ETV Bharat / bharat

ଶାଶୁ-ଶ୍ବଶୁରଙ୍କୁ ଭରଣପୋଷଣ ଦେବାକୁ ବାଧ୍ୟ ନୁହଁନ୍ତି ବୋହୂ - ଶାଶୁଙ୍କୁ ଭରଣପୋଷଣ ଦେବାକୁ ବାଧ୍ୟ ନୁହଁନ୍ତି ବୋହୂ

ବମ୍ବେ ହାଇକୋର୍ଟଙ୍କ ରାୟ । Senior Citizen Actରେ ବୋହୂ ଆସୁନଥିବା ଯୋଗୁଁ ଶାଶୁ-ଶ୍ବଶୁରଙ୍କ ଭରଣପୋଷଣ ଦେବା ପାଇଁ ତାଙ୍କୁ କୁହାଯାଇପାରିବ ନାହିଁ । ଅଧିକ ପଢନ୍ତୁ

ଶାଶୁ-ଶ୍ବଶୁରଙ୍କୁ ଭରଣପୋଷଣ ଦେବାକୁ ବାଧ୍ୟ ନୁହଁନ୍ତି ବୋହୂ

author img

By

Published : May 21, 2022, 12:57 PM IST

ମୁମ୍ବାଇ: ଶାଶୁ-ଶ୍ବଶୁରଙ୍କ ଭରଣପୋଷଣ ଖର୍ଚ୍ଚ ଦେବାକୁ ବାଧ୍ୟ ନୁହଁନ୍ତି ବୋହୂ । କାରଣ ବରିଷ୍ଠ ନାଗରିକ ନିୟମ (Senior Citizen Act) ଧାରା ୨(ଏ) ଅଧୀନରେ ପୁଅ, ଝିଅ, ନାତି-ନାତୁଣୀ ଓ ସ୍ବାମୀ ଆସୁଛନ୍ତି କିନ୍ତୁ ଏଥିରେ ବୋହୂଙ୍କ ସମ୍ପର୍କରେ କୌଣସି ଉଲ୍ଲେଖ ନାହିଁ । ସେହି ଦୃଷ୍ଟିରୁ ବୋହୂଙ୍କୁ ନିଜ ଶାଶୁ-ଶ୍ବଶୁରଙ୍କ ଭରଣପୋଷଣ ଖର୍ଚ୍ଚ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି ବମ୍ବେ ହାଇକୋର୍ଟ । ଜଷ୍ଟିସରେ ବତୀ ମୋହିତେ ଦେରେ ଏବଂ ଜଷ୍ଟିସ ମାଧବ ଜମାଦରଙ୍କ ଖଣ୍ଡପୀଠ ଏହି ମାମଲାରେ ଟ୍ରିବ୍ୟୁନାଲ କୋର୍ଟର ନିର୍ଦ୍ଦେଶକୁ ଖାରଜ କରି ଏହି ରାୟ ଶୁଣାଇଛନ୍ତି ।

ଶାଶୁ-ଶ୍ବଶୁରଙ୍କୁ ଭରଣପୋଷଣ ଦେବାକୁ ବାଧ୍ୟ ନୁହଁନ୍ତି ବୋହୂ
ଶାଶୁ-ଶ୍ବଶୁରଙ୍କୁ ଭରଣପୋଷଣ ଦେବାକୁ ବାଧ୍ୟ ନୁହଁନ୍ତି ବୋହୂ

ପୁଅବୋହୂଙ୍କ ଠାରୁ ଭରଣପୋଷଣ ଦାବି କରି ଜଣେ ବୃଦ୍ଧ ଦମ୍ପତି ଟ୍ରିବ୍ୟୁନାଲ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ୨୦୧୯ରେ ଟ୍ରିବ୍ୟୁନାଲ ବୃଦ୍ଧ ଦମ୍ପତିଙ୍କ ସପକ୍ଷରେ ରାୟ ଶୁଣାଇ କହିଥିଲେ ଯେ, "ପିଲାମାନେ ବାପାମାଆଙ୍କ ଭରଣପୋଷଣ ପାଇଁ ଦାୟୀ ଅଟନ୍ତି । ତେଣୁ ଟ୍ରିବ୍ୟୁନାଲ ପୁଅବୋହୂଙ୍କୁ ନିଜ ବାପାମାଆଙ୍କ ମାସିକ ୨୫ ହଜାର ଟଙ୍କା ଭରଣପୋଷଣ ବାବଦ ଖର୍ଚ୍ଚ ଦେବା ସହ ଜୁହୁ ସ୍ଥିତ ଦମ୍ପତିଙ୍କ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ ।" ଟ୍ରିବ୍ୟୁନାଲଙ୍କ ରାୟ ବିରୋଧରେ ହାଇକୋର୍ଟ ଯାଇଥିଲେ ବୋହୂ ।

ତାଙ୍କର କୌଣସି ରୋଜଗାର ନଥିବାରୁ ସେ ଏହି ଭରଣପୋଷଣ ଖର୍ଚ୍ଚ ଦେବାକୁ ନିଜର ଅକ୍ଷମତା ପ୍ରକାଶ କରିଥିଲେ । ତାଙ୍କ ଶ୍ବଶୁରଙ୍କ ମୃତ୍ୟୁ ଘଟିଥିବାବେଳେ ଶାଶୁ ଅସୁସ୍ଥତା କାରଣରୁ ହ୍ବିଲଚେୟାର ସାହାର ନେଉଛନ୍ତି । ସେ ତାଙ୍କ ଖର୍ଚ୍ଚ ତୁଳାଇବାକୁ ଅସମର୍ଥ ବୋଲି କହିଥିଲେ । ଏହି ମାମଲାର ବିଚାର କରି ହାଇକୋର୍ଟ କହିଥିଲେ ଯେ, ବୃଦ୍ଧାଙ୍କ ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପୁଅ ବୋହୂଙ୍କ ଦାୟିତ୍ବ ଅଟେ । ବୃଦ୍ଧାଙ୍କ ଯତ୍ନ ନେବା ଅର୍ଥ ତାଙ୍କ ପ୍ରତି ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଅଟେ । ଏଥିସହ ପୁଅ, ନାତି, ନାତୁଣୀ, ସ୍ବାମୀଙ୍କୁ ଭରଣପୋଷଣ ପାଇଁ ନିର୍ଦ୍ଦେଶ ଦିଆଯାଇପାରିବ କିନ୍ତୁ ବୋହୂଙ୍କୁ ନୁହେଁ ବୋଲି କୋର୍ଟ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.