ETV Bharat / bharat

ଡାଟା ଗୋପନୀୟତା ଦିବସ: ସଚେତନତା ବୃଦ୍ଧି କରିବା ପ୍ରକୃତ ଲକ୍ଷ୍ୟ

ଡାଟା ଗୋପନୀୟତା ଦିବସ ହେଉଛି ଏକ ବିଶ୍ବସ୍ତରୀୟ ପ୍ରୟାସ । ପ୍ରତିବର୍ଷ ଜାନୁୟାରୀ 28ରେ ଅନୁଷ୍ଠିତ ହୁଏ । ଏହା ଗୋପନୀୟତାର ମହତ୍ତ୍ବ ବିଷୟରେ ସଚେତନତା ସୃଷ୍ଟି କରେ । ଅଧିକ ପଢନ୍ତୁ...

author img

By

Published : Jan 28, 2021, 7:36 PM IST

ଡାଟା ଗୋପନୀୟତା ଦିବସ
ଡାଟା ଗୋପନୀୟତା ଦିବସ

ହାଇଦ୍ରାବାଦ: ଡାଟା ଗୋପନୀୟତା ଦିବସ ହେଉଛି ଏକ ବିଶ୍ବସ୍ତରୀୟ ପ୍ରୟାସ । ପ୍ରତିବର୍ଷ ଜାନୁୟାରୀ 28ରେ ଅନୁଷ୍ଠିତ ହୁଏ । ଏହା ଗୋପନୀୟତାର ମହତ୍ତ୍ବ ବିଷୟରେ ସଚେତନତା ସୃଷ୍ଟି କରେ । ବ୍ୟକ୍ତିଗତ ସୂଚନାକୁ ସୁରକ୍ଷିତ ରଖିବା ପାଇଁ ସହଜ ଉପାୟକୁ ଆଲୋକିତ କରେ ଏବଂ ସଂଗଠନଗୁଡିକ ସ୍ମରଣ କରାଏ ଯେ ବ୍ୟବସାୟ ପାଇଁ ଗୋପନୀୟତା ଉତ୍ତମ ଅଟେ ।

ୟୁରୋପ ପରିଷଦ 26 ଏପ୍ରିଲ 2006 ରେ ଏକ ଡାଟା ସୁରକ୍ଷା ଦିବସ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହା ପ୍ରତିବର୍ଷ 28 ଜାନୁଆରୀରେ ପାଳନ କରାଯିବ । ନ୍ୟାସନାଲ ସାଇବର ସିକ୍ୟୁରିଟି ଆଲାଏନ୍ସ (NCSA) ଆନୁଷ୍ଠାନିକ ଭାବେ ଡାଟା ଗୋପନୀୟତା ଦିବସ ଅଭିଯାନର ନେତୃତ୍ବ ନେଇଥାଏ । ଡାଟା ଗୋପନୀୟତା ଦିବସ ହେଉଛି ଏକ ବୃହତ ଗୋପନୀୟତା ସଚେତନତା ଏବଂ ଶିକ୍ଷା ପ୍ରୟାସରେ ଦସ୍ତଖତ କାର୍ଯ୍ୟକ୍ରମ । ବର୍ଷସାରା NCSA ଗ୍ରାହକମାନଙ୍କୁ ସେମାନଙ୍କର ଅନଲାଇନ୍ ଉପସ୍ଥିତିର ମାଲିକାନା ବିଷୟରେ ଶିକ୍ଷା ଦିଏ ଏବଂ ବ୍ୟବସାୟ ପାଇଁ ଗୋପନୀୟତା କିପରି ଉତ୍ତମ ତାହା ସଂସ୍ଥା ଗୁଡ଼ିକୁ ଦର୍ଶାଏ ।

2021 ମସିହାରେ NCSA ଆପଣଙ୍କର ମୂଲ୍ୟବାନ ତଥ୍ୟକୁ ଅନଲାଇନରେ କିପରି ସୁରକ୍ଷିତ ରଖାଯିବ ଏବଂ ବ୍ୟବସାୟ ଗୋପନୀୟତାକୁ ସମ୍ମାନ କରିବ, ସେ ନେଇ କାର୍ଯ୍ୟ କରୁଛି । ନିରପେକ୍ଷ, ପ୍ରାସଙ୍ଗିକ ଏବଂ ବୈଧ ତଥ୍ୟ ସଂଗ୍ରହ ଏବଂ ପ୍ରକ୍ରିୟାକରଣ ନିଶ୍ଚିତ କରିବା ଦିବସର ଉଦ୍ଦେଶ୍ୟ । ବ୍ୟକ୍ତିମାନେ ସେମାନଙ୍କର ବ୍ୟକ୍ତିଗତ ତଥ୍ୟ ଉପରେ ନିୟନ୍ତ୍ରଣର ଅଭାବକୁ ଅନୁଭବ କରନ୍ତି । ଅନଲାଇନରେ ସୃଷ୍ଟି କରୁଥିବା ତଥ୍ୟର ପ୍ରକାର ଏବଂ ଏହା କିପରି ସଂଗୃହିତ, ଅଂଶୀଦାର ଓ ବ୍ୟବହାର ବିଷୟରେ ଜାଣିବା ପାଇଁ ଆପଣ ପଦକ୍ଷେପ ଗ୍ରହଣ କରିପାରିବେ ।

ବ୍ୟକ୍ତିଗତ ସୂଚନା ଯେପରିକି ଆପଣଙ୍କର କ୍ରୟ ଇତିହାସ, IP ଆଡ୍ରେସ୍ ଆଦି ବିଷୟରେ ସୂଚନାପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ । ଅନେକ ଆପ ବ୍ୟକ୍ତିଗତ ସୂଚନାକୁ ପ୍ରବେଶ ପାଇଁ ଅନୁମତି ମାଗନ୍ତି । କିଏ ସେହି ସୂଚନା ପାଇଥାଏ ସେ ବିଷୟରେ ଚିନ୍ତା କରନ୍ତୁ ଏବଂ ଆପ୍ ପ୍ରତି ସାବଧାନ ରୁହନ୍ତୁ । ଯେଉଁ ସୂଚନା ଆବଶ୍ୟକ ନୁହେଁ କିମ୍ବା ପ୍ରାସଙ୍ଗିକ ନୁହେଁ ତାହାକୁ ଅଣଦେଖା କରନ୍ତୁ । ଆପଣଙ୍କର ଗୋପନୀୟତା ସେଟିଂ ସମୂହକୁ ନିଜେ ପରିଚାଳନା କରନ୍ତୁ । ୱେବ୍ ସେବା ଏବଂ ଆପରେ ଗୋପନୀୟତା ଏବଂ ସୁରକ୍ଷା ସେଟିଂ ସମୂହ ଯାଞ୍ଚ କରନ୍ତୁ ଏବଂ ସୂଚନା ଅଂଶୀଦାର ପାଇଁ ସେଗୁଡିକୁ ଆପଣଙ୍କ ସ୍ତରରେ ସେଟ୍ କରନ୍ତୁ ।

ଭାରତରେ ଡାଟା ପ୍ରାଇଭେସି ଆଇନର ଆବଶ୍ୟକତା-

ଜାନୁଆରୀ 4ରେ ହ୍ବାଟସ୍ ଆପ୍ ଏହାର ଗୋପନୀୟତା ନୀତିକୁ ଅପଡେଟ୍ କରିଥିଲା, ଯାହା ହ୍ବାଟସ୍ ଆପକୁ ଏହାର ପ୍ୟାରେଣ୍ଟ୍ କମ୍ପାନୀ ଫେସବୁକ୍ ଏବଂ ଅନ୍ୟାନ୍ୟ ଗ୍ରୁପ୍ ଫାର୍ମ ସହିତ ଭାରତୀୟ ଉପଭୋକ୍ତା ତଥ୍ୟ ବାଣ୍ଟିବାକୁ ଅନୁମତି ଦେଇଥାଏ। ହ୍ବାଟସ୍ ଆପ୍, ୟୁରୋପୀୟ ଅଞ୍ଚଳରେ ଫେସବୁକ୍ ସହିତ ଡାଟା ଅଂଶୀଦାର ନକରିବାକୁ ବାଧ୍ୟ ଅଟେ କାରଣ ଏହା ସାଧାରଣ ଡାଟା ସୁରକ୍ଷା ନିୟମାବଳୀ (GDPR) ର ନିୟମ ବିରୁଦ୍ଧ ଅଟେ।

ସାଧାରଣ ଡାଟା ସୁରକ୍ଷା ନିୟମାବଳୀ (GDPR) କ'ଣ ?

GDPR ହେଉଛି ସାଧାରଣ ଡାଟା ସୁରକ୍ଷା ନିୟମାବଳୀ । ୟୁରୋପର ଡିଜିଟାଲ୍ ଗୋପନୀୟତା ନିୟମର ମୂଳ ଅଂଶ ହେଉଛି GDPR । ଏହା ଏକ ନୂତନ ନିୟମର ସେଟ୍ ଯାହା EU ନାଗରିକଙ୍କୁ ସେମାନଙ୍କର ବ୍ୟକ୍ତିଗତ ତଥ୍ୟ ଉପରେ ଅଧିକ ନିୟନ୍ତ୍ରଣ ଦେବା ପାଇଁ ପରିକଳ୍ପିତ । ବ୍ୟବସାୟ ପାଇଁ ନିୟାମକ ପରିବେଶକୁ ସରଳ କରିବାକୁ ଏହା ଲକ୍ଷ୍ୟ ରଖିଛି ତେଣୁ ୟୁରୋପୀୟ ୟୁନିଅନର ଉଭୟ ନାଗରିକ ଏବଂ ବ୍ୟବସାୟ ଡିଜିଟାଲରୁ ସମ୍ପୂର୍ଣ୍ଣ ଉପକୃତ ହୋଇପାରିବେ ।

ଭାରତରେ ଡାଟା ବ୍ରେକିଂ-

ଏକ ରିପୋର୍ଟ ଅନୁଯାୟୀ, ଡାଟା ଉଲ୍ଲଂଘନ 2020 ସାଇବର ଆକ୍ରମଣରେ ଭାରତରେ 37 ପ୍ରତିଶତ ବୃଦ୍ଧି ପାଇଛି। ଆଇବିଏମର 2020 ସାଇବର ରେସିଲିଏଣ୍ଟ୍ ଅର୍ଗାନାଇଜେସନ୍ ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ 46 ପ୍ରତିଶତ ସଂସ୍ଥା ସାଇବର ସୁରକ୍ଷା ଘଟଣାର ସମ୍ମୁଖୀନ ହୋଇଛନ୍ତି । ଯାହା ଦ୍ବାରା ବ୍ୟାଘାତ ସୃଷ୍ଟି ହୋଇଛି। ନିକଟରେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ବ୍ରିଟିଶ ରାଜନୈତିକ ପରାମର୍ଶଦାତା ସଂସ୍ଥା କେମ୍ବ୍ରିଜ ଆନାଲିଟିକା (CA) ଏବଂ ବ୍ରିଟେନର ଗ୍ଲୋବାଲ ସାଇନ୍ସ ରିସର୍ଚ୍ଚ ଲିମିଟେଡ ବିରୋଧରେ 5.62 ଲକ୍ଷ ଟଙ୍କାର ମାମଲା ରୁଜୁ କରିଥିଲା । ଏଥିରେ ଭାରତୀୟ ଫେସବୁକ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ ଅଭିଯୋଗରେ ମାମଲା ରୁଜୁ କରାଯାଇଛି ।

ଗୋପନୀୟତା ରକ୍ଷା ପାଇଁ ଭାରତ ସରକାରଙ୍କ ପଦକ୍ଷେପ- ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍, 2019

ଏହାକୁ ସାଧାରଣତଃ ଗୋପନୀୟତା ବିଲ୍ କୁହାଯାଏ । ଏହି ବିଲ୍ ତଥ୍ୟ ସଂଗ୍ରହ, ଗତିବିଧି ଏବଂ ପ୍ରକ୍ରିୟାକରଣକୁ ନିୟନ୍ତ୍ରଣ କରି ବ୍ୟକ୍ତିଗତ ଅଧିକାରକୁ ସୁରକ୍ଷା ଦେବାକୁ ଗଠିତ । ଭାରତ ସରକାର ସଂସଦରେ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍, 2019 ପ୍ରଣୟନ କରିବାର ଏକ ବର୍ଷ ବିତିଗଲାଣି ତଥାପି ଆଇନର ଅନ୍ତିମ ସଂସ୍କରଣର ପ୍ରକୃତ ପ୍ରଣୟନ ଏବଂ କାର୍ଯ୍ୟକାରିତାକୁ ନେଇ ଅନେକ ଦ୍ବନ୍ଦ୍ବ ରହିଛି । ତେବେ ସଂସଦୀୟ ପ୍ରକ୍ରିୟାରେ ଏହି ବିଲ୍ ଅଟକି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.