ETV Bharat / bharat

CDS Chopper Crash Inquiry: ବୁଧବାର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ତଦନ୍ତ ରିପୋର୍ଟ

author img

By

Published : Jan 4, 2022, 10:52 PM IST

ଆସନ୍ତାକାଲି ପ୍ରତିରକ୍ଷା ମନ୍ତ୍ରଣାଳୟକୁ ହସ୍ତାନ୍ତର ହେବା ସିଡିଏସଙ୍କ ହେଲିକପ୍ଟର ଦୁର୍ଘଟଣା ତଦନ୍ତର ଚୂଡାନ୍ତ ରିପୋର୍ଟ । ତ୍ରିସେବାରର ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି କରୁଥିଲା ଦୁର୍ଘଟଣାର ତଦନ୍ତ । ଅଧିକ ପଢନ୍ତୁ

CDS chopper crash: ଆସନ୍ତାକାଲି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ତଦନ୍ତ ରିପୋର୍ଟ

ନୂଆଦିଲ୍ଲୀ: ସିଡିଏସ ବିପିନ ରାଓ୍ବତଙ୍କୁ ନେଇ ଯାଉଥିବା ବାୟୁସେନା ହେଲିକପ୍ଟର MI-17-V-5 ଦୁର୍ଘଟଣାର ତଦନ୍ତ ଶେଷ ହୋଇଛି । ଭାରତୀୟ ବାୟୁସେନା ଅଧିକାରୀଙ୍କ ନେତୃତ୍ୱରେ ତ୍ରି-ସେବାର ଉଚ୍ଚସ୍ତରୀୟ ଅନୁସନ୍ଧାନକାରୀ ଟିମ ଏହି ବହୁଚର୍ଚ୍ଚିତ ଦୁର୍ଘଟଣାର ବିସ୍ତୃତ ରିପୋର୍ଟ ଆସନ୍ତାକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ପ୍ରଦାନ କରିପାରେ ।

ଗତବର୍ଷ ଡିସେମ୍ବର 8 ତାରିଖରେ ତାମିଲନାଡୁର କନ୍ନୁରରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ପ୍ରତିରକ୍ଷା ପ୍ରମୁଖ ଜେନେରାଲ ବିପିନ ରାୱତ, ପତ୍ନୀ ମଧୁଲିକା ଏବଂ ଅନ୍ୟ 12 ଜଣ ସାମରିକ କର୍ମଚାରୀ ପ୍ରାଣ ହରାଇଥିଲେ । ତେବେ ଘଟଣା ପରଠାରୁ ତିନିସେନାର ବିଶେଷଜ୍ଞଙ୍କୁ ନେଇ ଏହି ଉଚ୍ଚସ୍ତରୀୟ ବିଶେଷଜ୍ଞ ଟିମ ତଦନ୍ତ ଜାରି ରଖିଛି । ଭାରତୀୟ ବାୟୁସେନା ଚପର ବିଶେଷଜ୍ଞ ଏୟାର ମାର୍ଶାଲ ମାନଭେନ୍ଦ୍ର ସିଂ ଏହି ତଦନ୍ତକାରୀ କମିଟିର ନେତୃତ୍ବ ନେଉଥିବା ବେଳେ ଅନ୍ୟ ଦୁଇ ସେନାର ବରିଷ୍ଠ ଅଧିକାରୀ ମଧ୍ୟ କମିଟିରେ ସଦସ୍ୟ ଭାବେ ସାମିଲ ଅଛନ୍ତି ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅନୁସନ୍ଧାନକାରୀ ଦଳ ଦୁର୍ଘଟଣାରେ ବିସ୍ତୃତ ତଥ୍ୟ ତଥା କାରଣ ସମ୍ପର୍କରେ ପ୍ରସ୍ତୁତ କରିଥିବା ତଦନ୍ତ ରିପୋର୍ଟ ଆସନ୍ତାକାଲି (ବୁଧବାର) ପ୍ରତିରକ୍ଷା ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ନିକଟରେ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ତ୍ରି-ସେବା ଅନୁସନ୍ଧାନକାରୀ ଦଳ ମଧ୍ୟ ପ୍ରତିରକ୍ଷା ବାହିନୀର ବରିଷ୍ଠ ଅଧିକାରୀଙ୍କୁ ହେଲିକପ୍ଟର ଉଡାଇବାର ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି (SOP) ର ପୁନର୍ବିଚାର ପାଇଁ କିଛି ସୁପାରିଶ କରିପାରନ୍ତି ।

ସୂତ୍ରରୁ ପ୍ରକାଶ ଯେ ଚପରଟି କମ୍ ଉଚ୍ଚତାରେ ଉଡୁଥିଲା ଏବଂ ଘନ କୁହୁଡି ମଧ୍ୟରେ ପ୍ରବେଶ କରୁଥିବାର ଶେଷ ଥର ପାଇଁ ସ୍ଥାନୀୟ ଲୋକଙ୍କୁ ଦଶ୍ୟମାନ ହୋଇଥିଲା । ତେବେ ଅତ୍ୟଧିକ ଖରାପ ପାଗ ଦୁର୍ଘଟଣାର କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି । ପ୍ରାୟ ଏକମାସ ଧରି ତଦନ୍ତ ପରେ ଏହି ଉଚ୍ଚସ୍ତରୀୟ ବିଶେଷଜ୍ଞ ଟିମ ନିଜ ତଦନ୍ତ ରିପୋର୍ଟରେ କଣ କାରଣ ଦର୍ଶାଉଛି ତାକୁ ଅପେକ୍ଷା ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.