ମେଷ: କାର୍ଯ୍ୟଭାର ଦ୍ୱାରା ଅଧିକ ଭାରାକ୍ରାନ୍ତ ଏବଂ ଭାଙ୍ଗି ପଡିବା ଭଳି ଅନୁଭବ କରନ୍ତୁ ନାହିଁ । କାମରେ ଅଳସୁଆ ହୁଅନ୍ତୁ ନାହିଁ ନଚେତ ଅସୁବିଧା ଭୋଗିପାରନ୍ତି। ଧ୍ୟାନଚ୍ୟୁତ ହୁଅନ୍ତୁ ନାହିଁ ନଚେତ ଏହାର କୁପ୍ରଭାବ ନିଜ ଜୀବନ ଓ କାର୍ଯ୍ୟକ୍ଷେତ୍ରରେ ପଡିବ । ମନ ଓ ଚିନ୍ତା ଦୂର ପାଇଁ ଦେବାଳୟକୁ ବୁଲିଯାଆନ୍ତୁ ।
ବୃଷ: ଯୋଗ ଓ ଧ୍ୟାନ ଦ୍ୱାରା ନିଶ୍ଚିତ ଭାବରେ ଚିନ୍ତାଦୂର ହେବ । ଏହି ସମସ୍ତ କିଛି ଜୀବନରେ ବହୁତ ପ୍ରଭାବ ପକାଇଥାଏ । କୌଣସି କଥାରେ ଅଧୈର୍ଯ୍ୟ ଓ ଅସହାୟ ମନେକରନ୍ତୁ ନାହିଁ । ବିରାମ ନିଅନ୍ତୁ ଏବଂ ବେଳେ ବେଳେ ଏହା ମଧ୍ୟ ଆପଣଙ୍କ ସପକ୍ଷରେ ଯାଇପାରେ । ଖାଦ୍ୟ ଓ ସ୍ୱାସ୍ଥ୍ୟ ପ୍ରତି ଅଧିକ ସାବଧାନ ହୁଅନ୍ତୁ । ଯାତ୍ରା ପରିତ୍ୟାଗ କରନ୍ତୁ ।
ମିଥୁନ: ଅତ୍ୟନ୍ତ ଫଳପ୍ରଦ ଦିନ ଆପଣଙ୍କ ଅପେକ୍ଷାର ରହିଛି । ଦୈନିକ ଦିନଚର୍ଯ୍ୟା ବ୍ୟତୀତ ଘର କାମରେ ଧ୍ୟାନ ଦେବେ । କୌଣସି ବସ୍ତୁକୁ ବିକ୍ରି କରିଵା ପାଇଁ ଆଜି ଉତ୍ତମ ଦିନ ଅଟେ । କଳହ ଠାରୁ ଦୂରେଇ ରୁହନ୍ତୁ ।
କର୍କଟ: ଯେଉଁମାନେ ସରକାରୀ, ସମାଜସେବା ଅଥବା ନୂଆକାମ କରିବାକୁ ଯାଉଛନ୍ତି, ସେମାନେ ନିଜର ମନମୁତାବକ କାର୍ଯ୍ୟସ୍ଥଳ ଅତ୍ୟଧିକ ଉପକୃତ ହେବେ। ସ୍ତ୍ରୀଙ୍କସହ ଆନନ୍ଦରେ ଓ ପାଖରେ ଥିବା ପ୍ରିୟଜନଙ୍କ ସହ ଆନନ୍ଦ ଉଲ୍ଲାସରେ ଦିନସାରା ଭରି ରହିବ । ଯଦିଓ ସବୁଦିନ ପରି ଖର୍ଚ୍ଚ ବଢିପାରେ ତଥାପି ଯେହେତୁ ଅର୍ଥ ବିନିଯୋଗ ଠିକ ଯାଗାରେ ହେଉଛି, ଆପଣ ସନ୍ତୋଷ ରହିବେ ।
ସିଂହ: ଆପଣଙ୍କ ପାଇଁ ଆଜିର ଦିନ ଏକ ଖରାପ ଓ ଆନ୍ତରିକ ଦିନ ଅଟେ । ଶାରୀରିକ ଓ ମାନସିକ ସ୍ଥିତି ବହୁସମୟ ଧରି ଏକତ୍ର ରହିବେ ଏବଂ ଆପଣଙ୍କ କାର୍ଯ୍ୟଦକ୍ଷତା ବଢାଇବାରେ ସହାୟ ହେବ । ବିନା କାର୍ଯ୍ୟଦକ୍ଷତାରେ ପରିପୂର୍ଣ୍ଣ ହୋଇ ନୂତନ ସଫଳତା ସହିତ ସନ୍ତୋଷ ହେବେ ।
କନ୍ୟା: କୌଣସି କଚେରୀ ଜାତୀୟ କାଗଜ ଇତ୍ୟାଦି ଦସ୍ତଖତ ବେଳେ ସାବଧାନ ରୁହନ୍ତୁ । ଦିନଟି ଆପଣଙ୍କ ପାଇଁ ଭଲ ନାହିଁ । ଖରାପ ସ୍ୱାସ୍ଥ୍ୟ ଓ ଦୁଃଚିନ୍ତାକୁ ଆପଣ ଅଙ୍ଗେ ଅଙ୍ଗେ ଅନୁଭବ କରିବେ । ଲୋକମାନେ ଆପଣଙ୍କୁକୁ ଭୁଲ ବୁଝିବେ କିମ୍ବା ବ୍ୟବସାୟୀ ଯଥା ପରିବାରଜନ ଆପଣଙ୍କ ଭାବାର୍ଥକୁ ଭୁଲ ବୁଝିବେ । ଅଧିକ ଖର୍ଚ୍ଚରୁ ନିବୃତ ରହନ୍ତୁ ।
ତୁଳା: ନୂତନ କାମ ପାଇଁ ଦିନଟି ଉତ୍ତମ ଅଟେ। ନୂଆ ଚୁକ୍ତି, ଫଳପ୍ରଦ ଭ୍ରମଣ କିମ୍ବା ପୁରୁଣା ବନ୍ଧୁଙ୍କ ସହ ଅନ୍ତରଙ୍ଗରେ ଖୁସୀ ରହିବେ। ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଭଲ ଅଟେ ଏବଂ ଆପଣ ଉତ୍ସାହଜନକ ଖବର ବିଦେଶରୁ ପାଇପାରନ୍ତି । ଭାଗ୍ୟଶାଳୀ ଘଟଣା ଆପଣଙ୍କ ସମ୍ମାନ ଓ ଯଶକୁ ବଢାଇବ । ଲାଗିଥିବା ଅର୍ଥରୁ ଭଲ ଲାଭ ପାଇବେ । ଶତ୍ରୁ ଜୟ କରିବେ । ଦିନଟି ଉପଭୋଗ କରି ଆନନ୍ଦିତ ହୋଇ ରୁହନ୍ତୁ।
ବିଛା: ସାଂସାରିକ ଜୀବନ ସୁଖମୟ ହେବ। ଧାର୍ମିକ କ୍ଷେତ୍ରରେ ଟଙ୍କା ପଇସା ଖର୍ଚ୍ଚ କରିବା ସମୟରେ ତୀକ୍ଷ୍ଣ ବୁଦ୍ଧି ସମ୍ପନ୍ନ ହୁଅନ୍ତୁ। ନିଜ ଆତ୍ମୀୟଙ୍କର ବ୍ୟବହାର ଉପରେ ନଜର ରଖନ୍ତୁ। ଆପଣଙ୍କୁ ଆଶ୍ରୟ ନଦେବା ପାଇଁ ଚକ୍ରାନ୍ତର ସୂଚନା ମିଳେ। ଯେତେବେଳେ କୌଣସି ବ୍ୟକ୍ତି ଆପଣଙ୍କ ହୃଦୟ ଜୟ କରିବାକୁ ଯାଏ ତାହାକୁ ବାଧା ଦିଅନ୍ତୁ ନାହିଁ। ଦୀର୍ଘ ନିଶ୍ଵାସ ନିଅନ୍ତୁ ଏବଂ ସହଜରେ ଏହାକୁ ଅତିକ୍ରମ କରିବାକୁ ଦିଅନ୍ତୁ। ଛାତ୍ରଙ୍କ ପାଇଁ ଭଲ ସମୟ ନୁହେଁ।
ଧନୁ: ଅର୍ଥ ଉପାର୍ଜନର ପଥ ସୁଗମ ହେବ। ଆପଣଙ୍କ ଉପରେ ନ୍ୟସ୍ତ କାର୍ଯ୍ୟକୁ ଠିକ୍ ସମୟରେ ସମ୍ପୂର୍ଣ୍ଣ କରିବାରେ ସଫଳତା ଲାଭ କରିବେ। ଧାର୍ମିକ ସ୍ଥାନକୁ ପରିଭ୍ରମଣରେ ଯିବା ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭଙ୍କର ଅଟେ। ଆପଣ ଏକ ମାଙ୍ଗଳିକ ଉତ୍ସବରେ ଯୋଗଦେବା ପାଇଁ ପ୍ରିୟଜନ କିମ୍ୱା ଭାଇ ଭଉଣୀଙ୍କ ଘରକୁ ଯିବାକୁ ପଡିପାରେ। ସେମାନଙ୍କ ସାନିଧ୍ୟ ଆପଣଙ୍କୁ ପ୍ରଫୁଲ୍ଳିତ କରିପାରେ ଏବଂ ଆପଣଙ୍କ ଦାମ୍ପତ୍ୟ ଜୀବନକୁ ସୁଖମୟ କରିପାରେ। ସୁସ୍ୱାଦୁ ଭୋଜନ, ଶାନ୍ତ ମନ ଏବଂ ସାମାଜିକ ପ୍ରତିଷ୍ଠା ଆପଣଙ୍କ ମୁଖରେ ହସ ଫୁଟାଇବ।
ମକର: ଆପଣ ଆଜି ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି ଏବଂ ଦିନଯାକ ମାନସିକ ସ୍ତରରେ ଉତ୍କଣ୍ଠିତ ରହିପାରନ୍ତି। ତେଣୁ ନିଜ ପ୍ରତି ସତର୍କତା ଅବଲମ୍ୱନ କରନ୍ତୁ। ଆପଣଙ୍କ ଉତ୍କଣ୍ଠିତ ଚିତ୍ତ ପାଇଁ କେତେକ ଘଟଣା ଦାୟୀ ହୋଇପାରେ । ନିଜ କାର୍ଯ୍ୟରେ ସହକର୍ମୀଙ୍କ ହସ୍ତକ୍ଷେପ , ବନ୍ଧୁ ବାନ୍ଧବ ବା ସନ୍ତାନଙ୍କ ସହ ମନାନ୍ତର କିମ୍ୱା ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଏହା ଘଟିପାରେ। ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ । ଆପଣ ନିଜକୁ ଧାର୍ମିକ, ସାମାଜିକ କିମ୍ୱା ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଲିପ୍ତ ରଖିପାରନ୍ତି । ସତର୍କତା ସହ ଯାତ୍ରା କରିପାରନ୍ତି । କଠିନ କାର୍ଯ୍ୟକରି ଆପଣ ଆତ୍ମସନ୍ତୋଷ ଲାଭ କରିପାରନ୍ତି ।
କୁମ୍ଭ: ଅତ୍ୟାବଶ୍ୟକ ସମ୍ମାନ ଲାଭ କରିପାରନ୍ତି । ନିଜ କାର୍ଯ୍ୟ ବାଣିଜ୍ୟ ବ୍ୟବସାୟରୁ ଉପକୃତ ହେବା ସଙ୍ଗେ ସଙ୍ଗେ ବାନ୍ଧବୀଙ୍କ ଠାରୁ ମଧ୍ୟ ସାହାଯ୍ୟ ପାଇପାରନ୍ତି । ନିଜର ସନ୍ତାନଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପିତ ହୋଇପାରେ ଏବଂ ସେମାନଙ୍କ ଠାରୁ ଖୁସିର ଖବର ପାଇପାରନ୍ତି । ଆପଣ ନିଜର ଅବସର ସମୟରେ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ପ୍ରେମ ଓ ବିବାହ ପାଇଁ ଉତ୍କଣ୍ଠିତ ବ୍ୟକ୍ତିଙ୍କ ପାଇଁ ବିବାହ ପ୍ରସ୍ତାବ ପାଇପାରନ୍ତି ।
ମୀନ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ଅଟେ। ନିଜ ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନରେ ସଫଳକାମୀ ହେବେ। ସବୁ ଦିଗରୁ ପାରିବାରିକ ଜୀବନରେ ସନ୍ତୋଷ ପ୍ରକାଶ କରିବେ। ଆପଣ ଉନ୍ନତି କରିବେ ଏବଂ ଆପଣଙ୍କର ଉପରିସ୍ଥ କର୍ମଚାରୀ ଆପଣଙ୍କ କର୍ମରେ ସନ୍ତୋଷ ଲାଭ କରିପାରନ୍ତି। ଆପଣ ନିଜର ବ୍ୟବସାୟରେ ଅଗ୍ରଗତି କରିପାରନ୍ତି। ଧାର ଦେଇଥିବା ଅର୍ଥ ଫେରିପାଇବେ। ଗୁରୁଜନ ଓ ପରିବାର ବର୍ଗର ସଦସ୍ୟଙ୍କ ଠାରୁ ଉପକୃତ ହୋଇପାରନ୍ତି। ସାମାଜିକ ଜୀବନରେ ନିଜର ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇପାରେ। ଶରୀର ସୁସ୍ଥ ରହିବ।