ନୂଆଦିଲ୍ଲୀ: ତ୍ରୁଟିବଶତଃ ଭାରତୀୟ ମିସାଇଲ ପାକିସ୍ତାନରେ ପଡିବା ଘଟଣାରେ ଆଜି (ମଙ୍ଗଳବାର) ରାଜ୍ୟସଭାରେ ବିବୃତ୍ତି ରଖିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ବିବୃତ୍ତିରେ ଗୃହକୁ ଅବଗତ କରାଇ ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି 9 ମାର୍ଚ୍ଚ 2022ରେ ଘଟିଥିବା ଏକ ଆକସ୍ମିକ କ୍ଷେପଣାସ୍ତ୍ର ମାଡ ମିସାଇଲ୍ ୟୁନିଟର ନିତ୍ୟ ବ୍ୟବହାର୍ଯ୍ୟ ରକ୍ଷଣାବେକ୍ଷଣ ଏବଂ ଯାଞ୍ଚ ସମୟରେ ଘଟିଛି । ପରେ ଏହା ପାକିସ୍ତାନ ଅଞ୍ଚଳରେ ପଡିଥିବା ଜାଣିଥିବା କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ।
ସେ ଆହୁରି କହିଛନ୍ତି, ଏହି ଘଟଣା ଦୁଃଖଦାୟକ କିନ୍ତୁ ଏହା ଆଶ୍ବସ୍ତିକର ଖବର ଯେ କିଛି କ୍ଷତି ହୋଇନାହିଁ । ଏହି ଘଟଣାକୁ ସରକାର ଗୁରୁତର ସହ ନେଇଛନ୍ତି ଓ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ । ପ୍ରମାଣ ମିଳିବା ପରେ ହି ଘଟଣାର କାରଣ ଜଣାପଡିବ । ଏହି ଘଟଣା ପରିପ୍ରେକ୍ଷୀରେ ଅପରେସନ୍, ରକ୍ଷଣାବେକ୍ଷଣ ଏବଂ ଯାଞ୍ଚର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟାର ମଧ୍ୟ ସମୀକ୍ଷା କରାଯାଉଥିବା କହିଛନ୍ତି ରାଜନାଥ ସିଂ ।
ଏହା ବି ପଢନ୍ତୁ...Hijab Row Case: ଶିକ୍ଷାନୁଷ୍ଠାନରେ ହିଜାବକୁ ନା, ସମସ୍ତ ଆବେଦନ ଖାରଜ କଲେ ହାଇକୋର୍ଟ
ସେ ଏହା ମଧ୍ୟ କହିଛନ୍ତି ଆମର ଅସ୍ତ୍ର ପ୍ରଣାଳୀର ନିରାପତ୍ତା ଏବଂ ସୁରକ୍ଷାକୁ ଆମେ ସର୍ବାଧିକ ପ୍ରାଧାନ୍ୟ ଦେଇଥାଉ । ଏହି ପ୍ରସଙ୍ଗରେ ଯଦି କୌଣସି ଅଭାବ ଦେଖାଯାଏ ତେବେ ଏହାକୁ ତୁରନ୍ତ ସଂଶୋଧନ କରାଯିବ । ଆମର ମିସାଇଲ ସିଷ୍ଟମ ଅତ୍ୟନ୍ତ ଭରସାଯୋଗ୍ୟ ଏବଂ ନିରାପଦ ଅଟେ । ଆମର ସୁରକ୍ଷା ପ୍ରଣାଳୀ ଏବଂ ପ୍ରୋଟୋକଲ ଗୁଡିକ ଉଚ୍ଚ ସ୍ତରୀୟ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।
ଏହା ବି ପଢନ୍ତୁ...ପାକିସ୍ତାନରେ ଭାରତୀୟ ମିସାଇଲ ପଡିବା ଘଟଣା, ଏମିତି କହିଲା ଚୀନ !
ପ୍ରକାଶ ଥାଉ କି, ଗତ ୯ ତାରିଖ ଦିନ ନିତ୍ୟ ବ୍ୟବହାର୍ଯ୍ୟ ରକ୍ଷଣାବେକ୍ଷଣ ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ କ୍ଷେପଣାସ୍ତ୍ର ହଠାତ ଫାଏର ହେବା ସହ ପାକିସ୍ତାନ ପଞ୍ଜାବ ପ୍ରଦେଶରେ ପଡିଥିଲା । ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇ ନଥିବା ମଧ୍ୟ ସୂଚନା ମିଳିଛି । ଉଭୟ ପାକିସ୍ତାନ ଓ ଭାରତ ପକ୍ଷରୁ ତଦନ୍ତ ଜାରି ରହିଛି ।
@ANI