ହାଇଦ୍ରାବାଦ: ବାପା ହୀରା ବ୍ୟବସାୟୀ । ପରିବାର ଧନ ପ୍ରାଚୁର୍ଯ୍ୟତା ମଧ୍ୟ ବେଶ ଅଧିକ । କିନ୍ତୁ ମାତ୍ର 9 ବର୍ଷ ବୟସରେ ଝିଅ ବିଳାଶମୟ ଜୀବନ ଛାଡିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି । କୋମଳମତି ବୟସରେ ଦୀକ୍ଷା ଗ୍ରହଣ କରିଛନ୍ତି ସୁରତ ସହରର ଦେବାଂଶୀ । ସୁରଟର ଜଣାଶୁଣା ହୀରା ବ୍ୟବସାୟୀ ସାଙ୍ଗଭି ପରିବାରର କନ୍ୟା ଦେବାଂଶୀ ପରିବାରର ସମସ୍ତ ପ୍ରାଚୁର୍ଯ୍ୟ ଓ ଐଶ୍ବର୍ଯ୍ୟକୁ ଛାଡି ଆଧ୍ୟାତ୍ମିକତାର ପଥ ଅନୁସରଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
![ମାତ୍ର 9 ବର୍ଷ ବୟସରେ ଦୀକ୍ଷା ନେଲା ଝିଅ](https://etvbharatimages.akamaized.net/etvbharat/prod-images/gj-sur-diksha-7200931_17012023185407_1701f_1673961847_1042_1801newsroom_1674039043_605.jpg)
ଗତକାଲି ତାଙ୍କର ଦୀକ୍ଷା ଗ୍ରହଣ ଉତ୍ସବ ସମ୍ପୂର୍ଣ୍ଣ ବିଧି ମୁତାବକ ସମ୍ପନ୍ନ ହୋଇଛି । ଗତକାଲି (ବୁଧବାର) ସକାଳେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା । ପ୍ରାୟ 35 ହଜାର ଅତିଥିଙ୍କ ଉପସ୍ଥିତିରେ ଦେବାଂଶୀ ସାଙ୍ଘଭୀ ଜୈନଚାର୍ଯ୍ୟ କିର୍ତ୍ତୀଶୂରଶ୍ୱର ମହାରାଜଙ୍କଠାରୁ ଆନୁଷ୍ଠାନିକ ଭାବେ ଦୀକ୍ଷା ଗ୍ରହଣ କରିଛନ୍ତି । ଏଥିରେ ତାଙ୍କର ପିତାମାତା ଓ ଅନ୍ୟ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ ।
![ମାତ୍ର 9 ବର୍ଷ ବୟସରେ ଦୀକ୍ଷା ନେଲା ଝିଅ](https://etvbharatimages.akamaized.net/etvbharat/prod-images/gj-sur-diksha-7200931_17012023185407_1701f_1673961847_274_1801newsroom_1674039043_670.jpg)
ଦେବାଂଶୀଙ୍କ ପିତା ଧନେଶ ସାଙ୍ଘଭୀ ସହରର ଜଣେ ପ୍ରତିଷ୍ଠିତ ହୀରା ବ୍ୟବସାୟୀ । ସମଗ୍ର ଗୁଜୁରାଟରେ ସର୍ବ ପୁରାତନ ହୀରା ବ୍ୟବସାୟ କମ୍ପାନୀ ଗୁଡିକ ମଧ୍ୟରୁ ସାଙ୍ଗଭୀ ଆଣ୍ଡ ସନ୍ସ ହେଉଛି ଅନ୍ୟତମ । ତାଙ୍କର ସମଗ୍ର ବିଶ୍ୱରେ ଶାଖା ଅଛି ଏବଂ ବାର୍ଷିକ କାରବାର ପ୍ରାୟ 100 କୋଟି । ତେବେ ବିତ୍ତଶାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ସୁଦ୍ଧା ଦେବାଂଶୀଙ୍କ ବାଲ୍ୟକାଳ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକତା ମଧ୍ୟରେ ବିତିଛି ।
![ମାତ୍ର 9 ବର୍ଷ ବୟସରେ ଦୀକ୍ଷା ନେଲା ଝିଅ](https://etvbharatimages.akamaized.net/etvbharat/prod-images/gj-sur-diksha-7200931_17012023185407_1701f_1673961847_552_1801newsroom_1674039043_296.jpg)
ଦେବାଂଶୀ ଜନ୍ମ ପର ଠାରୁ ପରିବାରରେ ହୋଇଥିବା ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ । ସେ ପିଲାବେଳୁ ମୋବାଇଲ ମଧ୍ୟ ବ୍ୟବହାର କରିନାହାନ୍ତି । ତାଙ୍କର ଧାର୍ମିକ ଜ୍ଞାନ ସହିତ ପାଞ୍ଚଟି ଭାଷାରେ ମଧ୍ୟ ଜ୍ଞାନ ରହିଛି । ତେବେ ସେ ଦୀକ୍ଷା ଗ୍ରହଣ କରିବା ପାଇଁ ମନ ବଳାଇବା ପରେ ପରିବାର ପକ୍ଷରୁ ମଧ୍ୟ ଏଥିରେ ସହମତି ପ୍ରକାଶ କରାଯାଇଥିଲା । ଗତକାଲି ତାଙ୍କର ବିଧି ମୁତାବକ ଦୀକ୍ଷା ଗ୍ରହଣ ସମାରୋହ ଶେଷ ହୋଇଛି ।
![ମାତ୍ର 9 ବର୍ଷ ବୟସରେ ଦୀକ୍ଷା ନେଲା ଝିଅ](https://etvbharatimages.akamaized.net/etvbharat/prod-images/gj-sur-diksha-7200931_17012023185407_1701f_1673961847_56_1801newsroom_1674039043_349.jpg)
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ