ETV Bharat / bharat

Kanjhawala Case: ତଦନ୍ତ କରିବ CBI ! ସୁପାରିଶ କରିବେ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା

ଦିଲ୍ଲୀ ସୁଲତାନପୁରୀ କାର ଟ୍ରାଜେଡି ମାମଲାରେ ପୋଲିସର ତଦନ୍ତ ନେଇ ପ୍ରଶ୍ନ ଉଠାଇଲେ ଦିଲ୍ଲୀ ମହିଳା ଆୟୋଗ ମୁଖ୍ୟ ସ୍ବାତୀ ମାଲିଓ୍ବାଲ (DCW chief dissatisfied with police probe) । କହିଲେ ସିବିଆଇକୁ ତଦନ୍ତ ହସ୍ତାନ୍ତର କରିବା ପାଇଁ କରିବେ ସୁପାରିଶ । ଅଧିକ ପଢନ୍ତୁ

ପୋଲିସ ତଦନ୍ତରେ ଅସନ୍ତୁଷ୍ଟ ମହିଳା ଆୟୋଗ ଅଧ୍ଯକ୍ଷା

author img

By

Published : Jan 5, 2023, 8:24 PM IST

ହାଇଦ୍ରାବାଦ: ଦିଲ୍ଲୀ ସୁଲତାନପୁରୀର କାଞ୍ଝୱାଲା କାର ଟ୍ରାଜେଡି ମାମଲାରେ ଦିଲ୍ଲୀ ପୋଲିସର ତଦନ୍ତକୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ । ଘଟଣାକୁ 5 ଦିନ ବିତି ସାରିଥିବା ବେଳେ ଦିଲ୍ଲୀ ପୋଲିସ 5 ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି । ଆଜି (ଗୁରୁବାର) ଅସନ୍ତୋଷ ବ୍ୟକ୍ତ କରି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ମାମଲାର ତଦନ୍ତ ଭାର ହସ୍ତାନ୍ତର କରିବା ପାଇଁ ସେ ସୁପାରିଶ କରିବେ ବୋଲି ସ୍ବାତୀ କହିଛନ୍ତି (DCW chief dissatisfied with police probe) ।

ଘଟଣା ସମ୍ପର୍କରେ ପ୍ରଥମ ଦିନରୁ ଉଦବେଗ ପ୍ରକାଶ କରିଥିଲେ ସ୍ବାତୀ । ଘଟଣା ସାମ୍ନାକୁ ଆସିବା ପରେ ସେ ଦିଲ୍ଲୀ ପୋଲିସକୁ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆୟୋଗ ନିକଟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତବେ ଆଜି ସେ ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇକୁ ଦେଇଥିବା ସ୍ବାକ୍ଷାତକାରରେ ଦିଲ୍ଲୀ ପୋଲିସର କାର୍ଯ୍ୟଶୈଳୀକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି (DCW chief dissatisfied with police probe) । ଦିଲ୍ଲୀ ପୋଲିସର ତଦନ୍ତ ଶୈଳୀରୁ ପୀଡିତାକୁ ସମ୍ପୂର୍ଣ୍ଣ ନ୍ୟାୟ ମିଳିବା ପରି ସମ୍ଭାବନାକୁ ଏଡାଇବା ସହ ମାମଲାର ସମ୍ବେଦନଶୀଳତାକୁ ଦେଖି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋକୁ ତଦନ୍ତ ହସ୍ତାନ୍ତର କରିବା ପାଇଁ ସେ ସୁପାରିଶ କରିବେ ବୋଲି କହିଛନ୍ତି ।

ସିଧାସଳଖ ଦିଲ୍ଲୀ ପୋଲିସର ତଦନ୍ତ ପ୍ରକ୍ରିୟା ନେଇ ପ୍ରଶ୍ନ ଉଠାଇବା ସହ ସ୍ବାତୀ କହିଛନ୍ତି, "ମୁଁ ଦିଲ୍ଲୀ ପୋଲିସର କାର୍ଯ୍ୟରେ ସନ୍ତୁଷ୍ଟ ନୁହେଁ । ମୁଁ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ସୁପାରିଶ କରୁଛି । ଦିଲ୍ଲୀ ପୋଲିସ ଏପର୍ଯ୍ୟନ୍ତ ମୃତକ ଅଞ୍ଜଳିଙ୍କ ବାନ୍ଧବୀ ତଥା ସେଦିନ ଦୁର୍ଘଟଣାର ପ୍ରତ୍ୟେକ୍ଷଦର୍ଶୀ ନିଧିଙ୍କ ଫୋନ ଜବତ କରିନାହିଁ । ସମଗ୍ର ଘଟଣାରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ । ତେବେ ତଦନ୍ତ ଜାରି ରହିଥିଲେ ସୁଦ୍ଧା ଏହା କାହିଁକି ଜବତ କରାଗଲା ନାହିଁ ?’’

ଆହୁରି ମଧ୍ୟ ସ୍ବାତୀ କହିଛନ୍ତି, "ପୋଲିସ ଏପର୍ଯ୍ୟନ୍ତ 13 କିଲୋମିଟରର ସମସ୍ତ ସିସିଟିଭି ଫୁଟେଜ ଯାଞ୍ଚ କରିନାହିଁ କିମ୍ବା ସମସ୍ତ ପ୍ରତ୍ୟକ୍ଷଦର୍ଶୀଙ୍କ 164 (CrPC) ଅନୁସାରେ ଷ୍ଟେଟମେଣ୍ଟ ରେକର୍ଡ କରିନାହିଁ । କାରରେ ଜଣେ ମହିଳାଙ୍କୁ ଘୋଷାଡି ନିଆଯାଉଥିବା ନେଇ ପ୍ରଥମେ ରାତି ପ୍ରାୟ 2ଟାରେ କଲ ଆସିଥିଲା । ​​କିନ୍ତୁ ସକାଳ 4.15 ରେ ମୃତକଙ୍କ ଉଲଗ୍ନ ମୃତଦେହ ମିଳିଥିବା ପୋଲିସ କହୁଛି ।’’

ତେଣୁ ଏସମସ୍ତ ଦିଗକୁ ନେଇ ସ୍ବାତୀ ନିଜ ଅସନ୍ତୋଷ ଝାଡିବା ସହ ପୋଲିସ ନୁହେଁ ବରଂ ସିବିଆଇ ତଦନ୍ତ କଲେ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିପାରିବ ବୋଲି ଆଶା କରିଛନ୍ତି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ସମସ୍ତ 5 ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିସାରିଥିବା ବେଳେ ଆଉ 2ଜଣ ମଧ୍ୟ ସନ୍ଦେହ ପରିସରକୁ ଆସିଛନ୍ତି । ଉଭୟ ପ୍ରମାଣ ନଷ୍ଟ କରିବାରେ ଅଭିଯୁକ୍ତଙ୍କୁ ସାହାଯ୍ୟ କରିଥିବା ନେଇ ସୂଚନା ମିଳିବା ପରେ ସେମାନଙ୍କୁ ମଧ୍ୟ ଧରିବା ପାଇଁ ପୋଲିସ ଅଭିଯାନ ଆରମ୍ଭ କରିଥିବା ଦିଲ୍ଲୀ ପୋଲିସ ସ୍ବତନ୍ତ୍ର କମିଶନର ସାଗରପ୍ରୀତ୍‌ ହୁଡ୍ଡା ସୂଚନା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.