ETV Bharat / bharat

ହିମାଚଳପ୍ରଦେଶରେ ଭୂସ୍ଖଳନ; ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

author img

By

Published : Aug 12, 2021, 10:40 AM IST

ହିମାଚଳ ପ୍ରଦେଶର କିନୌରରେ ଭୂସ୍ଖଳନ । ଏହି ଅଘଟଣରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

Death toll in Himachal Pradesh's Kinnaur landslide mounts to 13, rescue operations on
ହିମାଚଳପ୍ରଦେଶରେ ଭୂସ୍ଖଳନ; ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି, ଚାଲିଛି ଉଦ୍ଧାର କାର୍ଯ୍ୟ

ସିମଲା: ହିମାଚଳ ପ୍ରଦେଶର କିନୌରରେ ଭୂସ୍ଖଳନ ଯୋଗୁଁ ଭଗ୍ନାବଶେଷ ତଳେ ଦବି ଯାଇଥିଲା ଯାତ୍ରୀ ଭର୍ତ୍ତି ବସ । ନିଗୋସାରୀ ଓ ଚୌରା ମଝିରେ ଅଚାନକ ପାହାଡର ଏକ ବଡ ଅଂଶ ଭାଙ୍ଗିଯିବା ଯୋଗୁଁ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ଏନେଇ ଏକାଧିକ ଲୋକ ମାଟି ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅଧିକାରୀ ସୁଦେଶ କୁମାର ମୋଖଟା ସୂଚନା ଦେଇଛନ୍ତି ।

ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି । ଏନଡିଆରଏଫ, ଆଇଟିବିପି, ସ୍ଥାନୀୟ ପୋଲିସ ଓ ହୋମଗାର୍ଡଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଉଛି । ବୁଧବାର ଦିନ ରାତି ବଢିବାରୁ ଉଦ୍ଧାର କାର୍ଯ୍ୟକୁ ବନ୍ଦ କରାଯାଇଥିଲା । ଏବଂ ଆଜି ସକାଳ ୬ଟାରୁ ଉଦ୍ଧାର କାର୍ଯ୍ଯ ପୁଣି ଆରମ୍ଭ କରାଯାଇଛି । ଏଥିରେ ଏକ ବୋଲେରୋ ଗାଡି ଉଦ୍ଧାର କରାଯାଇଛି ।

ସୂଚନା ଅନୁସାରେ, ବୁଧବାର ଦିନ ରିକଙ୍ଗପିଓରୁ ଭାୟା ସିମଲା ଦେଇ ଏକ ଏଚଆରଟିସି ବସ ହରିଦ୍ବାର ଅଭିମୁଖେ ଯାତ୍ରା କରୁଥିଲା । ହେଲେ ଠିକ ଏହି ସମୟରେ ବଡ ପଥର ଖଣ୍ତ ଆସି ବସରେ ମାଡ ହୋଇଯାଇଥିଲା । ଫଳରେ ବସଟି ନିଚାର ତହସିଲ ନିଗୋସାରୀ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ଏକ ଟାଟା ସୁମୋ ମଧ୍ୟରୁ ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏକ ଟ୍ରକରୁ ମଧ୍ୟ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ବେଳେ ଏକ ଅଲଟୋ କାରକୁ ମଧ୍ୟ ଜବତ କରାଯାଇଥିଲା । ଯାହା ପଥର ମାଡରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ।

ସେପଟେ, ଏଭଳି ବଡ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୃତି ମଧ୍ୟ ଦେଇଛନ୍ତି । ଏହି ବଡ ଧରଣର ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏହାସହ ଆହତଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.