ETV Bharat / bharat

76 ହଜାର କୋଟିର ପ୍ରକଳ୍ପକୁ ପ୍ରତିରକ୍ଷା ମନ୍ତ୍ରାଣାଳୟର ମଞ୍ଜୁରୀ: ନିର୍ମାଣ ହେବ 8 ଅତ୍ୟାଧୁନିକ ନୌସେନା ଜାହାଜ

author img

By

Published : Jun 6, 2022, 10:29 PM IST

76,390 କୋଟିର ପ୍ରକଳ୍ପକୁ ମିଳିଲା ପ୍ରତିରକ୍ଷା ମନ୍ତ୍ରଣାଳୟର ମଞ୍ଜୁରୀ । 36,000 କୋଟି ଟଙ୍କାରେ ନିର୍ମାଣ ହେବ 8ଟି କର୍ଭେଟ୍ ଶ୍ରେଣୀର ଅତ୍ୟାଧୁନିକ ଯୁଦ୍ଧ ଜାହାଜ । ଅଧିକ ପଢନ୍ତୁ

76,000 କୋଟିର ପ୍ରକଳ୍ପକୁ ପ୍ରତିରକ୍ଷା ମନ୍ତ୍ରାଣାଳୟର ମଞ୍ଜୁରୀ: ନିର୍ମାଣ ହେବ 8 ଅତ୍ୟାଧୁନିକ ନୌସେନା ଜାହାଜ

ନୂଆଦିଲ୍ଲୀ: ଭାରତୀୟ ସେନାର ଆଧୁନିକୀକରଣ ପ୍ରକ୍ରିୟାରେ ପ୍ରତିରକ୍ଷା ମନ୍ତ୍ରଣାଳୟର ବଡ ମଞ୍ଜୁରୀ । ଆଜି (ସୋମବାର) ପ୍ରତିରକ୍ଷା ମନ୍ତ୍ରଣାଳୟ 76,390 କୋଟି ଟଙ୍କା ମୂଲ୍ୟର ଅନେକ ସାମରିକ ଆଧୁନିକୀକରଣ ପ୍ରକଳ୍ପକୁ ପ୍ରାଥମିକ ଅନୁମୋଦନ ଦେଇଛି । ଏହି ଅନୁମୋଦନରେ ବିଶେଷ ଭାବେ ଲାଭନ୍ବିତ ହେବାକୁ ଯାଉଛି ଭାରତୀୟ ନୈସେନା । ଯେଉଁଥିରେ ନୌସେନା ପାଇଁ 8ଟି ନୂଆ ପିଢିର କର୍ଭେଟ୍ ଶ୍ରେଣୀର ଲଢୁଆ ଅତ୍ୟାଧୁନିକ ଜାହାଜ ନିର୍ମାଣ ପ୍ରକଳ୍ପ ମଧ୍ୟ ରହିଛି ।

ଆଣ୍ଟି-ସରଫେସ ଏବଂ ଆଣ୍ଟି-ସବମେରାଇନ୍ ଯୁଦ୍ଧ ତଥା ଆଣ୍ଟି-ମିସାଇଲ୍ ପ୍ରତିରକ୍ଷା ମିଶନ୍ ପାଇଁ ଡିଜାଇନ ହେବାକୁ ଥିବା ଏହି 8ଟି ଅତ୍ୟାଧୁନିକ କର୍ଭେଟ୍ ଶ୍ରେଣୀର ଯୁଦ୍ଧ ଜାହାଜ ନିର୍ମାଣ ପାଇଁ ଆନୁମାନିକ 36,000 କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (DAC) ଆଣ୍ଟି-ଟ୍ୟାଙ୍କ୍ ଗାଇଡ୍ ମିସାଇଲ୍ ଏବଂ ଅସ୍ତ୍ରଶସ୍ତ୍ର ଚିହ୍ନଟ ରାଡାର, ଯୁଦ୍ଧ ଯାନ ଆଦି କ୍ରୟ ପାଇଁ ଆବଶ୍ୟକତାକୁ ମଧ୍ୟ ଅନୁମୋଦନ କରିଛି । ସେପିପରି ସେନା ପାଇଁ ବିଭିନ୍ନ ଉପକରଣ ପ୍ରସ୍ତୁତିରେ ସ୍ୱଦେଶୀ ଡିଜାଇନ୍ ଏବଂ ବିକାଶ ଉପରେ ଗୁରୁତ୍ୱ ଦେବା ନେଇ ମଧ୍ୟ ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛି ।

ନୌସେନାର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖି ସୂଚନା ଦେଇ କହିଛନ୍ତି, 36,000 କୋଟି ଟଙ୍କାରେ 2,000 ଟନ୍ ବିଶିଷ୍ଟ ବର୍ଗରେ ନିର୍ମାଣ ହେବାକୁ ଥିବା ଏହି ଆଠଟି ପରପିଢିର କର୍ଭେଟ୍ (NGCs) ଅତ୍ୟାଧୁନିକ ଯୁଦ୍ଧ ଜାହାଜ ଅସ୍ତ୍ରଶସ୍ତ୍ର, ସେନ୍ସର, ସ୍ପେୟାର୍ ଆଦି ସିଷ୍ଟମ ସହିତ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଭାବେ ବିକଶିତ ହେବ ।

କର୍ଭେଟ ଶ୍ରେଣୀର ଯୁଦ୍ଧ ଜାହାଜଗୁଡିକ ଫ୍ରିଗେଟ ବର୍ଗର ଜାହାଜ ତୂଳନାରେ ଆକାରରେ ଅପେକ୍ଷାକୃତ ଛୋଟ ଜାହାଜ । କିନ୍ତୁ ପାଟ୍ରୋଲିଂ ମିଶନ କିମ୍ବା ଉପକୂଳବର୍ତ୍ତୀ ଅଞ୍ଚଳରେ କାର୍ଯ୍ୟ କରିବାର ଅଧିକ ପ୍ରଭାବଶାଳୀ ଭାବେ ବ୍ୟବହାରକ୍ଷମ । ବର୍ତ୍ତମାନ, ଭାରତୀୟ ନୌସେନା ହାଲୁକା ଯୁଦ୍ଧ ଜାହାଜକୁ ବାଦ ଦେଇ 6ଟି କର୍ଭେଟ ଶ୍ରେଣୀର ବୃହତ ଜାହାଜ ଅପରେଟ କରୁଛି । 6 ଟିରେ ମଧ୍ୟରେ ଖାନଜର୍, କୁଥର୍, କିର୍ଚ୍, କୁଲିଶ୍, କର୍ମୁକ୍ ଏବଂ କୋରା ନାମକ ଜାହାଜ କାର୍ଯ୍ୟକ୍ଷମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.