ETV Bharat / bharat

ଲାଲକିଲ୍ଲା ହିଂସାକାଣ୍ଡର ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ

author img

By

Published : Feb 9, 2021, 9:43 AM IST

ଲାଲକିଲ୍ଲା ହିଂସା ଘଟଣାର ଅଭିଯୁକ୍ତ ଦୀପ ସିଦ୍ଧୁଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ । 15 ଦିନ ଫେରାର ରହିବା ପରେ ଆଜି ତାଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

ଲାଲକିଲ୍ଲା ହିଂସାକାଣ୍ଡର ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ
ଲାଲକିଲ୍ଲା ହିଂସାକାଣ୍ଡର ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ଲାଲକିଲ୍ଲା ହିଂସା ଘଟଣାର ଅଭିଯୁକ୍ତ ଦୀପ ସିଦ୍ଧୁଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ । 15 ଦିନ ଫେରାର ରହିବା ପରେ ଆଜି ତାଙ୍କୁ ଗିରଫ କରାଯାଇଛି । ଦୀପ ସିଦ୍ଧୁ ଗିରଫଦାରି ଉପରେ 1 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା ଦିଲ୍ଲୀ ପୋଲିସ । ଜାନୁଆରୀ 26ରେ ଚାଷୀ ଟ୍ରାକ୍ଟର ରାଲିରେ ଦୀପ ସିଦ୍ଧୁ ହିଂସା କରିବାକୁ ଉସକାଇଥିବା ନେଇ ଅଭିଯୋଗ ଆଣିଥିଲା କୃଷକ ସଙ୍ଗଠନ ।

ଗଣତନ୍ତ୍ର ଦିବସରେ କେନ୍ଦ୍ର ସରକାରଙ୍କ 3 ଟି କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ବିଭିନ୍ନ ସୀମାରେ ଚାଷୀମାନେ ଟ୍ରାକ୍ଟର ରାଲି କରିବାକୁ ଯୋଜନା କରିଥିଲେ । ଚାଷୀମାନେ ବ୍ୟାରିକେଟ ଭାଙ୍ଗି ଦିଲ୍ଲୀକୁ ଧସେଇ ପସିବାରୁ ଲାଲକିଲ୍ଲାରେ ହିଂସା ସୃଷ୍ଟି ହୋଇଥିଲା । ଏହି ସମୟରେ ଫେସବୁକରେ ପଞ୍ଜାବ ଅଭିନେତା ଦୀପ ସିଦ୍ଧୁ ଫେସବୁକରେ ଲାଇଭ ଯାଇଥିଲେ । ସେବେ ଠାରୁ ସେ ଫେରାର ରହିଥିଲେ ।

ସୂଚନାଯୋଗ୍ୟ, ନିକଟରେ ଦିଲ୍ଲୀ ପୋଲିସ ଦୀପ ସିଦ୍ଧୁସ ଜୁରାଜ ସିଂ, ଗୁରଜିତ ସିଂ ଏବଂ ଗୁରଜକ ସିଂ ଗିରଫ ପାଇଁ 1 ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ । ସେହିପରି ଏହି ହିଂସା ସହ ଜଡିତ ଅନ୍ୟ ଅଭିଯୁକ୍ତ ଜାଜବିର ସିଂ, ବୁଟା ସିଂ, ସୁଖଦେବ ସିଂ ଏବଂ ଇକବାଲ ସିଂ ଙ୍କ ଗିରଫ ପାଇଁ 50 ହଜାର ଟଙ୍କା ରାଶି ଦିଆଯିବ ବୋଲି କୁହାଯାଇଥିଲା । ଦୀପ ସିନ୍ଧୁ ପଞ୍ଜାବର ଜଣେ ଅଭିନେତା। ଗୁରୁଦାସପୁରର ସାଂସଦ ତଥା ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ସହ ସିଦ୍ଧୁ 2019 ଲୋକସଭା ନିର୍ବାଚନ ସମୟରେ ନିର୍ବାଚନର ପ୍ରଚାର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.