ETV Bharat / bharat

ଏମିତି ବଦଳେ ଭାଗ୍ୟ ! ଲୋନ ଶୁଝିବାକୁ ଘର ବିକୁଥିଲେ, କ୍ଷଣିକରେ ହୋଇଗଲେ କୋଟିପତି

author img

By

Published : Jul 28, 2022, 12:16 PM IST

ବ୍ୟାଙ୍କ ଲୋନ ଶୁଝିବାକୁ ଘର ବିକିବା ସମୟରେ ବଦଳିଗଲା ଭାଗ୍ୟ । କ୍ଷଣିକରେ କୋଟିପତି ହୋଇଗଲେ କେରଳର ମହମ୍ମଦ ବାବା । ଅଧିକ ପଢନ୍ତୁ

ଲୋନ ଶୁଝିବାକୁ ଘର ବିକୁଥିଲେ, କ୍ଷଣିକରେ କୋଟିପତି ହୋଇଗଲେ

ଥିରୁଅନନ୍ତପୁରମ: ବେଳେବେଳେ କଳ୍ପନା ଠାରୁ ଅଧିକ ସୁନ୍ଦର ହୋଇଥାଏ ଜୀବନ । ହଠାତ୍ କୌଣସି ଚମତ୍କାର ଭଳି ଜୀବନରେ ଅସୀମ ଖୁସି ଉଙ୍କିମାରେ । ଯାହାର ସଦ୍ୟ ଉଦାହରଣ ହେଉଛନ୍ତି କେରଳ କାସରଗୋଡର ମହମ୍ମଦ ବାବା । ଯିଏକି ଋଣ ବୋଝରେ ବୁଡି ନିଜର ଘର ବିକିବାକୁ ଯାଉଥିଲେ । ହେଲେ କ୍ଷଣିକ ମଧ୍ୟରେ ସେ କୋଟିପତି ହୋଇଗଲେ । ୫୦ ଟଙ୍କାର ଗୋଟିଏ ଲଟେରୀ ଟିକେଟ୍‌ ତାଙ୍କ ଜୀବନ ବଦଳାଇ ଦେଲା । ମହମ୍ମଦ ନିଜ ଘର ବିକିବାକୁ ଡିଲ୍ କରିବାର କେଇ ମିନିଟ୍ ଆଗରୁ ହିଁ ସେ ଲଟେରୀରେ ୧ କୋଟି ପୁରସ୍କାର ରାଶି ଜିତିଥିବାର ଜାଣିବାକୁ ପାଇଥିଲେ ।

ସୂଚନା ଅନୁଯାୟୀ, ମହମ୍ମଦ ବାବା ଜଣେ ରିଏଲ ଇଷ୍ଟେଟ ବ୍ରୋକର ଅଟନ୍ତି । କୋଭିଡ ସମୟରେ ବିଭିନ୍ନ କାରଣ ଯୋଗୁଁ ସେ ଋଣ ଭିତରେ ବୁଡି ରହିଥିଲେ । ଋଣ ପରିମାଣ ଏତେ ଥିଲା ଯେ, ଶେଷରେ ସେ ନିଜର ଘର ବିକିବାକୁ ନିଷ୍ପତ୍ତି ନେଲେ । ଏନେଇ ଜଣେ କ୍ରେତାଙ୍କ ସହ ସେ ଯୋଗାଯୋଗ କରିଥିଲେ । ଡିଲ୍ ଚୂଡାନ୍ତ କରି ସେ ଅଗ୍ରୀମ ଟଙ୍କା ନେବାକୁ ଯାଉଥିବା ବେଳେ ହଠାତ୍ ଏକ ଫୋନ୍ କଲ୍ ଆସିଲା । ସେ ଅଧଘଣ୍ଟା ଆଗକୁ କିଣିଥିବା ୫୦ ଟଙ୍କିଆ ଲଟେରୀରେ ୧ କୋଟି ଟଙ୍କା ପୁରସ୍କାର ଜିତିଛନ୍ତି ବୋଲି ସେ ଲଟେରୀ ନେଇଥିବା ବ୍ୟକ୍ତିଙ୍କ ଠାରୁ ଜାଣିବାକୁ ପାଇଥିଲେ । ଏହାଶୁଣି ମହମ୍ମଦଙ୍କ ଆଶ୍ଚର୍ଯ୍ୟର ସୀମା ରହିନଥିଲା ।

ଲେଟେରୀ ବିଜେତା ମହମ୍ମଦ ଏବେ ଉକ୍ତ ଲଟେରୀ ଟିକେଟକୁ ବ୍ୟାଙ୍କରେ ଜମା କରିଛନ୍ତି । ଏହାସହିତ ନିଜର ସମସ୍ତ ଋଣ ପରିଶୋଧ କରିବା ସହ ବାକି ଟଙ୍କାରେ ସେ ତାଙ୍କ ଭଳି ଅସହାୟ ଲୋକଙ୍କ ସହୟତା କରିବେ ବୋଲି କହିଛନ୍ତି । କୁହାଯାଏ, ଭାଗ୍ୟ ବଦଳିଲେ ରଙ୍କିଟିଏ ରାତାରାତି କୋଟିପତି ହୋଇଯାଏ ଏବଂ ଧନୀ ଦାଣ୍ଡର ଭିକାରୀ ପାଲଟେ । କେରଳର ମହମ୍ମଦ ବାବାଙ୍କ ଠାରୁ ଏହା ପ୍ରମାଣିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.