ETV Bharat / bharat

ବଢିଲା ନୱାବଙ୍କ ଅଡୁଆ, ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

author img

By

Published : Nov 9, 2021, 12:25 PM IST

ମୁମ୍ବାଇ ଆଞ୍ଚଳିକ ଏନସିବି ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ବାପା ଦ୍ୟାନଦେବଙ୍କ ମାନହାନୀ ମାମଲା ପରେ ସମସ୍ତ ପ୍ରମାଣ ରଖିବାକୁ ନୱାବ ମଲିକଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ନୱାବଙ୍କ ନାମରେ ମାନହାନୀ ମାମଲା, ଜବାବ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ମୁମ୍ବାଇ: ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ନୱାବ ମଲିକଙ୍କ ନୂଆ ନୂଆ ଅଭିଯୋଗ ପରେ ପ୍ରମାଣ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ । ମୁମ୍ବାଇ ଆଞ୍ଚଳିକ ଏନସିବି ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ବାପା ଦ୍ୟାନଦେବଙ୍କ ମାନହାନୀ ମାମଲା ପରେ କୋର୍ଟ ନୱାବଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ ଗତକାଲି(ସୋମବାର) ଦ୍ୟାନଦେବଙ୍କ ଆବେଦନର ଶୁଣାଣି ବମ୍ବେ ହାଇକୋର୍ଟରେ ହୋଇଥିଲା । ବିଚାରପତି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି(ବୁଧବାର) ଅର୍ଥାତ ନଭେମ୍ବର ୧୦କୁ ଘୁଞ୍ଚାଇ ଦେବା ସହ ନୱାବ କରିଥିବା ସମସ୍ତ ଆପତ୍ତିର ପ୍ରମାଣ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ ୱାଙ୍ଖଡେଙ୍କ ବାପା ରବିବାର ନୱାବଙ୍କ ନାମରେ ୧.୨୫ କୋଟିର ମାନହାନୀ ମକଦ୍ଦମା କରିଥିଲେ । ନୱାବ ସାମାଜିକ ଗଣମାଧ୍ୟମରେ ତାଙ୍କ ପୁଅ ଏବଂ ପରିବାରର ସଦସ୍ୟଙ୍କ ନାମରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିବା ଦ୍ୟାନଦେବ ଅଭିଯୋଗ କରିଥିଲେ । ସେ ଯେପରି ଆଗକୁ ଏପରି ନ କରନ୍ତି ସେଥିପାଇଁ ତାଙ୍କୁ ଚେତାଇ ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ଦ୍ୟାନଦେବ ।

ତେବେ ନୱାବ ମଲିକ ସମୀର ୱାଙ୍ଖଡେଙ୍କ ବିରୋଧରେ ଲାଞ୍ଚ ନେବା ଠାରୁ ଆରମ୍ଭ କରି ଜାତି ପ୍ରମାଣପତ୍ରରେ ଜାଲିଆତି କରିବା ଏବଂ ନିଜେ ମୁସଲମାନ ହୋଇ ଦଳିତ କୋଟାରେ ଚାକିରି କରିବା ଆଦି ଅନେକ ଅଭିଯୋଗ କରିଥିଲେ । ସେହିପରି ଗତକାଲି ମଧ୍ୟ ୱାଙ୍ଖଡେଙ୍କ ଶଳା ଏବଂ ଶାଳୀ ଡ୍ରଗ୍ସ କେସରେ ସମ୍ପୃକ୍ତ ଥିବା ଅଭିଯୋଗ କରିଥିଲେ ।

ନୱାବ ପ୍ରେସ ବିଜ୍ଞପ୍ତିରେ ୱାଙ୍ଖଡେଙ୍କ ଶାଳୀଙ୍କ ନାମ କହିବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ୱାଙ୍ଖଡେ । ସେ କହିଛନ୍ତି ଯେ, ପ୍ରେସ ବିଜ୍ଞପ୍ତିରେ କୌଣସି ମହିଳାଙ୍କ ନାମ ନ ନେବା ପାଇଁ ଆଇନ ରହିଛି । ମହିଳାଙ୍କ ମର୍ଯ୍ୟାଦାର ସୁରକ୍ଷା ପାଇଁ ଏହି ନିୟମ ରହିଛି । ୨ଟି ପିଲା ଓ ପରିବାର ଥିବା ଜଣେ ମହିଳାଙ୍କ ନାମ ଏପରିଭାବେ ସର୍ବସାଧାରଣରେ ପ୍ରଚାର କରିବା କଣ ଠିକ୍ ? ଏହା ବିରୋଧରେ ଦୃଢ ଆଇନଗତ କାର୍ଯାନୁଷ୍ଠାନ ନିଆଯିବ ବୋଲି ୱାଙ୍ଖଡେ ଚେତାବନୀ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.