ମୁମ୍ବାଇ: ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ବାସଭବନ ଆଣ୍ଟିଲିଆ ନିକଟରୁ ମିଳିଥିବା ବିସ୍ଫୋରକ ଜିଲେଟିନ ଭର୍ତ୍ତି ସ୍କର୍ପିଓ ଗାଡି ମାଲିକର ମୃତ୍ୟୁ । ସୂଚନା ଅନୁଯାୟୀ, ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଗାଡି ଡ୍ରାଇଭର ତଥା ଏହାର ମାଲିକ ଆତ୍ମହତ୍ୟା କରିଛି । କଲୱା ଅଞ୍ଚଳରୁ ମୃତଦେହ ମିଳିଥିବା ଜଣାପଡିଛି ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ଅମ୍ବାନୀଙ୍କ ବହୁମହଲା ବାସଭବନ ଆଣ୍ଟିଲିଆ ନିକଟରୁ 25 ଫେବୃଆରୀ ସଂଧ୍ୟାରେ ମିଳିଥିଲା 2.5 କିଲୋର ଜିଲେଟିନ ବିସ୍ଫୋରକ । ଏକ ସନ୍ଦିଗ୍ଧ ଗାଡିରେ ରହିଥିଲା ଏହି ଜିଲେଟିନ । ଗାଡିରେ ଏକ ଚିଠି ମଧ୍ୟ ମିଳିଥିବା କୁହାଯାଇଥିଲା, ଯେଉଁଥିରେ ଅମ୍ବାନୀ ଓ ତାଙ୍କ ପରିବାରକୁ ଧମକ ଦିଆଯାଇଥିବା ବିଷୟରେ ଉଲ୍ଲେଖ ଥିଲା ।
ସେପଟେ ମୁକେଶ ଅମ୍ବାନୀଙ୍କ ଘର ବାହାରେ କାରରେ ମିଳିଥିବା ବିସ୍ଫୋରକ ମିଳିବା ମାମଲାରେ ମୁମ୍ବାଇ ପୋଲିସର ତଦନ୍ତ ଉପରେ ପ୍ରଶ୍ନଚିହ୍ନ ଛିଡା କରିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ।