ETV Bharat / bharat

କୋଭାକ୍ସିନ ଓ ନାଜାଲ ମିଶ୍ରଣ ପରୀକ୍ଷଣକୁ DCGI ର ଅନୁମତି - ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI)

ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଓ ଆଡେନୋଭାଇରାଲ୍ ଇଣ୍ଟ୍ରାନାଜାଲ୍ ଟିକା ମିଶ୍ରଣର ଅଧ୍ୟୟନ ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ଅନୁମତି ଦେଇଛନ୍ତି । ଅଧିକ ପଢନ୍ତୁ...

ଭାରତ ବାୟୋଟେକର କୋଭାକ୍ସିନ ଓ ନାଜାଲ ମିଶ୍ରଣ ଉପରେ ଅଧ୍ୟୟନକୁ DCGI ର ଅନୁମତି

author img

By

Published : Aug 12, 2021, 11:48 AM IST

ନୂଆଦିଲ୍ଲୀ: ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଓ ଆଡେନୋଭାଇରାଲ୍ ଇଣ୍ଟ୍ରାନାଜାଲ୍ ଟିକା ମିଶ୍ରଣର ଅଧ୍ୟୟନ ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ଅନୁମତି ଦେଇଛନ୍ତି । ଏହା ସୁସ୍ଥ ସ୍ବେଚ୍ଛାସେବୀମାନଙ୍କ ଉପରେ ପରୀକ୍ଷଣ କରାଯିବ । ଯଦ୍ବାରା ସେମାନଙ୍କ ଶରୀରରେ କେତେ ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେଉଛି ଏବଂ ଏହା କେତେ ସୁରକ୍ଷିତ, ତାହା ଆକଳନ କରିହେବ । SARS-CoV-2 ଟିକା (କୋଭାକ୍ସିନ) ଏବଂ BBV 154(ଆଡେନୋଭାଇରାଲ୍ ଇଣ୍ଟ୍ରାନାଜାଲ୍) ମିଶ୍ରଣକୁ 2/3 ଟି ପର୍ଯ୍ୟାୟରେ କ୍ଲିନିକାଲ ପରୀକ୍ଷଣ କରାଯିବ ବୋଲି ଜଣାପଡ଼ିଛି । ତେବେ କୋଭାକ୍ସିନ୍ ଏବଂ ଆଡେନୋଭାଇରାଲ୍ ଇଣ୍ଟ୍ରାନାଜାଲ୍ ଟିକା ମିଶ୍ରଣ ଉପରେ ଅଧ୍ୟୟନ ପାଇଁ ଆବେଦନ ଜୁଲାଇ 29 ରେ ଭାରତ ବାୟୋଟେକ୍ ଦ୍ୱାରା ସବଜେକ୍ଟ ଏକ୍ସପର୍ଟ କମିଟି ଆଗରେ ଉପସ୍ଥାପନ କରାଯାଇଥିଲା ।

ଏପଟେ ଇଞ୍ଜେକ୍ସନ ଏବଂ ନାଜାଲ୍ କୋଭିଡ୍ -19 ଟିକା ମିଶ୍ରଣ ଏବଂ ମ୍ୟାଚ ଉପରେ ଏହା ପ୍ରଥମ ଅଧ୍ୟୟନ ହେବ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ଏବଂ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV) ସହଯୋଗରେ ଭରତ ବାୟୋଟେକ୍ ଦ୍ୱାରା ଏହି ଟିକା ପ୍ରସ୍ତୁତ କରାଯାଉଛି। ଆଡେନୋଭାଇରାଲ୍ ଇଣ୍ଟ୍ରାନାଜାଲ୍ କୋରୋନାଭାଇରସ୍ ଟିକା ହେଉଛି ସିମ୍ପାଞ୍ଜି ଆଡେନୋଭାଇରସ୍ ଭେକ୍ଟର ଟେକ୍ନୋଲୋଜି ଉପରେ ଆଧାରିତ ଏକ ସିଙ୍ଗଲ ଡୋଜ ଟିକା । ସେଣ୍ଟ ଲୁଇସରେ ୟୁନିଭରସିଟି ଅଫ୍ ୱାଶିଂଟନ୍ ସ୍କୁଲ ଅଫ୍ ମେଡିସିନ୍ ସହଯୋଗରେ ହାଇଦ୍ରାବାଦ ଭିତ୍ତିକ ଟିକା ନିର୍ମାତା ଏହାକୁ ବିକଶିତ କରୁଛନ୍ତି ।

DCGI ପୂର୍ବରୁ ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜ (CMC) କୁ କୋଭିଶିଲ୍ଡ ଏବଂ କୋଭାକ୍ସିନ ମିଶ୍ରଣ ଉପରେ ଏକ ଅଧ୍ୟୟନ କରିବା ପାଇଁ ଅନୁମତି ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.