ETV Bharat / bharat

Balasore Train Tragedy: ଖାଲି ପଦବୀ ପୂରଣ ପାଇଁ ରେଳବାଇର ତତ୍ପରତା, ଫୋକସରେ ସେଫ୍ଟିି ବିଭାଗ - ରେଳବାଇ ସେଫ୍ଟି ଅଧିକାରୀ

ବାଲେଶ୍ବର ଦୁର୍ଘଟଣା ପରେ ରେଳବାଇ ଆରମ୍ଭ କରିବାକୁ ଯାଉଛି ଖାଲି ପଦବୀ ପୂରଣ ପ୍ରକ୍ରିୟା । ସେଫ୍ଟି ବିଭାଗକୁ ପ୍ରଥମେ ପ୍ରାଥମିକତା । ଅଧିକ ପଢନ୍ତୁ

Balasore tragedy: ସେଫ୍ଟି ବିଭାଗରେ ପଦୋନ୍ନତି ଖାଲି ପଦବି ପୂରଣ କରିବା ପାଇଁ ରେଳବାଇ ତତ୍ପରତା

author img

By

Published : Jun 12, 2023, 10:49 PM IST

Updated : Jun 13, 2023, 7:44 AM IST

ନୂଆଦିଲ୍ଲୀ: ବାଲେଶ୍ବର ଟ୍ରେନ ଦୁର୍ଘଟଣା ପରେ ରେଳ ବିଭାଗରେ ଖାଲି ଥିବା ପଦବୀ ପୂରଣ କରିବା ଦିଗରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ରେଳବାଇ ବୋର୍ଡ ଏନେଇ ଏକ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି । ବିଭାଗରେ ଖାଲି ଥିବା ପଦୋନ୍ନତିମୂଳକ ପଦବୀ ପୂରଣ କରିବା ଦିଗରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ମଧ୍ୟର ବିଶେଷ କରି ସେଫ୍ଟିି ବିଭାଗରେ ଖାଲି ଥିବା ପଦବୀକୁ ପ୍ରାଥମିକତା ଆଧାରରେ ପୂରଣ କରାଯିବ । ବାଲେଶ୍ବର ରେଳ ଦୁର୍ଘଟଣା ପରେ ଏହି ଦିଗକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ବିଶ୍ବର 4ର୍ଥ ବୃହତ୍ତମ ରେଳ ନେଟଓ୍ବାର୍କ ଭାରତରେ ପର୍ଯ୍ୟାପ୍ତ ପରିମାଣର ମାନବ ସମ୍ବଳ ନଥିବା ମଧ୍ୟ ଅଭିଯୋଗ ହୋଇଥିଲା ।

ସୂଚନା ଅନୁସାରେ, ଏବେ ସୁଦ୍ଧା ଭାରତୀୟ ରେଳରେ ପ୍ରାୟ 3.12 ଲକ୍ଷ ଅଣ ଗେଜେଟେଡ ପଦବୀ ଖାଲି ପଡିଛି । ବର୍ଷ 2022 ରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରାଜ୍ୟସଭାରେ ଏହି ଉତ୍ତର ରଖିଥିଲେ । ସେଥିମଧ୍ୟରୁ ମୋଟ 14,815 ପଦବୀ ସିଗନାଲିଂ ଏବଂ ଟେଲି ଯୋଗାଯୋଗ ବିଭାଗରେ ରହିଛି । ସେହିପରି 62,264 ପଦବୀ ଟ୍ରାଫିକ ପରିବହନ ବିଭାଗରେ ରହିଥିଲା । ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ ସର୍ବାଧିକ ସଂଖ୍ୟକ ଖାଲି ପଦବୀ ସିଭିଲ୍ ଇଞ୍ଜିନିୟରିଂ ବିଭାଗରେ ଥିଲା । ସାରା ଦେଶରେ ସିଭିଲ୍ ଇଞ୍ଜିନିୟରିଂ ମୋଟ 87,654 ଟି ପଦବୀ ରହିଥିଲା । ତା’ ପଛକୁ 64,346 ଟି ପଦବୀ ମେକାନିକାଲ୍ ବିଭାଗରେ ଏବଂ 38,096 ଟି ବୈଦ୍ୟୁତିକ ବିଭାଗରେ ଖାଲି ପଡିଥିଲା ।

ବାଲେଶ୍ବର ବାହାନଗାରେ ଘଟିଥିବା ରେଳ ଦୁର୍ଘଟଣା ସ୍ଥାନ ଦକ୍ଷିଣ-ପୂର୍ବାଞ୍ଚଳ ରେଳବାଇ ଜୋନ ଅଧୀନରେ ଆସୁଛି । ଯଦି ଏହି ଜୋନରେ ଖାଲି ପଦବୀ କଥା ବିଚାର କରାଯିବ ତେବେ, ମୋଟ 17,811 ଅଣ ଗେଜେଟ ପଦବୀ ଏବଂ ଫେବୃଆରୀ 3 ତାରିଖ ସୁଦ୍ଧା 150 ଟି ଗେଜେଟେଡ୍ ପୋଷ୍ଟରେ କେହି ଅଧିକାରୀ ବା କର୍ମଚାରୀ ନାହାନ୍ତି । 2019ରେ ରେଳବାଇ ଏକ ମେଗା ନିଯୁକ୍ତି ଡ୍ରାଇଭ୍ ଆରମ୍ଭ କରିଥିଲେ ସୁଦ୍ଧା ତାହା ଏବେ ମଧ୍ୟ ଜାରି ରହିଛି । ହେଲେ ଏବେ ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ଏହି ପ୍ରକ୍ରିୟା ଅଧିକ ତ୍ବରାନ୍ବିତ ହେବା ନେଇ ଆଶା କରଯାଉଛି ।

ବାଲେଶ୍ବର ବାହାନଗାରେ ଘଟିଥିବା ଦୁର୍ଘଟଣାରେ 288 ଜଣ ଯାତ୍ରୀଙ୍କ ପ୍ରାଣହାନୀ ଘଟିଛି । ପ୍ରାୟ 1000ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଏବେ ମଧ୍ୟ ମୃତଦେହ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇନି । ସିଗନାଲ ତ୍ରୁଟିରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ ଷଡ଼ଯନ୍ତ୍ର କିମ୍ବା ଟ୍ୟାମ୍ପରିଂ ହୋଇଥିବା ସନ୍ଦେହରେ ସିବିଆଇ ମଧ୍ୟ ତଦନ୍ତ ଜାରି ରଖିଛି । ଏବେ ସୁଦ୍ଧା 5 ଜଣଙ୍କୁ ତଦନ୍ତକାରୀ ସଂସ୍ଥା ଅଟକ ମଧ୍ୟ ରଖିଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 13, 2023, 7:44 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.