ଦ୍ର ପାଲ୍‌ ଗୌତମ । ଏହି ସମାରୋହରେ ଅନେକ ଲୋକ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ଏହି ସମାରୋହରେ ହିନ୍ଦୁଧର୍ମର ଦେବାଦେବୀଙ୍କୁ ଅପମାନିତ କରାଯାଇଥିବା ବିଜେପି ଅଭିଯୋଗ କରିଥିଲା । ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଥିଲା । ଏହାପରେ ବିଜେପି ପକ୍ଷରୁ ଉଭୟ ରାଜେନ୍ଦ୍ର ପାଲ୍‌ ଗୌତମ ଓ ଆପ୍‌ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଗତ ଅକ୍ଟୋବର ୫ ତାରିଖରେ ଏହି ସମାରୋହର ଆୟୋଜନ ହୋଇଥିଲା । ଯେଉଁଥିରେ ଶତାଧିକ ଲୋକେ ବୌଦ୍ଧ ଗ୍ରହଣ କରିଥିଲେ । ସେମାନଙ୍କୁ ହିନ୍ଦୁ ଧର୍ମର ଦେବାଦେବୀଙ୍କୁ ପୂଜାର୍ଚ୍ଚନା ନକରିବା ପାଇଁ ସେମାନଙ୍କଠାରୁ ସାମୁହିକ ଶପଥ ଗ୍ରହଣ କରାଯାଇଥିଲା । ତେବେ ବିବାଦ ଉଠିବା ପରେ କ୍ଷମା ପ୍ରାର୍ଥନା କରିଛନ୍ତି ମନ୍ତ୍ରୀ ରାଜେନ୍ଦ୍ର ପାଲ୍‌ ଗୌତମ ।

ସେ କହିଛନ୍ତି, "ବିଜେପି ମୋ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛି । ଏଭଳି ପ୍ରୋପଗାଣ୍ଡା ଦ୍ବାରା ଯେକୌଣସି ବ୍ୟକ୍ତି ଆହତ ହେବେ । ମୁଁ ଚାହୁଁନି ଯେ ମୋ ପାଇଁ ମୋର ନେତା ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉ । ମୁଁ ମୋର ଦଳର ଜଣେ ସଚ୍ଚା ସିପାହୀ । ମୁଁ ମୋର ସାରା ଜୀବନ ବାବା ସାହେବ ଆମ୍ବେଦକର ଓ ଗୌତମ ବୁଦ୍ଧଙ୍କ ଆଦର୍ଶରେ ଚାଲିବି ।"

ଏହା ବି ପଢ଼ନ୍ତୁ କେଜ୍ରିୱାଲଙ୍କ ମନ୍ତ୍ରୀ ଗୌତମଙ୍କ ବିରୋଧରେ ଥାନାରେ ଏତଲା

ରାଜେନ୍ଦ୍ର ପାଲ୍‌ ଗୌତମଙ୍କ ବିରୋଧରେ ଆଇପିସି ଧାରା ୧୫୩ଏ ଓ ୧୫୩ବି ଅନୁସାରେ ସଂସଦ ମାର୍ଗ ଥାନାରେ ଏତଲା ଦେଇଛନ୍ତି ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା । ତାଙ୍କ ଗିରଫଦାରୀ ପାଇଁ ସେ ଦାବି କରିଥିଲେ । ବିଜେପିର କହିବାନୁସାରେ ମନ୍ତ୍ରୀଙ୍କ ଉପସ୍ଥିତିରେ ଧର୍ମ ପରିବର୍ତ୍ତନ ହେବା ଦ୍ବାରା ଏହା ସମାଜ ଉପରେ ଏକ ନକରାତ୍ମକ ପ୍ରଭାବ ପକାଇପାରେ । ଏହା ଅସାମାଜିକ କାର୍ଯ୍ୟକୁ ମଧ୍ୟ ପ୍ରୋତ୍ସାହିତ କରିବ ।

ଆମ୍ବେଦକର ଭବନରୁ ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଭାଇରାଲ ଭିଡ଼ିଓରେ କିଛି ଲୋକ ଧର୍ମ ପରିବର୍ତ୍ତନ କରୁଥିବା ଦେଖିବାକୁ ମିଳିଥିଲା । ଧର୍ମ ପରିବର୍ତ୍ତନ କରୁଥିବା ଲୋକେ ହିନ୍ଦୁ ଦେବାଦେବୀଙ୍କୁ ପୂଜା ନ କରିବାକୁ ଶପଥ ଗ୍ରହଣ କରୁଥିଲେ । ଦାବି କରାଯାଇଥିଲା ଯେ ଭିଡିଓରେ ଧର୍ମ ପରିବର୍ତ୍ତନ କରୁଥିବା ଲୋକଙ୍କ ମଧ୍ୟରେ ମନ୍ତ୍ରୀ ଗୌତମ (Minister Rajendra Pal Gautam) ମଧ୍ୟ ସାମିଲ ରହିଛନ୍ତି ।

Last Updated : Oct 9, 2022, 10:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.