ନୂଆଦିଲ୍ଲୀ: ଦୁର୍ଘଟଣାର ଶିକାର ହେବା ପରେ ଭାରତୀୟ ସେନାର ଏଏଲଏଚ ଧ୍ରୁବ ହେଲିକପ୍ଟର ଉଡାଣ ଉପରେ ଲାଗିଲା ରୋକ୍ । ଗତ ଦୁଇ ଦିନ ପୂର୍ବେ ମୁମ୍ବାଇ ତଟ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା ଧ୍ରୁବ । ଏହା ପରେ ପ୍ରତିରକ୍ଷା ବାହିନୀ ଏହି ନିଷ୍ପତ୍ତି ନେଇଛି । ଅନ୍ୟପଟେ କେଉଁ କାରଣରୁ ଭାରତୀୟ ସେନାର ଏହି ବିମାନ ଦୁର୍ଘଟଣାର ଶିକାର ହେଲା ସେନେଇ ତଦନ୍ତ ଜାରି ରଖିଛି ଅନୁସନ୍ଧାନକାରୀ ଟିମ ।
ଗତ ଦୁଇ ଦିନ ପୂର୍ବେ ମୁମ୍ବାଇ ତଟ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା ଏଏଲଏଚ ଧ୍ରୁବ ହେଲିକପ୍ଟର । ଏଥିରେ 3ଜଣ କ୍ରୁ ମେମ୍ବର ଥିବା ବେଳେ ବେଳେ କେହି ଆହତ ହୋଇନଥିବା ସୂଚନା ମିଳିଥିଲା । ଭାରତୀୟ ତଟରକ୍ଷୀ ବାହିନୀ ସହିତ ଆର୍ମି, ନୌସେନା ଏବଂ ଏୟାରଫୋର୍ସ ଦ୍ବାରା ଏହା ପରିଚାଳିତ ହୋଇଥାଏ ।
ଏନେଇ ପ୍ରତିରକ୍ଷା ବାହିନୀର ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ, ''କେଉଁ କାରଣରୁ ଧ୍ରୁବ ହେଲିକପ୍ଚର ଦୁର୍ଘଟଣାର ଶିକାର ହେଲା ସେନେଇ ଅନୁସନ୍ଧାନକାରୀ ଟିମ ମୁମ୍ବାଇ ତଟରେ ତଦନ୍ତ ଜାରି ରଖିଛନ୍ତି । ଏହାର କାରଣ ସାମ୍ନାକୁ ନଆସିବା ପର୍ଯ୍ୟନ୍ତ ଏହାର କାର୍ଯ୍ୟ ବନ୍ଦ ରହିବ । ''ଭାରତୀୟ ପ୍ରତିରକ୍ଷା ବାହିନୀ ଏଏଲଏଚ ଧ୍ରୁବ ହେଲିକପ୍ଟରକୁ ସାମଗ୍ରୀ ପରିବହନ ସମେତ ଅନ୍ୟ କାମ ପାଇଁ ମଧ୍ୟ ବ୍ୟବହାର କରିଥାଏ । ତିନି ସେନା ଦ୍ବାରା କରାଯାଉଥିବା ହେଲିକପ୍ଟର ମିଶନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଏଏଲଏଚ ଧ୍ରୁବ ।
ଏନେଇ ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ, ଖୁବଶୀଘ୍ର ଏଏଲଏଚ ଧ୍ରୁବ ହେଲିକପ୍ଟର କାର୍ଯ୍ୟ ଆରମ୍ଭ କରିବ ବୋଲି ଆମେ ଆଶାବାଦୀ ଅଛୁ । ମୁମ୍ବାଇକୁ ନିୟମିତ ଉଡାଣ କରିଥାଏ ଏଏଲଏଚ ଧ୍ରୁବ ହେଲିକପ୍ଟର । କିନ୍ତୁ ଗତ ଦୁଇ ଦିନ ପର୍ବରୁ ହେଲିକପ୍ଟରଟି ଉଡାଣ ଆରମ୍ଭ କରିବା ପରେ ହଠାତ୍ ନିୟନ୍ତ୍ରଣ ହରାଇ ତଳକୁ ଖସିବା ଆରମ୍ଭ କରିଥିଲା । ଏହି ସମୟରେ ପାଣିରେ ହେଲିକପ୍ଟରଟି ବୁଡିବା ପୂର୍ବରୁ ତିନି ଜଣ କ୍ରୁ ମେମ୍ବରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ନୌସେନାର ଜଣେ ଅଧିକାରୀ କହିଛନ୍ତି ।
ନିୟମିତ ଅଭ୍ୟାସ ପାଇଁ ଉଡାଣ ଆରମ୍ଭ କରିଥିଲା ନୌସେନା ବିମାନ ଏଏଲଏଚ । ହଠାତ ମୁମ୍ବାଇ ତଟରେ କୌଣସି କାରଣରୁ ଦୁର୍ଘଟଣାର ଶିକାର ହୋଇଥିଲା ଏହି ହେଲିକପ୍ଟର । ଯାନ୍ତ୍ରିକ ତ୍ରୁଟି ପାଇଁ ବିମାନ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି । ନାଭାଲ ପୋର୍ଟାଲ କ୍ରାଫ୍ଟ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗତ 2021 ମସିହାରେ ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାରେ ଭାରତୀୟ ସେନାର ହାଲୁକା ହେଲିକପ୍ଟର ଧ୍ରୁବ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ଜଣେ ପାଇଲଟ ଶହୀଦ ହୋଇଥିବା ବେଳେ ଅନ୍ୟଜଣେ ଆହତ ହୋଇଥିଲେ । ପ୍ରତିରକ୍ଷା ପିଆରଓ ପକ୍ଷରୁ ଏନେଇ ସୂଚନା ମିଳିଥିଲା ।