ETV Bharat / bharat

ଦିଲ୍ଲୀରେ ପହଁଞ୍ଚିଲା ଦାନିଶଙ୍କ ପାର୍ଥିବ ଶରୀର, ଜାମିଆ ମିଲିଆରେ ହେବ ଶେଷକୃତ୍ୟ - Danish Siddiqui

ଆଫଗାନିସ୍ତାନର ରାଜଧାନୀ କାବୁଲରୁ ଦାନିଶଙ୍କ ମର ଶରୀର ନେଇ ଆସିଥିବା ଏୟାର ଇଣ୍ଡିଆର ବିମାନ ଦିଲ୍ଲୀରେ ପହଁଞ୍ଚିଛି । ପୁଲିତ୍‌ଜର ପୁରସ୍କାରରେ ସମ୍ମାନିତ ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକୀଙ୍କୁ ଜାମିଆ ମିଲିଆ ଇସଲାମିଆ ୟୁନିଭର୍ସିଟିର କବରସ୍ତାନରେ କବର ଦିଆଯିବ । ଅଧିକ ପଢନ୍ତୁ...

ଦିଲ୍ଲୀରେ ପହଁଞ୍ଚିଲା ଦାନିଶଙ୍କ ପାର୍ଥିବ ଶରୀର, ଜାମିଆ ମିଲିଆରେ ହେବ ଶେଷକୃତ୍ୟ

author img

By

Published : Jul 18, 2021, 7:31 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପହଁଞ୍ଚିଛି ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକୀଙ୍କ ପାର୍ଥିବ ଶରୀର । ଆଫଗାନିସ୍ତାନର ରାଜଧାନୀ କାବୁଲରୁ ଦାନିଶଙ୍କ ମର ଶରୀର ନେଇ ଆସିଥିବା ଏୟାର ଇଣ୍ଡିଆର ବିମାନ ଦିଲ୍ଲୀରେ ପହଁଞ୍ଚିଛି ।

ପୁଲିତ୍‌ଜର ପୁରସ୍କାରରେ ସମ୍ମାନିତ ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକୀଙ୍କୁ ଜାମିଆ ମିଲିଆ ଇସଲାମିଆ ୟୁନିଭର୍ସିଟିର କବରସ୍ତାନରେ କବର ଦିଆଯିବ । ନିଜର ପୂର୍ବତନ ଛାତ୍ର ଦାନିଶଙ୍କୁ ଏଠାରେ ସୁପଦ୍ର-ଏ-ଖାକ(ଶେଷକୃତ୍ୟ ସମ୍ପନ୍ନ) କରିବା ପାଇଁ ଅନୁମତି ଦେଇଛି ୟୁନିଭର୍ସିଟି ପ୍ରଶାସନ ।

ମୃତ୍ୟୁ ସାର୍ଟିଫିକେଟ ଅନୁଯାୟୀ, ଗୁଳି ବାଜିବା କାରଣରୁ ଦାନିଶଙ୍କ ମୃତ୍ୟୁ ହୋଇଛି । ତେବେ ଆଫଗାନିସ୍ତାନର ରାଜଧାନୀ କାବୁଲରୁ ଏୟାର ଇଣ୍ଡିଆର ବିମାନ ଯୋଗେଁ ଦାନିଶଙ୍କ ମୃତଦେହ ଦିଲ୍ଲୀ ଅଣାଯାଇଛି ।

ଘଟଣା ସମୟରେ ଆଫଗାନିସ୍ତାନ ସୁରକ୍ଷାବଳ ସହିତ ଥିଲେ ଦାନିଶ । ଆଫଗାନିସ୍ତାନର ଯୁଦ୍ଧ ପ୍ରଭାବିତ କାନ୍ଦାହାରରେ କଭରେଜ ସମୟରେ ତାଲିବାନ ଆକ୍ରମଣରେ ହୋଇଥିଲା ଦାନିଶଙ୍କ ମୃତ୍ୟୁ ।

ଜାମିଆ ମିଲିଆ ବିଶ୍ବବିଦ୍ୟାଳୟର ଛାତ୍ର ଥିଲେ ଦାନିଶ । ତାଙ୍କ ବାପା ଅଖତର ସିଦ୍ଦିକୀ ବିଶ୍ବବିଦ୍ୟାଳୟର ଶିକ୍ଷା କମିଟିର ଡିନ ଥିଲେ । ଦାନିଶ ୨୦୦୫ରୁ ୨୦୦୭ ପର୍ଯ୍ୟନ୍ତ ଏଜେକେ ମାସ କମ୍ୟୁନିକେଶନ ସେଣ୍ଟରରେ ଶିକ୍ଷା ଗ୍ରହଣ କରିଛନ୍ତି ।

ଦିଲ୍ଲୀରେ ରହୁଥିବା ଦାନିଶ ସିଦ୍ଦିକୀ କାନ୍ଦାହାର ପ୍ରାନ୍ତ ସ୍ପନ ବୋଲ୍ଡ ଅଞ୍ଚଳରେ ନ୍ୟୁଜ କଭର କରୁଥିବା ସମୟରେ ତାଙ୍କୁ ହତ୍ୟା କରାଯାଇଥିଲା । ଆମେରିକାର ସୈନ୍ୟ ପ୍ରତ୍ୟାହାର ପରେ ଆଫଗାନିସ୍ତାରେ ହିଂସା ଜାରି ରହିଛି ।

ପୁଲିତ୍‌ଜର ସମ୍ମାନରେ ସମ୍ମାନିତ ସିଦ୍ଦିକୀ ବିଶ୍ବର ଜଣେ ଜଣାଶୁଣା ଫଟୋ ସାମ୍ବାଦିକ ରୂପେ ପରିଚିତ । ସେ ଏବେ ଅନ୍ତରାଷ୍ଟ୍ରୀୟ ଏଜେନ୍ସି ରଏଟର୍ସରେ କାର୍ଯ୍ୟ କରୁଥିଲେ । ଦାନିଶ ଟିଭି ରିପୋର୍ଟରରୁ ନିଜ କ୍ୟାରିଅର ଆରମ୍ଭ କରି ପରେ ଫଟୋ ସାମ୍ବାଦିକତା କରୁଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.