ETV Bharat / bharat

SCO Meet: ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ରାଜନାଥଙ୍କର ହେଲା ଆଲୋଚନା - ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଭାରତ ଗସ୍ତ

ଏସସିଓ ସମ୍ମିଳନୀ ଅବସରରେ ଚୀନ ପ୍ରତିପକ୍ଷଙ୍କ ସହ ରାଜନାଥ ସିଂଙ୍କର ହେଲା ବୈଠକ । ଗଲଓ୍ବାନ ସଂଘର୍ଷ ପରେ ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା । ପ୍ରକୃତ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ହ୍ରାସ ମୁଖ୍ୟ ପ୍ରସଙ୍ଗ । ଅଧିକ ପଢନ୍ତୁ

Defence minister meets China
Defence minister meets China
author img

By

Published : Apr 27, 2023, 9:55 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ଆୟୋଜିତ ସଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀ ଅବସରରେ ଚୀନ ପ୍ରତିରକ୍ଷା ମନ୍ତ୍ରୀ ଲି.ଶାଙ୍ଗଫୁଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କର ବୈଠକ ହୋଇଛି । ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ସହ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଏହି ଆଲୋଚନାରେ ମୁଖ୍ୟାଶଂ ଭାବେ ସ୍ଥାନ ପାଇଛି । 2020 ପୂର୍ବ-ଲଦାଖ ଗଲଓ୍ବାନ ଘାଟିରେ ଦୁଇ ଦେଶର ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ପ୍ରକୃତ ନିୟନ୍ତ୍ରଣ ରେଖାରେ ଲାଗି ରହିଥିବା ବିବାଦ ଓ ଉତ୍ତେଜନାର ସମାଧାନ ପ୍ରସଙ୍ଗକୁ ଭାରତ ପକ୍ଷରୁ ଆଲୋଚନାରେ ପ୍ରାଥମିକତା ଦିଆଯାଇଥିଲା । LACରେ ଲାଗି ରହିଥିବା ଉତ୍ତେଜନାର ତୁରନ୍ତ ସମାଧାନ ଦିଗରେ ଉଭୟ ଦେଶ ଆଲୋଚନା କରିଥିଲେ ।

  • Defence minister Rajnath Singh meets China’s State Councillor & Minister of National Defence ahead of SCO Defence Ministers’ meeting in New Delhi

    Development of India-China ties is premised on prevalence of peace & tranquillity at the borders: Rajnath Singh

    All issues at LAC… pic.twitter.com/IKYOfPkfNW

    — ANI (@ANI) April 27, 2023 " class="align-text-top noRightClick twitterSection" data=" ">

ପୂର୍ବ-ଲଦାଖ ସଂଘର୍ଷ ପରେ ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଏହା ପ୍ରଥମ ପ୍ରତ୍ୟେକ୍ଷ ଆଲୋଚନା । ପୂର୍ବରୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ କରିବା ପାଇଁ କମାଣ୍ଡରସ୍ତରୀୟ ଆଲୋଚନା ଶୃଙ୍ଖଳା ଜାରି ରହିଛି । ଏହି ଆଲୋଚନା 18ତମ ରାଉଣ୍ଡରେ ପହଞ୍ଚିଛି । କିଛି ମାତ୍ରାରେ ଏହା ସଫଳ ମଧ୍ୟ ହୋଇଛି । ପ୍ରକୃତ ନିୟନ୍ତ୍ରଣ ରେଖାର କିଛି ଉତ୍ତେଜନାପୂର୍ଣ୍ଣ ସ୍ଥାନରୁ ଉଭୟ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର ସୈନ୍ୟ ଅପସାରଣ କରିସାରିଛନ୍ତି । ହେଲେ ଗଲଓ୍ବାନ ଘାଟି ସଂଘର୍ଷ ପରେ ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଏହା ପ୍ରଥମ ଔପଚାରିକ ବୈଠକ । ଏହି ବୈଠକରେ ମଧ୍ୟ ଭାରତ ପକ୍ଷରୁ ଏଲଏସିରେ ସଂଘର୍ଷ ଆଶଙ୍କା ହ୍ରାସ କରିବା ସହ ଶାନ୍ତି ପ୍ରତିଷ୍ଠା ଉପରେ ଗୁରୁତ୍ବାରୋପ କରାଯାଇଛି ।

ଆସନ୍ତା ସପ୍ତାହରେ ଏହି ଏସସିଓ ସମ୍ମିଳନୀର ବୈଦେଶିକ ମନ୍ତ୍ରୀ ସମ୍ମିଳନୀ ଗୋଆରେ ଆୟୋଜିତ ହେବାକୁ ଯାଉଛି । ଏଥିରେ ଚୀନ ବୈଦେଶିକ ମନ୍ତ୍ରୀ ଛିନ୍‌ କାଙ୍ଗ୍‌ ମଧ୍ୟ ଅଂଶଗ୍ରହଣ କରିବା ପାଇଁ ଭାରତ ଗସ୍ତରେ ଆସୁଛନ୍ତି । ଆସନ୍ତା ମାସ ମେ’ 4 ଓ 5 ତାରିଖ ଦୁଇ ଦିନ ଏହି ବୈଠକ କାର୍ଯ୍ୟସୂଚୀ ରହିଛି । ଚୀନ ପ୍ରତିପକ୍ଷଙ୍କ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ବୈଠକ ହେବ । ଏଥିରେ ମଧ୍ୟ ଦ୍ବିପାକ୍ଷିକ ବୈଦେଶିକ ବ୍ୟାପାର ପ୍ରସଙ୍ଗର ଏକାଧିକ ଦିଗ ସମ୍ପର୍କରେ ଆଲୋଚନା ହେବ । ଭାରତ-ଚୀନ ବୈଦେଶିକ ସମ୍ପର୍କରେ ସୁଧାର ପାଇଁ ଉଭୟ ପକ୍ଷ ମାନସ ମନ୍ଥନ କରିବେ ।

ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚୀନ ପ୍ରତିପକ୍ଷଙ୍କୁ ଭେଟିବା ପୂର୍ବରୁ ଇରାନ ଓ ତାଜିକିସ୍ତାନର ପ୍ରତିପକ୍ଷଙ୍କ ସହ ମଧ୍ୟ ବୈଠକ କରିଥିଲେ । ଏଥିରେ ଉଭୟ ଦେଶ ସହ ଭାରତର ସାମରିକ ସହଯୋଗ ସମ୍ପର୍କ ଆଲୋଚନା ହୋଇଥିଲା । ଚଳିତ ଏସ୍‌ସିଓ ସମ୍ମିଳନୀ ଦିଲ୍ଲୀରେ ଆୟୋଜିତ ହେଉଥିବା ବେଳେ ଏଥିରେ ପାକିସ୍ତାନ ବ୍ୟତୀତ ଋଷ ଓ ଚୀନ ସମେତ ଅନ୍ୟ ସମସ୍ତ ସଦସ୍ୟ ରାଷ୍ଟ୍ର ଅଂଶଗ୍ରହଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.