ETV Bharat / bharat

Corbevax ବୁଷ୍ଟର ଡୋଜକୁ ବ୍ୟବହାରିକ ଅନୁମତି - କୋର୍ବେଭ୍ୟାକ୍ସ ପ୍ରସ୍ତୁତ ବୁଷ୍ଟର ଡୋଜ

ଭାରତୀୟ ଫାର୍ମା କମ୍ପାନୀ ବାୟୋଲୋଜିକାଲ- ଇ ଦ୍ବାରା ପ୍ରସ୍ତୁତ କୋର୍ବେଭ୍ୟାକ୍ସ କୋଭିଡ ବୁଷ୍ଟର ଡୋଜକୁ ବ୍ୟବହାରିକ ଅନୁମତି ଦେଲା DCGI । ଦୁଇ ଡୋଜ ନେଇସାରିଥିଲେ କୌଣସି ପ୍ରାପ୍ତବୟସ୍କ ନେଇପାରିବେ ଏହି ବୁଷ୍ଟର ଡୋଜ । ଅଧିକ ପଢନ୍ତୁ

Corbevax ବୁଷ୍ଟର ଡୋଜକୁ ବ୍ୟବହାରିକ ଅନୁମତି
Corbevax ବୁଷ୍ଟର ଡୋଜକୁ ବ୍ୟବହାରିକ ଅନୁମତି
author img

By

Published : Jun 4, 2022, 6:49 PM IST

ହାଇଦ୍ରାବାଦ: ଭାରତୀୟ ସ୍ବଦେଶୀ ଟିକା ପ୍ରସ୍ତୁତକାରୀ କମ୍ପାନୀ Biological E. Limited ଦ୍ବାରା ବିକଶିତ କୋଭିଡ ବୁଷ୍ଟର ଡୋଜକୁ ପ୍ରାପ୍ତବୟସ୍କଙ୍କ କ୍ଷେତ୍ରରେ ବ୍ୟବହାରିକ ଅନୁମତି ଦେଇଛି DCGI । ଅନୁମତି ମିଳିବା ନେଇ ଆଜି ସଂସ୍ଥା ପକ୍ଷରୁ ଘୋଷଣା କରାଯାଇଛି । ଅନୁମତି ଅନୁସାରେ, ପୂର୍ବରୁ କୋଭିଡ ଟିକା କୋଭିସିଲ୍ଡ ଓ କୋଭାକ୍ସିନର ଦୁଇ ଡୋଜ ନେଇସାରିଥିବା ପ୍ରତ୍ୟେକ 18 ବୟସରୁ ଊର୍ଦ୍ଧ୍ବ ବ୍ୟକ୍ତି ଏହି ବୁଷ୍ଟର ଡୋଜ ଗ୍ରହଣ କରିପାରିବେ ।

  • Biological E Limited announces that its COVID-19 vaccine 'Corbevax' has been approved by the Drug Controller General of India as a heterologous booster dose

    — Press Trust of India (@PTI_News) June 4, 2022 " class="align-text-top noRightClick twitterSection" data=" ">

ପ୍ରସ୍ତୁତକାରୀ ସଂସ୍ଥା ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, କୋର୍ବେଭ୍ୟାକ୍ସ ଏହି ଅନୁମତି ପାଇବାରେ ପ୍ରଥମ ଭାରତୀୟ ଟିକା । ସଂସ୍ଥା ଦ୍ବାରା ସମସ୍ତ ପର୍ଯ୍ୟାୟର କ୍ଲିନିକାଲ ଟ୍ରାଏଲର ରିପୋର୍ଟ DCGI ନିକଟରେ ଦାଖଲ କରାଯାଇଥିଲା । ତେବେ ଏକାଧିକ କ୍ଲିନିକାଲ ସର୍ଭେର ସଫଳତା ରିପୋର୍ଟ ଆଧାରରେ DCGI ର ବିଶେଷଜ୍ଞ କମିଟି ଏହି ବୁଷ୍ଟର ଡୋଜର ଜରୁରୀକାଳୀନ ବ୍ୟବହାର ଅନୁମତି ପ୍ରଦାନ କରିଛନ୍ତି । ପ୍ରସ୍ତୁତକାରୀ କମ୍ପାନୀ ଏହା ମଧ୍ୟ ଦାବି କରିଛି ଯେ, କୋର୍ବେଭ୍ୟାକ୍ସ ବୁଷ୍ଟର ଡୋଜ ପ୍ରଭାବୀ ଭାବେ ଶରୀରରେ କୋଭିଡ ଭୂତାଣୁ ପ୍ରତିରୋଧୀ ଶକ୍ତି ବୃଦ୍ଧି କରିବାରେ ସକ୍ଷମ ହୋଇଥିବା ନେଇ କ୍ଲିନିକାଲ ପରୀକ୍ଷଣରୁ ସ୍ପଷ୍ଟ ହୋଇଛି ।

ସଂସ୍ଥାର ପରିଚାଳନା ନିର୍ଦ୍ଦେଶିକା ମହିମା ଦତଲା କହିଛନ୍ତି ‘‘ବ୍ୟବହାରିକ ଅନୁମତି ମିଳିବା ସଂସ୍ଥା ପାଇଁ ଏକ ଖୁସିର ବିଷୟ । ଏହି ଅନୁମତି ଦେଶରେ କୋଭିଡ ବୁଷ୍ଟରର ଆବଶ୍ୟକାତା ପୂରଣ ଦିଗରେ ବିଶେଷ ଭାବେ ସହାୟକ ହେବ । ବର୍ତ୍ତମାନ ଦେଶରେ ଜାରି ରହିଥିବା କୋଭିଡ ଟିକାକରଣ ଡ୍ରାଇଭରେ ଆମେ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛୁ ’’।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.