ETV Bharat / bharat

ଦିଲ୍ଲୀରୁ ଅଢେଇ ହଜାର କୋଟିର ହେରୋଇନ ଜବତ, 4 ଗିରଫ

author img

By

Published : Jul 11, 2021, 7:12 AM IST

ଦିଲ୍ଲୀରୁ ଜବତ ହେଲା ବିପୁଳ ପରିମାଣର ହେରୋଇନ । ଜଣେ ଆଫଗାନ ନାଗରିକଙ୍କ ସମେତ 4 ଗିରଫ । ଗିରଫ ନିଶାଦ୍ରବ୍ୟର ମୂଲ୍ୟ ପ୍ରାୟ ଅଢେଇ ହଜାର କୋଟି । ଅଧିକ ପଢନ୍ତୁ...

ଦିଲ୍ଲୀରୁ ଅଢେଇ ହଜାର କୋଟିର ହେରୋଇନ ଜବତ, ଜଣେ ଆଫଗାନ ନାଗରିକ ସମେତ 4 ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀରୁ ଜବତ ହେଲା ବିପୁଳ ପରିମାଣର ହେରୋଇନ । ପ୍ରାୟ 350 କେଜି ହେରୋଇନ ଜବତ କରିବା ସହ ଏହି ଘଟଣାରେ 4 ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ । ଗିରଫ ଅଭିଯୁକ୍ତ ମଧ୍ୟରେ ଜଣେ ଆଫଗାନିସ୍ଥାନ ନାଗରିକ ମଧ୍ୟ ରହିଥିବା ଜଣାପଡିଛି । ଜବତ ହେରୋଇନର ଆନୁମାନିକ ବଜାର ମୂଲ୍ୟ ପ୍ରାୟ 2 ହଜାର 5 ଶହ କୋଟି ହେବ ବୋଲି ପ୍ରାଥମିକ ଭାବେ ଆକଳନ କରାଯାଇଛି ।

ଦିଲ୍ଲୀ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗିରଫ ଅଭିଯୁକ୍ତମାନେ ହେଲେ ଆଫଗାନ ନାଗରିକ ହାଜରତ ଅଲ୍ଲୀ, ରିଓ୍ବାନ ଅହମ୍ମଦ,ଗୁରୁଜୋତ ସିଂ ଓ ଗୁରୁଦ୍ବୀପ ସିଂ । ଏମାନଙ୍କ ନିକଟରୁ ହେରୋଇନ ସହ 100 କେଜିର ରସାୟନିକ ଦ୍ରବ୍ୟ ମଧ୍ୟ ଜବତ ହୋଇଛି । ଏହା ପଛରେ ଏକ ଆନ୍ତର୍ଜାତୀୟ ରାକେଟ କାମ କରୁଥିବା ସନ୍ଦେହ କରି ତଦନ୍ତ ଜାରି ରଖିବା ସହ ଘଟଣାରେ ବ୍ୟବହୃତ ଦୁଇ କାର ଗୋଟିଏ ସ୍କୁଟି ମଧ୍ୟ ଜବତ କରିଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ।

ଏହି ରାକେଟ ଦେଶର ବିଭିନ୍ନ ରାଜ୍ୟରେ ନିଜ ଶାଖା ବିସ୍ତାର କରିଥିବାବେଳେ କିଛି ପଡୋଶୀ ଦେଶରେ ମଧ୍ୟ ଏହାର ନେଟଓ୍ବାର୍କ କାମ କରୁଥିବା ପୋଲିସ ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବା ନେଇ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.