ETV Bharat / bharat

ଫେସବୁକରେ କମେଣ୍ଟ ହେଲା କାଳ, ସହପାଠିନୀଙ୍କୁ ଗୁଳି କରି ହତ୍ୟା କଲା ଯୁବକ

ଫେସବୁକ କମେଣ୍ଟକୁ କେନ୍ଦ୍ର କରି ନିଜ ସହପାଠିନୀଙ୍କୁ ହତ୍ୟା କଲା ଯୁବକ । ଏହି ଘଟଣା ଉତ୍ତରାଖଣ୍ଡ ଡେରାଡୁନରେ ଘଟିଛି । ଅଧିକ ପଢନ୍ତୁ

ଫେସବୁକରେ କମେଣ୍ଟ ହେଲା କାଳ, ସହପାଠିନୀଙ୍କୁ ଗୁଳି କରି ହତ୍ୟା କଲା ଯୁବକ
ଫେସବୁକରେ କମେଣ୍ଟ ହେଲା କାଳ, ସହପାଠିନୀଙ୍କୁ ଗୁଳି କରି ହତ୍ୟା କଲା ଯୁବକ
author img

By

Published : Mar 4, 2022, 10:34 PM IST

ଡେରାଡୁନ: ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ ଘଟିଛି ଅଭାବନୀୟ ଘଟଣା । ଫେସବୁକରେ କମେଣ୍ଟକୁ ନେଇ ବଚସା ହେବା ପରେ ନିଜ ସହପାଠିନୀଙ୍କୁ ଯୁବକ ଜଣକ ଗୁଳି କରି ହତ୍ୟା କରିଛି । ସିଦ୍ଧାର୍ଥ କଲେଜରେ ଗୁରୁବାର ସନ୍ଧ୍ୟା ସମୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଡେରାଡୁନ ଅଭିଯୁକ୍ତକୁ ଗିରଫ କରିଥିବା କହିଛି ।

ଡେରାଡୁନ SSP ଜନ୍ମେଜୟ ଖଦୁରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଶୁକ୍ରବାର ଅଭିଯୁକ୍ତ ଆଦିତ୍ୟ ତୋମାରକୁ ଘଟଣା ଘଟିବାର ୧୨ ଘଣ୍ଟା ମଧ୍ୟରେ ଗିରଫ କରିଛି । ଅଭିଯୁକ୍ତ ନିକଟରୁ ଗୋଟିଏ ପିସ୍ତଲ ଉଦ୍ଧାର କରାଯାଇଛି । ଫାର୍ମାସୀ ଛାତ୍ରୀ ଭାଂଶିକାଙ୍କୁ ଫେସବୁକ କମେଣ୍ଟକୁ କେନ୍ଦ୍ର କରି ସେ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ କିଛି ମାସ ପୂର୍ବେ ଭାଂଶିକା ଫେସବୁକରେ ଏକ ଫଟୋ ସେୟାର କରିଥିଲେ । ତାଙ୍କ ଫଟୋରେ ଆଦିତ୍ୟ ଏକ କମେଣ୍ଟ କରିଥିଲେ ।

ତେବେ ଭାଂଶିକାଙ୍କୁ ଏହି କମେଣ୍ଟ ପସନ୍ଦ ନ ଆସିବା ପରେ ସେ ତାଙ୍କ ସିନିଅରଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ଉପରିସ୍ଥ ଛାତ୍ରମାନେ ଭାଂଶିକାଙ୍କ ପାଦ ଛୁଇଁ କ୍ଷମା ପ୍ରାର୍ଥନା କରିବାକୁ ଅଭିଯୁକ୍ତକୁ ବାଧ୍ୟ କରିଥିଲେ । ଏହି ଘଟଣାରୁ ନିଜକୁ ଅପମାନିତ ମନେ କରି ଅଭିଯୁକ୍ତ ଆଦିତ୍ୟ ପ୍ରତିଶୋଧ ନେବାକୁ ଚିନ୍ତା କରିଥିଲା । ଏହାପରେ ଗୁରୁବାର ଅପରାହ୍ନ ୪ଟା ୪୫ ମିନିଟରେ ସେ ଭାଂଶିକାଙ୍କୁ କଲେଜ ହଷ୍ଟେଲରେ ଗୁଳି କରିଥିଲା ।

ଘଟଣା ଘଟିବା ପରେ ଆଦିତ୍ୟ ପିସ୍ତଲ ସହ ଆସିଥିବା ବାଇକ୍‌ ଛାଡ଼ି ପଳାଇଥିବା ପୋଲିସ କହିଛି । ଭାଂଶିକାଙ୍କୁ ହତ୍ୟା କରିବା ପରେ ରାୟପୁର ଜଙ୍ଗଲରେ ସାରା ରାତି ଲୁଚିଥିଲା ଆଦିତ୍ୟ । ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ଆଦିତ୍ୟକୁ ନିଜ ବାସସ୍ଥାନ ଉତ୍ତରପ୍ରଦେଶର ଶମିଲ ଜିଲ୍ଲାରୁ ଗିରଫ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.