ETV Bharat / bharat

ଟ୍ରାଫିକ ସିଗନାଲରେ ଲାଗିଲା ଡେଫିବ୍ରିଲେଟର, କମିବ ମୃତ୍ୟୁ ! - Chennai News

ଚେନ୍ନାଇରେ ଟ୍ରାଫିକ ସିଗନାଲରେ ଲାଗିଲା ଡେଫିବ୍ରିଲେଟର । ବାଟରେ ହୃଦରୋଗୀଙ୍କ ପ୍ରାଥମିକ ଚିକିତ୍ସାରେ ସହାୟତା ହେବେ ଏହି ଚିକିତ୍ସା ଉପକରଣ । ଅଧିକ ପଢନ୍ତୁ

ଟ୍ରାଫିକ ସିଗନାଲରେ ଲାଗିଲା ଡେଫିବ୍ରିଲେଟର
ଟ୍ରାଫିକ ସିଗନାଲରେ ଲାଗିଲା ଡେଫିବ୍ରିଲେଟର
author img

By

Published : Jan 13, 2023, 12:18 PM IST

ଚେନ୍ନାଇ: ରାସ୍ତାରେ ଯିବନି ହୃଦରୋଗୀଙ୍କ ଜୀବନ ! ଟ୍ରାଫିକ ସିଗନାଲରେ ମିଳିବ ପ୍ରାଥମିକ ଚିକିତ୍ସା । ସହରରେ ହୃଦଘାତ ଓ ସଡକ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ହ୍ରାସ କରିବାକୁ ଚେନ୍ନାଇ ପୋଲିସ ନୂଆ ପଦକ୍ଷେପ ଗ୍ରହଣ କରିଛି । ହୃଦଘାତରେ ପୀଡିତ ଏବଂ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିବିଶେଷଙ୍କ ସହାୟତା ପାଇଁ ଚେନ୍ନାଇ ସହରର ଟ୍ରାଫିକ ସିଗନଲାରେ ଅଟୋମେଟିକ ଏକ୍ସଟରନାଲ ଡେଫିବ୍ରିଲେଟର ବା AED ସ୍ଥାପନ କରାଯାଇଛି । ମୁଖ୍ୟତଃ ବିମାନ ବନ୍ଦର ଓ ରେଳ ଷ୍ଟେସନର ଏହି ଉପକରଣ ଲାଗୁଥିବାବେଳେ ତାମିଲନାଡୁରେ ପ୍ରଥମ ଥର ଏହାକୁ ଟ୍ରାଫିକ ସିଗନାଲରେ ଲଗାଯାଇଛି । ପ୍ରକାଶଥାଉକି, ଡେଫିବ୍ରିଲେଟର ହେଉଛି ଏକ ଚିକିତ୍ସା ଉପକରଣ, ଯାହାକି ବ୍ୟକ୍ତିଙ୍କ ହୃଦସ୍ପନ୍ଦନ ନିୟନ୍ତ୍ରିତ କରିଥାଏ ।

ଚେନ୍ନାଇ ସହର ଅନ୍ତର୍ଗତ ତାମବରାମ ଥାନା ପାଖ ଟ୍ରାଫିକ ସିଗନାଲରେ ଏହି ଡେଫିବ୍ରିଲେଟର ସ୍ଥାପନ କରାଯାଇଛି । ତାମବରାମ ମ୍ୟୁନିସିପାଲ ପୋଲିସ ବିଭାଗ ଏକ ଘରୋଇ ସଂଗଠନର ମିଳିତ ସହାୟତାରେ ଏହାକୁ ସ୍ଥାପନ କରିଛି । ସାଧାରଣତଃ ଦୁର୍ଘଟଣା ପରେ ପୀଡିତ ନିଶ୍ବାସ ପ୍ରଶ୍ବାସ ନେବାରେ ଯନ୍ତ୍ରଣା ଅନୁଭବ କରିଥାନ୍ତି । ଏହି କାରଣରୁ ମେଡିକାଲ ଯିବା ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥାଏ । ସେହିପରି ଅନେକ ସମୟରେ ହୃଦଘାତରେ ପୀଡିତ ବ୍ୟକ୍ତି ମେଡିକାଲରେ ପହଞ୍ଚିବା ପୂର୍ବରୁ ପ୍ରାଣ ହରାଇଥାନ୍ତି । ଟ୍ରାଫିକ ସିଗନାଲରେ ଲାଗିଥିବା ଡେଫିବ୍ରିଲେଟର ଏହିଭଳି ପୀଡିତମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇବାରେ ସହାୟକ ହେବ । ଫଳରେ ମେଡିକାଲରେ ପହଞ୍ଚିବା ଯାଏଁ ସେ ଜୀବନ ଧାରଣ କରିପାରିବେ । ଏହି ଉପକରଣ ବର୍ତ୍ତମାନ ଚେନ୍ନାଇ ବିମାନ ବନ୍ଦର ଓ ବଡ ବଡ ରେଳ ଷ୍ଟେସନରେ ଉପଲବ୍ଧ ରହିଛି । ହେଲେ ପ୍ରଥମ ଥର ପାଇଁ ତାମିଲନାଡୁ ସଡକରେ ଏହାକୁ ସ୍ଥାପନ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ଭୟଙ୍କର ସଡକ ଦୁର୍ଘଟଣା: ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୧୦ ଜୀବନ

ମୁଖ୍ୟତଃ ଦୁର୍ଘଟଣା ପରେ ବ୍ୟକ୍ତିଙ୍କ ବଞ୍ଚିବା ସୁଯୋଗ ମାତ୍ର ୩୦ ପ୍ରତିଶତ ହୋଇଥାଏ । ହେଲେ ଡେଫିବ୍ରିଲେଟରରେ ଚିକିତ୍ସା ଦ୍ବାରା ଏହି ହାର ୮୦ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି କୁହାଯାଉଛି । ଯାହାଫଳରେ ସହରରେ ଦୁର୍ଘଟଣାଜନିତ ମୃତ୍ୟୁ ହ୍ରାସପାଇବ । ଏହା ହୃଦରୋଗୀଙ୍କ ପାଇଁ ଅଧିକ ଉପଯୋଗୀ ହେବ । ତାମବରାମ ସ୍ଥାପିତ ଏହି ଚିକିତ୍ସା ଉପକରଣକୁ ସୁଦୂର ଆମେରିକାରୁ ଆମଦାନୀ କରାଯାଇଛି । ତେବେ ବିଭିନ୍ନ ରାଷ୍ଟ୍ରରେ ଏହି ଡେଫିବ୍ରିଲେଟର ପ୍ରତି ୧୫ କିଲୋମିଟ ବ୍ୟବଧାନରେ ସ୍ଥାପନ କରାଯିବାର ଯୋଜନା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.