କୋଲକାତା: ଆଲମିରା ଭିତରୁ ମିଳିଲା ବୟସ୍କ ବୃଦ୍ଧାଙ୍କ ଗଳିତ ମୃତଦେହ (Woman's decomposed body recovered from cupboard) । ପଶ୍ଚିମବଙ୍ଗ ହୁଗୁଳି ନିକଟ ଶ୍ୟାମବାବୁର ଘାଟରେ ଘଟିଛି ଏଭଳି ଘଟଣା । ମଦ୍ୟପ ସ୍ବାମୀ ହତ୍ୟା କରିଥିବା ସମ୍ପର୍କୀୟମାନେ ଅଭିଯୋଗ ଆଣିଥିବା ବେଳେ ପୋଲିସ ଉଭୟ ବାପ ଓ ପୁଅଙ୍କୁ ଅଟକ ରଖିଥିବା ଜଣାପଡ଼ିଛି ।
ମୃତ ମହିଳାଙ୍କ ନାମ ଭାରତୀ ଧାରା (୬୨) ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଗତ ଡିସେମ୍ବର ୮ ତାରିଖରୁ ମହିଳା ଜଣକ ନିଖୋଜ ଥିଲେ । ସ୍ବାମୀ କାଶୀନାଥ ଧାରା କୌଣସି କାମ କରୁନଥିବା ବେଳେ ସର୍ବଦା ନିଶାରେ ବୁଡ଼ି ରହୁଥିଲେ । ଏପଟେ ପତ୍ନୀ ଭାରତୀ ପର ଘରେ କାମ କରି ଦୁଇ ପଇସା ରୋଜଗାର କରୁଥିଲେ । ସ୍ବାମୀ ତାଙ୍କ ସେହି ଅର୍ଥକୁ ନେଇ ପ୍ରତିଦିନ ମଦ୍ୟପାନ କରୁଥିଲେ । ଏନେଇ ପ୍ରତିଦିନ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା । ସ୍ଥାନୀୟ ଲୋକେ ଭାରତୀଙ୍କୁ ଗୁରୁବାର ସକାଳେ ଦେଖିଥିଲେ ।
ଏହା ବି ପଢନ୍ତୁ- କେଶ କଟାକୁ ନେଇ ଗାଳି କଲେ ବାପା, ଜୀବନ ହାରିଲେ ଛାତ୍ର
ସେପଟେ ଭାରତୀଙ୍କ ପୁଅ ବିଶ୍ବନାଥ ଧାରା ଅନ୍ୟ ଏକ କୋଠରୀରେ ରହୁଥିଲେ । ସେ ଟେଣ୍ଟ୍ ବ୍ୟବସାୟ କରୁଥିବା ବେଳେ ସେହି ସାମଗ୍ରୀ ସେ ନିଜ ପିତାମାତା ରହୁଥିବା କୋଠରୀରେ ରଖୁଥିଲେ । ସେହି ସାମଗ୍ରୀଗୁଡ଼ିକୁ ଆଣିବା ଲାଗି କେବଳ ପିତାମାତାଙ୍କ କୋଠରୀକୁ ଯାଉଥିଲେ । ତେବେ ସେ ଆଲମିରା ଖୋଲିବା ପରେ ତାଙ୍କ ମାଆଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ସ୍ବାମୀ ବିଶ୍ବନାଥ ଭାରତୀଙ୍କୁ ହତ୍ୟା କରିଥିବା ଜଣେ ସମ୍ପର୍କୀୟ ଅଭିଯୋଗ ଆଣିଛନ୍ତି ।
ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଛି । ପୋଲିସ ଗଳିତ ମୃତଦେହକୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ ମହିଳାଙ୍କ ପୁଅ ବିଶ୍ବନାଥ କହିଛନ୍ତି ଯେ ୨ ଦିନ ମାଆକୁ ନ ଦେଖିବା ପରେ ସେ ମାଉସୀଙ୍କ ଘରକୁ ଯାଇଥିବା ଭାବିଥିଲେ । ମାତ୍ର ସେଠାରେ ସେ ନଥିବା ଜାଣିବାକୁ ପାଇଥିଲେ । ହେଲେ ସେ ଆଲମିରା ଖୋଲିବା ପରେ ମୃତଦେହ ତଳେ ପଡ଼ିଯିବା ପରେ ଘଟଣା ସମ୍ପର୍କରେ ସେ ଜାଣିବାକୁ ପାଇଥିଲେ ।