ETV Bharat / bharat

ଲାଲ ଗଡ ଝିଅଙ୍କୁ ସଫଳତା: ଲଣ୍ଡନରେ ପାଇଲେ ଚାକିରି, ମାସିକ ଦରମା ୧.୮୦ ଲକ୍ଷ

author img

By

Published : Aug 5, 2023, 10:38 PM IST

ଛତିଶଗଡ ନକ୍ସଲ ପ୍ରଭାବିତ ସୁକମା ଜିଲ୍ଲାର ଝିଅଙ୍କୁ ସଫଳତା । ଲଣ୍ଡନ ସରକାରୀ ହସ୍ପିଟାଲରେ ଚାକିରି ହାତେଇଥିବା ବେଳେ ମାସିକ ଦରମା ରହିଛି ୧ ଲକ୍ଷ ୮୦ ହଜାର । ଜାଣନ୍ତୁ ତାଙ୍କର ସଫଳ କାହାଣୀ...

Sukma girl bags job in London
Sukma girl bags job in London

ରାୟପୁର: ଛତିଶଗଡ଼ ସୁକମା ଜିଲ୍ଲା ନକ୍ସଲ ପ୍ରଭାବିତ ଅଞ୍ଚଳ ଭାବେ ଜଣାଶୁଣା । ଏଠାରେ ଲାଲ ବାହିନୀଙ୍କ ରାଜୁତି ଚାଲେ । ହେଲେ ଏହି ଦୁର୍ଗମ ଅଞ୍ଚଳର ଜଣେ ବସ ଡ୍ରାଇଭରଙ୍କ ଝିଅ ସଫଳତା ହାସଲ କରିଛନ୍ତି । ସୁକମା ଜିଲ୍ଲା ଦୋର୍ଣ୍ଣାପାଲ ଅଞ୍ଚଳର ଝିଅ ରିୟା ଲଣ୍ଡନରେ ପାଇଛନ୍ତି ଚାକିରି । ସେଠାରେ ଏକ ସରକାରୀ ହସ୍ପିଟାଲରେ ସେ ନିଯୁକ୍ତି ପାଇଥିବା ଜଣାପଡ଼ିଛି । ତେବେ ତାଙ୍କ ମାସିକ ଦରମା ୧ ଲକ୍ଷ ୮୦ ହଜାର ଥିବା ବେଳେ ଏହି ସଫଳ କାହାଣୀ ଅନେକଙ୍କ ପାଇଁ ପାଲଟିଛି ପ୍ରେରଣାର ଉତ୍ସ ।

ଗୋଟିଏ ପଟେ ନକ୍ସଲଙ୍କ ଭୟରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡୁଥିବା ବେଳେ ସମସ୍ତ ବାଧାବିଘ୍ନକୁ ଏଡାଇ ସାହସିକତାର ସହିତ ନିଜ ପାଇଁ ସଫଳ ରାସ୍ତାଟିଏ ବାଛିଛନ୍ତି ରିୟା । ଗରିବ ଘରର ଝିଅ ରିୟା ଫିଲିପଙ୍କ ପିତା ଜଣେ ବସ ଡ୍ରାଇଭର । ଆର୍ଥିକ ଅନଟନ ମଧ୍ୟରେ ରିୟା ଭଲ ପାଠ ପଢି ଶେଷରେ ସଫଳତାର ସିଡି ଚଢିଛନ୍ତି । ସୁଦୂର ଲଣ୍ଡନର ଏକ ସରକାରୀ ହସ୍ପିଟାଲରେ ଜଣେ ନର୍ସ ଭାବେ ନିଯୁକ୍ତି ପାଇଛନ୍ତି । ରିୟାଙ୍କ ଏହି ସଫଳତା ନା ଯେ କେବଳ ପରିବାରକୁ ଗୌରବାନ୍ବିତ କରିଛି, ବରଂ ସେହି ଦୁର୍ଗମ ଅଞ୍ଚଳରେ ବଡ଼ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ମନରେ ଆଶାର କିରଣକୁ ଜାଗ୍ରତ କରିଛି ।

ଏହା ବି ପଢନ୍ତୁ- 12th Exam: ନକ୍ସଲ ଯୁବତୀଙ୍କୁ ସଫଳତା, ବନ୍ଧୁକ ଛାଡି ଧରିଥିଲେ କଲମ

ରିୟାଙ୍କ ମାଆ ଶଲି ଫିଲିପ ଉକ୍ତ ଅଞ୍ଚଳରେ ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ବାପା ରିତେଶ ଫିଲିପ ସେହି ସ୍କୁଲରେ ଜଣେ ବସ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି । ରିୟାଙ୍କ ପରିବାର ପ୍ରଥମେ ଦୁବାଟୋଟା ଗ୍ରାମରେ ରହୁଥିବା ବେଳେ ପରବର୍ତ୍ତୀ ସମୟରେ ସେମାନେ ନକ୍ସଲ ପ୍ରଭାବିତ ଅଞ୍ଚଳ ଦୋର୍ଣ୍ଣାପାଲଠାରେ ରହିଥିଲେ । ରିୟାଙ୍କ ପିତାମାତା ସର୍ବଦା ଝିଅକୁ ଉତ୍ତମ ଶିକ୍ଷା ବ୍ୟବସ୍ଥା ଯୋଗାଇ ଦେଉଥିଲେ । ସେପଟେ ରିୟା ମଧ୍ୟ ଜଣେ ମେଧାବୀ ଛାତ୍ରୀ ଥିଲେ ।

Riya Philip
ରିୟା ଫିଲିପ

ଏନେଇ ରିୟାଙ୍କ ପିତା ରିତେଶ କହିଛନ୍ତି, "ଉଚ୍ଚ ଶିକ୍ଷା ଲାଗି ଝିଅର ସବୁବେଳେ ଇଚ୍ଛା ରହିଥିଲା । ହାଇସ୍କୁଲ ପାଠ ପଢିବା ଲାଗି ଝିଅ ଜଗଦଲପୁରଠାରେ ରହୁଥିଲା । ଏହାପରେ ନର୍ସିଂ କୋର୍ସ ପାଇଁ ବେଙ୍ଗାଲୁରୁକୁ ଯାଇଥିଲା । ପାଠପଢା ଶେଷ ହେବା ପରେ ମୁମ୍ବାଇ କୋକିଲାବେନ ହସ୍ପିଟାଲରେ ୨ ବର୍ଷ କାମ କରିଥିଲା । ଏହାପରେ ରିୟାକୁ ଲଣ୍ଡନର ଏକ ସରକାରୀ ହସ୍ପିଟାଲରୁ ଚାକିରି ପାଇଁ ନିଯୁକ୍ତି ପତ୍ର ଆସିଛି । ୟୁକେ ଯିବା ଲାଗି ରିୟାକୁ ୩ ଲକ୍ଷ ଟଙ୍କାର ଆବଶ୍ୟକ ରହିଛି । ଏଣୁ ଆମେ ଏକ ଜମି ବିକ୍ରି କରି ଏହି ଅର୍ଥ ୟୋଗାଡ଼ କରିଛୁ ।"

ରିୟା ଲଣ୍ଡନ ହସ୍ପିଟାଲରେ ଚାକିରି କରିବା ପରେ ତାଙ୍କୁ ବାର୍ଷିକ ୨୧ ଲକ୍ଷ ଟଙ୍କା ମିଳିବ ବୋଲି ଗର୍ବର ସହିତ କହିଛନ୍ତି ରିୟାଙ୍କ ପିତା ରିତେଶ । ତେବେ ମାସିକ ରିୟା ୧ ଲକ୍ଷ ୮୦ ହଜାର ଟଙ୍କା ଦରମା ପାଇବେ । ରିୟାଙ୍କ ଏହି ସଫଳତା ପ୍ରତିଟି ନକ୍ସଲ ପ୍ରଭାବିତ ଅଞ୍ଚଳର ଛାତ୍ରଙ୍କୁ ଅନ୍ଧାରରୁ ଆଲୋକର ବାଟ ଦେଖାଇଛି । ଖାଲି ସେତିକି ନୁହେଁ, ଏଥିରେ ରିୟାଙ୍କ ଅଧ୍ୟବସାୟର ଝଲକ ମଧ୍ୟ ଦେଖିବାକୁ ମିଳିଛି । ଏହାକୁ ପରିବାର, ସମ୍ପର୍କୀୟଙ୍କ ସମେତ ପଡୋଶୀମାନେ ମଧ୍ୟ ବେଶ ଗର୍ବିତ ଥିବା କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.